ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ବିଜେଡି ପରିତ୍ୟାଗ କରି ସମର୍ଥକଙ୍କ ସହ ବିଜେପିରେ ଯୋଗଦେଲେ ରୁଦ୍ର ନାରାୟଣ ସାମନ୍ତରାୟ

ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ

ବିଜେଡି ପରିତ୍ୟାଗ କରି ସମର୍ଥକଙ୍କ ସହ ବିଜେପିରେ ଯୋଗଦେଲେ ରୁଦ୍ର ନାରାୟଣ ସାମନ୍ତରାୟ
 ବିଜେପି ସକାରାତ୍ମକ ରାଜନୀତିରେ ବିଶ୍ୱାସ କରି ରାଷ୍ଟ୍ର ନିର୍ମାଣକୁ ଗୁରୁତ୍ୱ ଦିଏ: ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର,ତା.୩୧/୦୫: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ରୁଦ୍ରନାରାୟଣ ସାମନ୍ତରାୟ ବିଜେଡି ଛାଡ଼ି ସମର୍ଥକଙ୍କ ସହ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲା ଯୁବ ସମ୍ପାଦକ ଅଶୋକ ପଲେଇ, ଲୋପାମୁଦ୍ରା ନାୟକ, ଦେବଶିଷ ରଣା, ମିଲନ ପାଇକରାଏ, ସୌରଭ ମହାନ୍ତି, ବିଶ୍ୱଜିତ୍ ଦାସ, ଶୈଳେନ୍ଦ୍ର ପ୍ରସାଦ ରାଏ, ରାଜା ନିର୍ମାୟା ପ୍ରସାଦ, ସନ୍ଦୀପ କୁମାର ବଳ, ସୁମନ କୁମାରୀ, ସ୍ୱୀକୃତି ପଟ୍ଟନାୟକ, ବିବେକାନନ୍ଦ କର, ଶୈଳେନ୍ଦ୍ର ରାଏ ପ୍ରମୁଖ ବିଜେଡି ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ନୂତନ କାର୍ଯ୍ୟକର୍ତାଙ୍କୁ ଦଳୀୟ ଟୋପି ଓ ଉତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରାଯାଇଛି । 

ଏହି ଅବସରରେ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ କହିଛନ୍ତି ଯେ, ଆଜିର ମିଶ୍ରଣ ପର୍ବ ପରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବିଜେପି ସଂଗଠନ ଆହୁରି ସୁଦୃଢ଼ ହୋଇଛି । ରାଷ୍ଟ୍ର ନିର୍ମାଣ ଉପରେ ଗୁରୁତ୍ୱ ଦେଉଥିବା ବିଜେପି ଦଳ ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ । ଏହି ଦଳରେ ୧୪ କୋଟିରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତା ଥିଲାବେଳେ ଦେଶର ୨୨ ରାଜ୍ୟରେ ବିଜେପି ଓ ଏନ୍‌ଡିଏ ସରକାର ରହିଛି । ଗଙ୍ଗୋତ୍ରୀରୁ ଗଙ୍ଗା ସାଗର ପର୍ଯ୍ୟନ୍ତ ଆମର ସରକାର ରହିଛି । ଭାରତୀୟ ଜନତା ପାର୍ଟିର କାର୍ଯ୍ୟ ଶୈଳୀ ଓ ବିଚାରଧାରା ଉପରେ ବିଶ୍ୱାସ କରି କାର୍ଯ୍ୟକର୍ତାମାନେ ଅନ୍ୟାନ୍ୟ ରାଜନୈତିକ ଦଳ ଛାଡି ବିଜେପିରେ ଯୋଗଦେଉଛନ୍ତି । କାରଣ ବିଜେପି ସକାରାତ୍ମକ ରାଜନୀତିରେ ବିଶ୍ୱାସ କରି ରାଷ୍ଟ୍ର ନିର୍ମାଣକୁ ଗୁରୁତ୍ୱ ଦିଏ । ଆଗାମୀ ଦିନରେ ଆମ ସମସ୍ତଙ୍କୁ ନିସ୍ୱାର୍ଥଭାବେ ଅନେକ କାର୍ଯ୍ୟ କରିବାର ଅଛି । ପ୍ରତ୍ୟେକ ଘରେ ପହଂଚିବାର ଅଛି । ସମାଜରେ ରହୁଥିବା ବିଭିନ୍ନ ବର୍ଗର ଲୋକଙ୍କ କଥା ବୁଝିବାର ଅଛି । ଏନେଇ ରାଷ୍ଟ୍ର ନିର୍ମାଣର ଭାବନା ନେଇ ସମସ୍ତେ ଗୋଟିଏ ଦିଶାରେ କାର୍ଯ୍ୟକରି ଦଳକୁ ଅଧିକ ସୁଦୃଢ଼ କରିବାକୁ ଶ୍ରୀମତୀ ଷଡ଼ଙ୍ଗୀ ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ଶ୍ରୀ ସାମନ୍ତରାୟ କହିଛନ୍ତି ଯେ, ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଜନ ସେବାକୁ ସଂକଳ୍ପ ନେଇ ସେ ଏକ ନୂଆଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱ, ରାଜ୍ୟସଭାପତି ଶ୍ରୀ ମନମୋହନ ସାମଲଙ୍କ ଆର୍ଶୀବାଦ, ସାସଂଦ ଷଡ଼ଙ୍ଗୀଙ୍କ କାର୍ଯ୍ୟ ଶୈଳୀ, ଓ ଚିନ୍ତାଧାରାରେ ଅନୁପାଣିତ ହୋଇ ସେ ବିଜେପିରେ ଯୋଗଦେଇଛନ୍ତି । ୨୦ ବର୍ଷ ହେବ ବିଭିନ୍ନ ସାମାଜିକ ସଂଗଠନ ମାଧ୍ୟମରେ ସେ ଲୋକଙ୍କ ସେବା କରି ଆସୁଥିଲେ । ଲୋକଙ୍କ ଅଧିକ ସେବା କରିବା ପାଇଁ ୨୦୧୯ରେ ବିଜେଡିରେ ଯୋଗଦେଇଥିଲେ । ମାତ୍ର ସେଠାରେ ଲୋକଙ୍କୁ ଠିକ୍ ଭାବେ ସେବା କରିବାକୁ ସୁଯୋଗ ମିଳୁ ନଥିଲା । ଉଚିତ୍ ନେତୃତ୍ୱ, ପ୍ରେରଣା ଓ ସକ୍ରିୟ ମାର୍ଗଦର୍ଶନ ମିଳିପାରୁ ନଥିଲା । ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ ଭାରତ ଆଗକୁ ବଢ଼ୁଥିବା ଦେଖି ବିଜେପିରେ ଯୋଗ ଦେବାକୁ ସ୍ଥିର କରିଥିଲେ । ବିଜେପି ଏକ ଦଳ ନୁହେଁ ରାଷ୍ଟ୍ର ନିର୍ମାଣର ଏକ ପରିବାର । ଏହି ପରିବାରରେ ଯୋଗଦେଇଥିବାରୁ ସେ ନିଜକୁ ଗର୍ବିତ ଅନୁଭବ କରୁଥବା କହି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । 

ଏହି ମିଶ୍ରଣ ପର୍ବରେ ବିଧାୟକ ଶ୍ରୀ ପ୍ରଶାନ୍ତ ଜଗ୍‌ଦ୍ଦେବ, ରାଜ୍ୟ ସମ୍ପାଦକ ଶ୍ରୀମତୀ ପିଙ୍କି ପ୍ରଧାନ, ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ୱରଞ୍ଜନ ବଡ଼ଜେନା, ଜୀବନ ପ୍ରଦୀପ ଦାସ, ଶ୍ରୀ ନିକୁଞ୍ଜ ପଟ୍ଟନାୟକ, ଖୋର୍ଦ୍ଧା ଜିଲ୍ଲା ପୂର୍ବତନ ସଭାପତି ଶ୍ରୀ ରଶ୍ମି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ଗୋଲାମୁଣ୍ଡା ସିଡିପିଓ ଅଫିସ ସାମ୍ନାରେ କଂଗ୍ରେସ ପକ୍ଷରୁ ୭୨ଘଣ୍ଟା ଆମରଣ ଅନଶନ

Sunil Chandra Nayak

ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ଅଖଣ୍ଡ ଭାରତ ସଂକଳ୍ପ ଦିବସ ପାଳିତ

masiha

ରାଇରଙ୍ଗପୁରରେ ନବ ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ବିଜୟ ଓ ଶୁଭେଚ୍ଛା ଶୋଭାଯାତ୍ରା

masiha

Leave a Comment

error: Content is protected !!