ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପବିତ୍ର ଚାରି ବେଦ ଅନୁସାରେ ବ୍ରହ୍ମା, ବିଷ୍ଣୁ ଓ ଶିବ ସୃଷ୍ଟିର ସର୍ଜନା ପାଇଁ ସୃଷ୍ଟି 

ପବିତ୍ର ଚାରି ବେଦ ଅନୁସାରେ ବ୍ରହ୍ମା, ବିଷ୍ଣୁ ଓ ଶିବ ସୃଷ୍ଟିର ସର୍ଜନା ପାଇଁ ସୃଷ୍ଟି 

ଭୁବନେଶ୍ୱର: ସନାତନ ଧର୍ମର ମୂଳ ଆଧାର ଚାରି ବେଦ ଅନୁଯାଇ ବ୍ରହ୍ମl, ବିଷ୍ଣୁ, ଶିବଙ୍କୁ ସୃଷ୍ଟିର ସର୍ଜନା ଓ ପରିଚାଳନା କରିବାକୁ ସୃଷ୍ଟି ହୋଇଥିଲେ । ଏହା ଛଡ଼ା ରାମ ଗୋପାଳ କୃଷ୍ଣ ନାରାୟଣ ଓ ଅନ୍ୟ ନାମ ଗୁଡିକ ବେଦରେ କିଛି ନାହିଁ, ପରବର୍ତ୍ତୀ ପର୍ଯ୍ୟାରେ ପରମାତ୍ମାଙ୍କ ଦ୍ୱାରା କିଛି ଅବତାର ଓ ମହାପୁରୁଷଙ୍କୁ କିଛି କଳା ପ୍ରଦାନ କରାଯାଇ ପୃଥିବୀ ପୃଷ୍ଟକୁ ପ୍ରେରଣ କରାଯାଇଥିଲା ।

କାରଣ ସେମାନଙ୍କ ଦ୍ୱାରା ପରମାତ୍ମାଙ୍କର ସତ୍ତା ମନୁଷ୍ୟ ଉପଲବ୍ଧି କରି ନିଜକୁ ପରିଚାଳିତକରିବ । ରାମ, କୃଷ୍ଣ, ଗୋପାଳ, ଆଲ୍ହା, ଯୀଶୁ ଡାକିଲେ କିମ୍ବା ଭଲ ପାଇଲେ କିଛି ଅସୁବିଧା ନାହିଁ, ପରମଆତ୍ମା ଏକ, ଅସୁବିଧା ହେଉଛି ଯେଉଁ ନାମକୁ ଜଣେ ପୂଜା କରିବ ଓ କହିବ ସେ ହିଁ ଶ୍ରେଷ୍ଠ ସମସ୍ତେ ତାକୁ ହିଁ ପୂଜା କରନ୍ତୁ । ସେଠି ଯିଏ ଯାହା ଧର୍ମକୁ ଉପରେ ତଳେ ପକାଇବାକୁ ଚେଷ୍ଟା କରିବେ । ଏଠି ଆମର ବାର୍ତ୍ତା ଯଦି ଶ୍ରୀରାମ, ଶ୍ରୀକୃଷ୍ଣ, ଯୀଶୁ, ଆଲ୍ଲା ହିଁ ଶ୍ରେଷ୍ଠ ତେବେ ସେ ସମସ୍ତଙ୍କୁ ଶ୍ରୀରାମ ଭକ୍ତ ଶ୍ରୀକୃଷ୍ଣ ଭକ୍ତ, ଖ୍ରୀଷ୍ଟିଆନ ଭକ୍ତ ସମସ୍ତଙ୍କୁ ମୁସଲମାନ ଭକ୍ତ କରି ପୃଥିବୀକୁ ଛାଡିଥାନ୍ତେ । 

ପୃଥିବୀରେ ଆଉ ଧର୍ମକୁ ନେଇ ଗଣ୍ଡଗୋଳ ହୋଇ ନ ଥାନ୍ତା, ଇସ୍କନ ବୋଲି କିଛି ସଂସ୍କୃତି ଦୁନିଆରେ ନାହିଁ ଭାରତ ବର୍ଷରେ ବହୁ ବଡ଼ ଗୁରୁ ମାନେ ଆସିଛନ୍ତି ଓ ଯାଉଛନ୍ତି, କେହି ଜଣେ ବି ଈଶ୍ବରଙ୍କ ଭିତରେ ଭେଦ ଭାବ କରିବାକୁ ସାହସ କରି ନାହାନ୍ତି । ଇସ୍କନ ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅବମାନନା କରିବା ଅର୍ଥ ଦୁନିଆରେ ବିଶୃଙ୍ଖଳା ସୃଷ୍ଟି କରିବା.. ଏଥିରୁ ଯେ ସେମାନେ ସଫଳତା ପାଇବେ ଏହା ସମ୍ପୂର୍ଣ ଭୁଲ।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଓକିଲ ସଂଘ ଶପଥ ଗ୍ରହଣ

Sunil Chandra Nayak

କିଶନନଗର ଶିଶୁ ମଙ୍ଗଳ କ୍ଲବ ଓ ଶିଶୁ ସାହିତ୍ୟ ପତ୍ରିକା କୁନି ପ୍ରତିଭା ଆନୁକୂଲ୍ୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ବୈଠକ ଅନୁଷ୍ଠିତ 

masiha

ବ୍ଲକ ଟପ୍ପରକୁ ସମ୍ବର୍ଦ୍ଧିତ କଲା ଓଷ୍ଟା ସଙ୍ଘ

masiha

Leave a Comment

error: Content is protected !!