ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମୋଦି ସରକାରଙ୍କ ନିର୍ଦ୍ଦେଶରେ ସି ପି ଆଇ ଏମ୍ ନେତା ପିନାରାୟୀ ବିଜୟନ ଙ୍କ ବାସଭବନରେ ଇ ଡି ରେଡ୍ ବିରୁଦ୍ଧରେ,ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ଦାବିରେ ସି ପି ଆଇ ଏମ୍ ର ଆଇନ୍ ଅମାନ୍ୟ ଆନ୍ଦୋଳନ ଓ ବିଶାଳ ବିକ୍ଷୋଭ 

ମୋଦି ସରକାରଙ୍କ ନିର୍ଦ୍ଦେଶରେ ସି ପି ଆଇ ଏମ୍ ନେତା ପିନାରାୟୀ ବିଜୟନ ଙ୍କ ବାସଭବନରେ ଇ ଡି ରେଡ୍ ବିରୁଦ୍ଧରେ,ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ଦାବିରେ ସି ପି ଆଇ ଏମ୍ ର ଆଇନ୍ ଅମାନ୍ୟ ଆନ୍ଦୋଳନ ଓ ବିଶାଳ ବିକ୍ଷୋଭ 

ରାଉରକେଲା ତା ୩୦/୫/୨୦୨୬ — କେନ୍ଦ୍ର ମୋଦି ସରକାରଙ୍କ ନିର୍ଦ୍ଦେଶରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସି ପି ଆଇ ଏମ୍ ପଲିଟବ୍ୟୁରୋ ସଦସ୍ୟ କମ୍ରେଡ୍ ପିନାରାୟୀ ବିଜୟନ ବାସଭବନ ଉପରେ ଇ ଡି ଲଗାଇ ରେଡ୍ କରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସି ପି ଆଇ ଏମ୍ ଅଭିଯୋଗ କରିବା ସହିତ ଆଜି ପାର୍ଟି ପକ୍ଷରୁ ଦେଶ ତମାମ ମୋଦି ସରକାରଙ୍କ ଏପରି ହୀନ ରାଜନୀତି ବିରୁଦ୍ଧରେ ପ୍ରତିବାଦ ଆନ୍ଦୋଳନ ସଂଗଠିତ ହୋଇଥିଲା ବେଳେ ପାର୍ଟିର ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ରାଉରକେଲା ଉଦିତ ନଗର ସ୍ଥିତ ଆମ୍ବେଦକର ଛକ ଠାରେ ବିଶାଳ ବିକ୍ଷୋଭ ଓ ରାସ୍ତା ଅବରୋଧ କରି ପାର୍ଟିର ଶତାଧିକ କର୍ମୀ ଆଇନ୍ ଅମାନ୍ୟ ଆନ୍ଦୋଳନ ସଂଗଠିତ କରିଥିଲେ।

    ପାର୍ଟିର ଛବି ଓ ନେତା ମାନଙ୍କ ଚେହେରା କୁ ମଳିନ କରିବା ପାଇଁ ଏହା କେନ୍ଦ୍ର ବି ଜେ ପି ସରକାର ଙ୍କ ଏକ ଷଡ଼ଯନ୍ତ୍ର। କେରଳରେ ଦଶବର୍ଷ ଧରି ଲଗାତାର ମୂଖ୍ୟମନ୍ତ୍ରୀ ଥିବା ପିନାରାୟୀ ବିଜୟନ ତାଙ୍କ ଶାସନ ସମୟରେ ବିକାଶ ମୂଳକ କାର୍ଯ୍ୟ ପାଇଁ ସମଗ୍ର ଦେଶରେ ପ୍ରଶଂସିତ ହୋଇଥିଲା ବେଳେ ଖୋଦ୍ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଏଥିରେ ମୋହର ମାରିଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ନିର୍ବାଚନରେ ସି ପି ଆଇ ଏମ୍ ସରକାର ଯିବାର ଏକ ମାସ ନ ହେଉଣୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ ବାସଭବନରେ ଇ ଡି ଲଗାଇ ଚଢ଼ାଉ କରିବା ଓ ସେଠାରୁ କିଛି ନ ପାଇ ଖାଲି ହାତରେ ଫେରିବା ଓ ସାଧାରଣ ଲୋକଙ୍କ ପ୍ରତିବାଦ ର ସମ୍ମୁଖୀନ ହେବା ବିଜୟନ ସଚ୍ଚୋଟତା ର ପରିଚୟ ପ୍ରଦାନ କରିଛି ବୋଲି ବିକ୍ଷୋଭ ରେ ନେତାମାନେ ମତବ୍ୟକ୍ତ କରିଛନ୍ତି।

     ଆଜି ସି ପି ଆଇ ଏମ୍, ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂପାଦକ ପ୍ରମୋଦ ସାମଲ ସଭାପତିତ୍ବ କରିଥିବା ବେଳେ ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ତଥା ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତି, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ,ରାଜ କିଶୋର ପ୍ରଧାନ, ପ୍ରଭାତ ପଣ୍ଡା, ରାଜ୍ୟ କମିଟି ସଦସ୍ୟା ସୁଶିଳା ମୁଣ୍ଡା, ଜିଲ୍ଲା କମିଟି ସଦସ୍ୟ ହୃଦୟାନନ୍ଦ ଯାଦବ,ବି ପି ମହାପାତ୍ର, ବସନ୍ତ ନାୟକ,ଆନନ୍ଦମାସି ହରୋ ପ୍ରମୁଖ ବକ୍ତବ୍ୟ ରଖି ମୋଦି ସରକାର ଇ ଡି,ସି ବି ଆଇ ଭଳି ସାମ୍ବିଧାନିକ ସଂସ୍ଥା କୁ ନିଜର ହାତ ବାରିସି କରି ବିରୋଧୀ ଙ୍କୁ ଦମନ କରିବା ନିତି କୁ ତୀବ୍ର ବିରୋଧ କରିଥିଲେ। 

     ଏହି ଦାବି ସହିତ ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ଦେବାକୁ ଦଳ ଦାବି ରଖିଥିବା ନେତାମାନେ କହିଥିଲେ। ପେଟ୍ରୋଲ ଓ ଡିଜେଲ ଦର ନିକଟରେ ପ୍ରାୟ ୮ ଟଙ୍କା ରୁ ଉର୍ଦ୍ଧ ବୃଦ୍ଧି ପାଇଥିଲା ବେଳେ ସରକାର ଏହାକୁ ନିୟନ୍ତ୍ରଣ କରିବା, ଓଡ଼ିଶା ର ଡବଲ ଇଞ୍ଜିନ ସରକାର ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ଦୁଇ ମାସ ଧରି ବନ୍ଦ ରଖିଥିବା ବେଳେ ଏହାକୁ ତୁରନ୍ତ ପ୍ରଦାନ କରିବା, ରାଉରକେଲା ରେ କାଳବୈଶାଖୀ ବର୍ଷା ଓ ଝଡ଼ତୋଫାନ ରେ କ୍ଷତିଗ୍ରସ୍ତ ଜନସାଧାରଣଙ୍କୁ ସରକାରୀ କ୍ଷତିପୂରଣ ଓ ପାନୀୟ ଜଳ ଓ ବିଦ୍ୟୁତ ସଂଯୋଗ ଦାବିରେ ଆଜିର ଏହି ବିକ୍ଷୋଭ ଓ ଆଇନ ଅମାନ୍ୟ ଆନ୍ଦୋଳନ ସଂଗଠିତ କରାଯାଇଥିଲା ବୋଲି ପାର୍ଟି ପକ୍ଷରୁ ପ୍ରେସ ବିବୃତିରେ କୁହାଯାଇଛି। ରାଉରକେଲା ମୁଖ୍ୟରାସ୍ତା ଅବରୋଧ କରିବାରୁ ପୋଲିସ ସମସ୍ତ ଆନ୍ଦୋଳନକାରୀ ମାନଙ୍କୁ ଗିରଫ ଘୋଷଣା କରି ପରେ ଛାଡିଦେଇଥିଲେ।

   ଏହି କାର୍ଯ୍ୟକ୍ରମ କୁ ପାର୍ଟି ନେତା ଅଜୟ ଶର୍ମା, ବିଶ୍ଵଜିତ ମାଝୀ, ଲକ୍ଷ୍ମୀଧର ନାୟକ, ଯଯାତି କେଶରୀ ସାହୁ, ଚନ୍ଦ୍ରଭାନୁ ଦାସ, ଏନ୍ ଏନ୍ ପାଣିଗ୍ରାହୀ, ଅରିନ୍ଦମ୍ ଦତ୍ତ,ସୁରେନ୍ଦ୍ର ମହାନ୍ତି,ପ୍ରଦୀପ ସେଠୀ, ପ୍ରଭାତ ମହାନ୍ତି, ଅରୁଣ ମହାରଣା,ଅଜିତ ଏକ୍କା, ସୁଧାଂଶୁ ଜେନା, ସମ୍ବିତ ସ୍ବାଇଁ, ଅନାଦି ସାହୁ, ବିନୟ ବେହୁରିଆ, ଅଶୋକ ଦାସ,ବୁଧନୀ ମୁଣ୍ଡାରୀ,ରଜତ ମୁଣ୍ଡା,କବି ପ୍ରଧାନ, ବସନ୍ତ ପାଢ଼ୀ,ସରୋଜ ବାର୍ଲା, ସାଗର ଛୋଟରାୟ ପ୍ରମୁଖ ପରିଚାଳନା କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ଯକାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

କେନ୍ଦ୍ର ସରକାରଙ୍କ ଜନମାରଣ ଅର୍ଥ ବଜେଟ ଏବଂ ଗୁଣ୍ଡୁରିଆ ଶହୀଦ ଦିବସକୁ ନେଇ ନେଇ ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

ରାଇବଣିଆ ମଣ୍ଡଳ ବିଜେପି ପକ୍ଷରୁ ନୂତନ କାର୍ଯ୍ୟକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧନା : ୪୦ରୁ ଅଧିକ ପରିବାର ବିଜେପିରେ ସାମିଲ

Leave a Comment

error: Content is protected !!