ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚୈତନ୍ୟ ହେମ୍ବ୍ରମ ପାଇଁ ସାହାଯ୍ୟର ହାତ ବଢ଼ାଇଲା ଗିଭିଂ ହେପିନେସ୍ ସଂଗଠନ

ବାଲେଶ୍ବର,୧୪/୫/୨୨- ବାଲେଶ୍ୱର ଜିଲ୍ଲା ବାଲିଆପାଳ ଠାରେ ନୂଆ କରି ଗଢି ଉଠିଥିବା ସେଚ୍ଛାସେବୀ ସଂଗଠନ ଗିଭିଂ ହେପିନେସ୍ ଗାଁ ଗାଁ ରେ ବୁଲି ବୁଲି ଗରିବ ଲୋକଙ୍କୁ ସାହାଯ୍ୟ କରୁଛି । ମଧୁପୁରା ପଞ୍ଚାୟତର ହାସିମପୁର ଗ୍ରାମରେ ଚୈତନ୍ୟ ହେମ୍ବ୍ରମଙ୍କ ଘର । ଚଳିତ ଅଦିନିଆ ପବନରେ ଘର ଉପରେ ଗଛ ପଡି ଏଜବେଷ୍ଟର ଭାଙ୍ଗି ଯାଇଥିଲା । ଅଦିନିଆ ବର୍ଷାରେ ଘର ଭିତରେ ବର୍ଷା ଜଳ ପଡ଼ିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ପରିବାର । ଖବର ପାଇ ଶୁକ୍ରବାର ଗିଭିଂ ହେପିନେସ୍ ସଂଗଠନ ତାଙ୍କ ଘରେ ପହଂଚି ଘର ମରାମତି ପାଇଁ ଶ୍ରୀ ହେମ୍ବ୍ରମଙ୍କୁ ଏଜବେଷ୍ଟର ଓ ବାଉଁଶ ସଙ୍ଗଠନ ପକ୍ଷରୁ ଯୋଗାଇ ଦେଇଛନ୍ତି। ଯାହାଦ୍ଵାରା ଶ୍ରୀ ହେମ୍ବ୍ରମଙ୍କ ପରିବାର ବର୍ଷା ଦାଉରୁ ରକ୍ଷା ପାଇପାରିବେ । ସଙ୍ଗଠନର ସଦସ୍ୟ ଦୀପକ ସାହୁ, ପବିତ୍ର ମହାପାତ୍ର, ତପନ କୁମାର ଖଣ୍ଡା, ବିଶାଳ୍ ପ୍ରଶାଦ, ବିନେଦ ମହାନ୍ତି, ରମେଶ ପରିଡ଼ା, ଧନଂଜୟ ରଣା, ରବିନ୍ଦ୍ର ନାୟକ ଓ ଆନନ୍ଦ ମହାନ୍ତି ପ୍ରମୁଖ ନିଜ ଦୈନଦିନ ପକେଟ୍ ଖର୍ଚ୍ଚରୁ ଅର୍ଥ ସଂଗ୍ରହ କରି ଚୈତନ୍ୟ ହେମ୍ବ୍ରମ ପରିବାରକୁ ସାହଯ୍ୟ କରିଛନ୍ତି । ଗିଭିଂ ହେପିନେସ୍ ସଂଗଠନ ଏତାଦୃଶ କାର୍ଯ୍ଯକୁ ଯୁବ ସମାଜସେବୀ ଲମ୍ବୋଦର ମହାନ ତାଙ୍କ ସହିତ ରହି ସେମାନଙ୍କୁ ଉତ୍ସାହିତ କରିଥିଲେ ।

   ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବୋଡ଼େନ ବ୍ଲକ ରେ ଅନ୍ତିମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ପୋଲିଙ୍ଗ ପାର୍ଟିଙ୍କୁ ବୁଥ ପଠାଇବା ବ୍ୟବସ୍ଥା

Sunil Chandra Nayak

ଆନ୍ଦୋଳନ ପାଇଁ ଧମକ ଦେଲା କୃଷକ ସାଥୀ ସଂଗଠନ 

Sunil Chandra Nayak

ନୟନ ଖୁରା କୁ ପ୍ରଶାସନ କହିଲା ଚିକିତ୍ସା ପାଇଁ ସବୁ ସୁବିଧା କରିବ :   କିନ୍ତୁ ସେ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର ନିକଟସ୍ଥ ଧର୍ମଶାଳା ଗଛତଳେ

Sunil Chandra Nayak

Leave a Comment

error: Content is protected !!