ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ପାଘାତେ ନାବାଳିକା ମୃତ. ସାପ କୁ ଧରି ହସ୍ପିଟାଲରେ ପହଞିଲେ ପିଡିତ ପରିବାର

ସର୍ପାଘାତେ ନାବାଳିକା ମୃତ. ସାପ କୁ ଧରି ହସ୍ପିଟାଲରେ ପହଞିଲେ ପିଡିତ ପରିବାର

ରାଇରଙ୍ଗପୁର- ୨/୦୬ — ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଵିଜାତଳା ବ୍ଳକର ଯୋଡ଼ା ପୋଖରୀ ଗ୍ରାମର ଜନୈକ ନାବାଳିକା ସର୍ପାଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ଯୋଡ଼ାପୋଖରୀ ଗ୍ରାମର ଦିବା ଟୁଡୁର ୩ ଜଣ ନାବାଳିକା ଝିଅ ସୋମବାର ମଧ୍ୟ ରାତିରେ ଖାଇ ପିଇ ସାଙ୍ଗ ହୋଇ ଖଟରେ ଶୋଇଥିଲେ ।ତଳେ ମା,ଖୁଡି ଏବଂ ଅନ୍ୟମାନେ ଶୋଇଥିଲେ ।ହଠାତ୍ ମଧ୍ୟ ରାତ୍ରରେ ଏକ ବିଷାକ୍ତ ଚିତି ସାପ ଖଟ ଉପରେ ଚଢ଼ି ମଝିଆ ଝିଅ ବର୍ଷା ଟୁଡୁ(୧୧) ଦେହରେ ଗୋଡେଇ ହୋଇ କାମୁଡି ଥିଲା ପିଲାଟି ଚିତ୍କାର କରି ବିଛଣାରୁ ଉଠିଥିଲା ।ପରିବାର ଲୋକେ ଝିଅର ଚିତ୍କାର ଶୁଣି ଉଠି ଦେଖନ୍ତି ତ ତିଥି ସାପଟି ବିଛଣାରେ ଅଛି ।ସଙ୍ଗେ ସଙ୍ଗେ ଚିତିଟିକୁ କୌଶଳରେ ଧରିଥିଲେ ।ଝିଅଟିକୁ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ ।ଡାକ୍ତର ମୃତ ଘୋଷଣା କରିଥିଲେ ।ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପକ୍ଷରୁ ଏକ ଅପମୃତ୍ଯୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି ।ଦିବାଟୁଡୁ ଵଡକୁଲେଇବିରା ଆଶ୍ରମର ଚତୁର୍ଥ ଶ୍ରେଣୀର ଛାତ୍ରୀ ।

ରାଇରଙ୍ଗପୁରରୁ ଅକ୍ଷୟ ଵିଶ୍ବାଳ

Related posts

ପ୍ରକାଶ ପାଇଲା ଫଟୋ ପ୍ରତିଯୋଗିତା ଫଳାଫଳ

masiha

କଳାହାଣ୍ଡିରେ ପୁସ୍ତକମେଳା ଆୟୋଜନ ପାଇଁ ‘ଲାଇଫ୍‌ରେଚର୍‌’ର ଦାବି

masiha

ସତର୍କତା ସପ୍ତାହ ପାଳନ ଉପଲକ୍ଷେ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!