ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଶଥର ନିର୍ବାଚିତ ପାକ୍ସ ସଭପତି ଙ୍କ ପରଲୋକ

ଦଶଥର ନିର୍ବାଚିତ ପାକ୍ସ ସଭପତି ଙ୍କ ପରଲୋକ

ଆସିକା, ୩୦/୫/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକର ସିଙ୍ଗିପୁର ସ୍ଥିତ ଧବଳେଶ୍ୱର ସେବା ସମବାୟ ସମିତିର ସଭାପତି ପ୍ରଭାକର ପାଳ ଙ୍କ ର 74 ବର୍ଷ ବୟସରେ ହୃଦଘାତ ରେ ପରଲୋକ ହୋଇଯାଇଛି । ତାଙ୍କର ପିତା ସ୍ୱର୍ଗତ ରଘୁନାଥ ପାଳ ସିଙ୍ଗିପୁର ପଞ୍ଚାୟତ ର ପ୍ରଥମ ସରପଞ୍ଚ ଓ ପ୍ରଥମ ପାକ୍ସ ସଭାପତି ଥିଲେ । ବାପାଙ୍କ ମୃତ୍ୟୁ ପରେ ଜଳସେଚନ ବିଭାଗ ର ଚାକିରି ପରିତ୍ୟାଗ କରି ପ୍ରଭାକର 2007 ରୁ 2012 ମସିହା ପର୍ଯ୍ୟନ୍ତ ସିଙ୍ଗିପୁର ପଞ୍ଚାୟତ ର ସରପଞ୍ଚ ଓ ଦଶଥର ସେବା ସମବାୟ ସମିତିର ସଭାପତି ଭାବରେ ନିର୍ବାଚିତ ହୋଇ କାର୍ଯ୍ୟ ସମ୍ପାଦନ କରିଆସୁଥିଲେ । ଯାହାକି ଏକ ବିରଳ ରେକର୍ଡ ଅଟେ । ତାଙ୍କର ମୃତ୍ୟୁଶଯ୍ୟା ନିକଟରେ ଧର୍ମପତ୍ନୀ ଙ୍କ ସହ ଦୁଇପୁଅ ଇଂ ପ୍ରେମ ପ୍ରକାଶ ଓ ଇଂ ପ୍ରଭୁ ପ୍ରସାଦ ଉପସ୍ଥିତ ରହିଥିଲେ। ଜଣେ ସରଳ, ଅମାୟିକ,ପରୋପକାରୀ ବ୍ୟକ୍ତି ଭାବରେ ସେ ଧରାକୋଟ ଅଞ୍ଚଳରେ ଜଣାଶୁଣା ଥିଲେ। ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Related posts

ବଲାଙ୍ଗିର ଜିଲ୍ଲା ପାଇଁ ୫୮୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଶୁଭାରମ୍ଭ 

Sunil Chandra Nayak

ଇନ୍ଦ୍ରାବତୀ ଡ୍ୟାମ ସର୍କଲ : ଚାଲିଛି ଅଜବ ଶାସନ !!

masiha

ଜେକେ ପେପର ରେ ଜରୁରୀକାଳୀନ ପରିସ୍ଥିତି ପାଇଁ ମକ୍ ଡ୍ରିଲ୍ ଅନୁଷ୍ଠିତ

masiha

Leave a Comment

error: Content is protected !!