ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାତିବନ୍ଧା ଗ୍ରାମ ପଞ୍ଚାୟତକୁ ଜାତୀୟ ପଞ୍ଚାୟତ ପୁରସ୍କାର

ହାତିବନ୍ଧା ଗ୍ରାମ ପଞ୍ଚାୟତକୁ ଜାତୀୟ ପଞ୍ଚାୟତ ପୁରସ୍କାର 

ରାଉରକେଲା : ୩/୬/୨୬ : ଜିଲ୍ଲାର ଲାଠିକଟା ବ୍ଲକ ଅନ୍ତର୍ଗତ ହାତିବନ୍ଧା ଗ୍ରାମ ପଞ୍ଚାୟତ ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଛି। ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ ଉତ୍ସବରେ ବର୍ଷ ୨୦୨୩-୨୪ ବର୍ଷ ପାଇଁ ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ଜିଲ୍ଲାର ଲାଠିକଟା ବ୍ଲକ୍ ଅନ୍ତର୍ଗତ ହାତିବନ୍ଧା ଗ୍ରାମ ପଞ୍ଚାୟତ କୁ “ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ” ବର୍ଗରେ ଦ୍ୱିତୀୟ ପୁରସ୍କାର ପ୍ରଦାନ କରାଯାଇଛି।

ଏହି ପୁରସ୍କାର କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଏବଂ ରାଜ୍ୟମନ୍ତ୍ରୀ ଏସପି ସିଂହ ବାଘେଲ ଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା। ହାତିବନ୍ଧା ଗ୍ରାମ ପଞ୍ଚାୟତର ସରପଞ୍ଚ ଭାରତୀ ମୁଣ୍ଡାରୀ, ପିଇଓ ଜୟଶ୍ରୀ ସ୍ୱାଇଁ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସୁରଞ୍ଜନ କୁମାର ସାହୁ ଏହି ସମ୍ମାନ ଗ୍ରହଣ କରିଥିଲେ।

 ଲାଠିକଟା ବ୍ଲକ, ଜିଲ୍ଲା ପ୍ରଶାସନ ଏବଂ ସମସ୍ତ ଲାଇନ ବିଭାଗର ସମନ୍ୱିତ ପ୍ରୟାସ ସହିତ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ସକ୍ରିୟ ମାର୍ଗଦର୍ଶନରେ ଏହି ସଫଳତା ସମ୍ଭବ ହୋଇପାରିଛି । ଏହି ଉପଲବ୍ଧି ଜିଲ୍ଲାର ପଞ୍ଚାୟତ ଶାସନ, ସ୍ୱଚ୍ଛତା ଏବଂ ପରିବେଶ ସୁରକ୍ଷା କ୍ଷେତ୍ରରେ ହୋଇଥିବା ଉଲ୍ଲେଖନୀୟ କାର୍ଯ୍ୟର ଜାତୀୟ ସ୍ୱୀକୃତି ବୋଲି ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ କୁମାର ସାହୁ କହିଛନ୍ତି।ଉଲ୍ଲେଖ ଯୋଗ୍ୟ ଯେ ଦେଶର ଗ୍ରାମାଞ୍ଚଳରେ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋତ୍ସାହନ ଦେବା ଲାଗି ପଞ୍ଚାୟତି ରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇ ଆସୁଛି । ଏହି ପୁରସ୍କାର ଜରିଆରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ପଞ୍ଚାୟତଗୁଡ଼ିକୁ ଜାତୀୟ ସ୍ତରର ମାନ୍ୟତା ଏବଂ ଆର୍ଥିକ ପ୍ରୋତ୍ସାହନ ମିଳିଥାଏ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଜି ବି ବଞ୍ଚି ରହିଛି ମାନବିକତା , ଭୁଲ ରେ ପଡ଼ିଥିବା ଟଙ୍କା କୁ ଫେରାଇଦେଲେ ବିଶ୍ଵାମିତ୍ର

Sunil Chandra Nayak

ଦୁର୍ଘଟଣାରେ ବାଇକ୍‌ ଚାଳକ ଗୁରୁତର 

masiha

ଧର୍ମଗଡ଼ ମହିଳା ମହାବିଦ୍ୟାଳୟ (ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି)ର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!