ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭିନ୍ନକ୍ଷମ ଓ ବୟୋଜ୍ୟେଷ୍ଠଙ୍କୁ ଶ୍ରବଣ ଯନ୍ତ୍ର ଉପକରଣ ବିତରଣ 

ଭିନ୍ନକ୍ଷମ ଓ ବୟୋଜ୍ୟେଷ୍ଠଙ୍କୁ ଶ୍ରବଣ ଯନ୍ତ୍ର ଉପକରଣ ବିତରଣ 

ହିଞ୍ଜିଳିକାଟୁ,୩୦/୦୫ ଜିଲ୍ଳା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଗଞ୍ଜାମର ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ଏବଂ ଜିଲ୍ଳା ଭିନ୍ନକ୍ଷମ ଥଇଥାନ କେନ୍ଦ୍ର ଦ୍ଵାରା ଶନିବାର ପଞ୍ଚାୟତ ସମିତି ହିଞ୍ଜିଳିକାଟୁ ପରିସରରେ ଭିନ୍ନକ୍ଷମ ଓ ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଉପକରଣ ସହାୟତା ବିତରଣ କରାଯାଇଛି । ଏହି ଅବସରରେ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରିକା ଷଢ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ଉକ୍ତ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରଶାନ୍ତ କୁମାର ନାୟକ ବିଭିନ୍ନ ବର୍ଗର ୩୦ ଜଣ ହିତାଧୀକାରୀଙ୍କୁ ଅତ୍ୟାଧୁନିକ ଉପକରଣ ବଣ୍ଟନ କରିଥିଲେ। ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କୁ ଶ୍ରବଣ ଯନ୍ତ୍ର,୧୨ ଜଣ ଅସ୍ଥିଶୈଲ୍ୟ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଏବଂ ସହଯୋଗୀ ଅଙ୍ଗ ସହିତ ବୟୋବୃଦ୍ଧ, ବୃଦ୍ଧାବ୍ୟକ୍ତି ବିଶେଷଙ୍କୁ ଅଣ୍ଟା ବେଲ୍ଟ, ଆଣ୍ଠୁ କେପ ଓ ଫିଜିଓଥେରାପୀ ସୁବିଧା ଉପଲବ୍ଧ କରାଯାଇ ଥିଲା। ଗୋଷ୍ଠୀ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ବନଶ୍ରୀ ଦାଶଙ୍କ ସହଯୋଗରେ ଓ ଵିଭାଗର ସମସ୍ତ କର୍ମଚାରୀ ମାନେ ହିତାଧୀକାରୀଙ୍କ ଆବଶ୍ଯକୀୟ କାଗଜପତ୍ରର ବୈଧତା ଯାଞ୍ଚ କରି ପଞ୍ଜୀକରଣରେ ସହଯୋଗ କରିଥିଲେ ।

Related posts

ଚାପେ ଚର୍ଚ୍ଚା ରେ ରାଜ୍ୟ ସଭାପତି ମନମୋହନ ସାମଲ 

masiha

ଏକୁଲସେକୁଲ-ପୁଟିପାଳରେ ସ୍ପେଶାଲ ସ୍କ୍ରିନିଂ କ୍ୟାମ୍ପ

masiha

ରାଇରଙ୍ଗପୁର ର ବିପର୍ଯ୍ଯସ୍ତ ଵସଷ୍ଟାଣ୍ଡ ମରାମତି ନେଇ ଅଣ୍ଟା ଭିଡିଲେ ବିଧାୟକ ଜଲେନ ନାଏକ

Leave a Comment

error: Content is protected !!