ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଁ ଠାକୁରାଣୀ ଟ୍ରାକ୍ଟର ମାଲିକ ସଂଘ ଗଠିତ 

ମାଁ ଠାକୁରାଣୀ ଟ୍ରାକ୍ଟର ମାଲିକ ସଂଘ ଗଠିତ 

ଡାବୁଗାଁ, ୩୧/୫ (ମ.ନି.ସ.)- ନବରଙ୍ଗପୁର ଜିଲା କୋଇଲାରୀ ଗ୍ରାମର ଆମ୍ବ ବଗିଚା ପରିସରରେ ରବିବାର ମାଁ ଠାକୁରାଣୀ ଟ୍ରାକ୍ଟର ମାଲିକ ସଂଘ ରବିବାର ଗଠିତ ହୋଇଯାଇଛି | ଏଥିରେ କୋଇଲାରୀ ପଞ୍ଚାୟତ ଓ ଜୁନାପାଣି ପଞ୍ଚାୟତର ଟ୍ରାକ୍ଟର ମାଲିକ ମାନଙ୍କୁ ନେଇ ଏକ ସଂଘ ଗଠନ କରାଯାଇଛି । ଉକ୍ତ ସଂଘର ନାମ ମାଁ ଠାକୁରାଣୀ ଟ୍ରାକ୍ଟର ମାଲିକ ସଂଘ ନାମରେ ନାମିତ ହୋଇଛି । ଗ୍ରାମାଞ୍ଚଳରେ ଟ୍ରାକ୍ଟର ମାଲିକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସଂଘର ଲକ୍ଷ୍ୟ । ଟ୍ରାକ୍ଟର ମାଲିକ ସଂଘର ସଭାପତି ଭାବେ କର୍ଣ୍ଣ କଲାର, ଉପସଭାପତି ଦାମୋଦର ଭତ୍ରା, ସମ୍ପାଦକ ଚୈତନ୍ୟ ପନକା, ସହ ସମ୍ପାଦକ ରଇନୁ ଭତ୍ରା । ଏହି ବୈଠକରେ କୋଇଲାରୀ ଗ୍ରାମର ଦୁର୍ଜନ ମାଝୀ, ଖଗପତି ପୂଜାରୀ, ଭକଚନ୍ଦ ମାଝୀ, କୁମାକାନ୍ତ ପନକା, ନିଳାମ୍ବର ଭତରା, ବୈଦୁ ଭତରା, ରାମସିଂ ମାଝି ଙ୍କ ସମେତ ୨ ଟି ପଞ୍ଚାୟତର ପ୍ରାୟ ୭୪ ଜଣ ଟ୍ରାକ୍ଟର ମାଲିକ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ : ବ୍ଲକ ଗ୍ରାଣ୍ଟ ହେବା ପରେ ବି ପରିଚାଳନା ରେ ଅସଂଗତି 

Sunil Chandra Nayak

କିଛି ଦିନ ତଳେ ଆସିଥିବା ପୁରୁଣା ଆମ୍ବୁଲାନ୍ସ ରୋଗୀକୁ ଆଣିବା ପାଇଁ ଯାଉଥିବା ବେଳେ  ସର୍ଟସର୍କିଟ ରେ ଜଳିଲା , ଅପେକ୍ଷା କରି ରୋଗୀ ଶେଷ ନିଶ୍ବାସ ତ୍ୟାଗ କଲେ 

ପ୍ରକାଶ ପାଇଲା ମେଧାଅନ୍ବେଷଣ ଫଳାଫଳ,ପ୍ରଥମ ସ୍ଥାନରେ ୯ ଜଣ

Sunil Chandra Nayak

Leave a Comment

error: Content is protected !!