ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେହେରେନସିଲେଟ ଗାଁର ଗଣେଶ ମହତଙ୍କ ବିୟୋଗ 

ବେହେରେନସିଲେଟ ଗାଁର ଗଣେଶ ମହତଙ୍କ ବିୟୋଗ 

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଚଟୁଅନକା ପଞ୍ଚାୟତ ବେହେରେନସିଲେଟ ଗାଁ ର ବାସିନ୍ଦା ତଥା ବିଶିଷ୍ଟ ସମାଜସେବୀ ସଂଗଠକ ଗଣେଶ ମହତ ଙ୍କ ଶନିବାର ପରଲୋକ ହୋଇଛି। ଦିର୍ଘ ବର୍ଷ ଧରି ସେ କିଡନୀ ଓ ମଧୁମୟ ରୋଗ ରେ ଆକ୍ରାନ୍ତ ହୋଇ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଅନେକ ଦିନ ଅସୁସ୍ଥ ରହିବା ପରେ ଶନିବାର ବେହେରେନସିଲେଟ ଗାଁ ସ୍ଥିତ ତାଙ୍କ ବାସଭବନରେ ପରଲୋକ ଘଟିଥିଲା। ସ୍ବାଗତ ଗଣେଶ ଜଣେ ଦକ୍ଷ ସଂଗଠକ ଭାବରେ ପରିଚିତ ରହିଥିଲେ। ନିର୍ବାଚନ ସମୟରେ ତାଙ୍କ ଭୂମିକା ବହୁ ଗୁରୁତ୍ବ ବହନ କରୁଥିଲା। ଅଞ୍ଚଳ ର ଉନ୍ନତି ପାଇଁ ସେ ସବୁ ବେଳେ ତତ୍ପରତା ଶିଲ ଥିଲେ। ତାଙ୍କ ବିୟୋଗ ଖବର ଶୁଣି ପରେ ଚଟୁଅନକା ପଞ୍ଚାୟତ ଅଞ୍ଚଳ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବେହେରେନସିଲେଟ ଗାଁ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ତାଙ୍କ ପୁଅ ରିତେଶ ମହତ ମୁଖାଗିନୀ ଦେଇଥିଲେ। ତାଙ୍କ ପୁତୁରା ତଥା କଣ୍ଟାବାଞ୍ଜି ଅଞ୍ଚଳ ଯୁବ ସାମ୍ବାଦିକ ରୋହନ ମହତ,ସୁମନ ମହତ,ରାହୁଲ ମହତ,ଭାଇ ପ୍ରମୋଦ କୁମାର ମହତ, ଭଞା ସୌମ୍ୟରଞ୍ଜନ ବାଗ ସମେତ ପରିବାରର ବନ୍ଧୁ ଗର୍ବ,ସାମ୍ବାଦିକ, ରାଜନେତା ଏବଂ ସାମାଜସେବୀ ମାନେ ତାଙ୍କୁ ଶେଷ ଦର୍ଶନ କରିଛନ୍ତି।

ମୀନକେତନ ନିଆଲ ଙ୍କ ରିପୋର୍ଟ୍ 

Related posts

ରାୟଗଡା ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଜିଲ୍ଳାସ୍ତରୀୟ ସାଂସ୍କୃତିକ ଉତ୍ସବ

Sunil Chandra Nayak

ଶ୍ରୀ ଜଗନ୍ନାଥ ମନ୍ଦିର ବେଢା ଦେବା ଦେବି ପରିଦର୍ଶନ ଓ ରଥଯାତ୍ରା ଉତ୍ସବ ଆଲୋଚନା ଚକ୍ର ଅନୁଷ୍ଠିତ 

ଶେଷଖାଲ ଠାରେ ସମ୍ଭାବ୍ଯ ବିପତ୍ତିର ମୁକାବିଲା ପା ଇଁ ଲିଙ୍ଗଗତ ଅନ୍ତର୍ଭୁକ୍ତିକରଣ ତାଲିମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!