ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡିରେ ସେପ୍ଟି ଟ୍ୟାଙ୍କ ସଫେଇ ସମୟରେ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଜିଲ୍ଲା ପ୍ରଶାସନଙ୍କୁ ରିପୋର୍ଟ ତଲବ କଲେ ଜାତୀୟ ମାନବିକ ଅଧିକାର ଆୟୋଗ

କଳାହାଣ୍ଡିରେ ସେପ୍ଟି ଟ୍ୟାଙ୍କ ସଫେଇ ସମୟରେ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଜିଲ୍ଲା ପ୍ରଶାସନଙ୍କୁ ରିପୋର୍ଟ ତଲବ କଲେ ଜାତୀୟ ମାନବିକ ଅଧିକାର ଆୟୋଗ

ଭୁବନେଶ୍ଵର, ଓଡ଼ିଶା — ଶ୍ରମିକଙ୍କ ଅଧୁକାର ଏବଂ ମାନବୀୟ ମର୍ଯ୍ୟାଦା ସୁରକ୍ଷା ସମ୍ବନ୍ଧୀୟ ଏକ ଗୁରୁତ୍ଵପୂର୍ଣ ଘଟଣାରେ, ଜାତୀୟ ମାନବ ଅଧୁକାର ଆୟୋଗ (NHRC), ନୂଆଦିଲ୍ଲୀ, କଳାହାଣ୍ଡି ଜିଲ୍ଲାରେ ସେପ୍ଟି ଟାଙ୍କିର ସେଣ୍ଡ୍ରିଙ୍ଗ ଖୋଳିବା କାର୍ଯ୍ୟ ସମୟରେ ୬ ଜଣ କର୍ମୀଙ୍କ ମୃତ୍ୟୁ ଘଟଣାକୁ ନେଇ ନ୍ୟାସନାଲ ଆଲିଏନ୍ ଅଫ୍ ଇଣ୍ଡ଼ିପେଣ୍ଡେଣ୍ଟ ଲେବର ୟୁନିଅନ୍‌ସ୍‌ (NAILU) ର ଜାତୀୟ ସଂଯୋଜକ ରକ୍ଷାକର ଅନୁପମଙ୍କ ଦ୍ବାରା ଦାଖଲ ପିଟିସନ୍ ଉପରେ ସଂଜ୍ଞାନ ଗ୍ରହଣ କରିଛନ୍ତି ।

ନାଇଲୁ ପକ୍ଷରୁ ଦାଖଲ ହୋଇଥିବା ଅଭିଯୋଗକୁ ବିଚାର କରି ମାନବାଧୁକାର ଆୟୋଗ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ କରି ୧୫ ଦିନ ମଧ୍ୟରେ ଆକ୍ସନ ଟେକେନ୍ ରିପୋର୍ଟ(ATR) ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

୨୭ ମେ ୨୦୨୬ ତାରିଖରେ ଓଡ଼ିଶାର ବିଭିନ୍ନ ଦୈନିକ ଖବର କାଗଜରେ ପ୍ରକାଶିତ ଆଧାରରେ ଏହି ପିଟିସନ୍ ଦାଖଲ କରାଯାଇଥିଲା । ଖବର ଅନୁଯାୟୀ, ବିଷାକ୍ତ ଗ୍ୟାସରେ ପରିପୂର୍ଣ ଏକ ସେପ୍ସି ଟାଙ୍କି ଭିତରକୁ ପ୍ରବେଶ କରିଥିବା ୬ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ଜଣେ ଚେତାଶୂନ୍ୟ ହୋଇଥିଲେ ।

ଅଭିଯୋଗର ବିଚାର ପରେ ଆୟୋଗ ମତ ପ୍ରକାଶ କରିଛନ୍ତି ଯେ ଏହି ଘଟଣା ଗୁରୁତର ମାନବାଧୂକାର ଉଲଂଘନର ସୂଚନା ଦେଉଛି ଏବଂ ଦେଶରେ ଏପର୍ଯ୍ୟନ୍ତ ବିପଦଜନକ ହାତରେ ସଫେଇ ପ୍ରଥା ଚାଲିଥୁବା ଚିନ୍ତାଜନକ ବଷୟ ଅଟେ ।

ଆୟୋଗ ତାଙ୍କ ଆଦେଶରେ ଉଲ୍ଲେଖ କରିଛନ୍ତି ଯେ, ମାନ୍ୟବର ସୁପ୍ରିମକୋର୍ଟଙ୍କ ପୁନଃପୁନି ଦିର୍ଦ୍ଦେଶ ସତ୍ତ୍ବେ ମାନୁଆଲ୍ ସ୍କାଭେଲିଂ ଏବଂ ବିପଦଜନକ ସେପ୍ଟି ଟ୍ୟାଙ୍କ ସଫେଇ ପ୍ରଥା ଅନେକ ଶ୍ରମିକଙ୍କ ଜୀବନ ନେଉଛି, ଯାହା ଭାରତୀୟ ସମ୍ବାଧାନର ଅନୁଚ୍ଛେଦ- ୨୧ ଅନୁଯାୟୀ ନିଶ୍ଚିତ “ଜୀବନର ଅଧିକାର” ଓ “ ମର୍ଯ୍ୟାଦା ସହିତ ବଞ୍ଚିବାର ଅଧିକାର”ର ଉଲଂଘନ ଅଟେ ।

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖ୍ ନାଇଲୁ ର ଜାତୀୟ ସଂଯୋଜକ ରକ୍ଷାକର ଅନୁପମ କହିଛନ୍ତି: ଏହା କେବଳ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ନୁହେଁ, ଏହା ସେହି ସ୍ଵଚ୍ଛତା କର୍ମୀମାନଙ୍କ ପ୍ରତି ଦୀର୍ଘଦିନର ଅବହେଳାର ପ୍ରତୀକ, ଯେଉଁମାନେ ସମାଜର ସବୁଠାରୁ ଆବଶ୍ୟକୀୟ ସେବା ଯୋଗାଇବା ପାଇଁ ପ୍ରତିଦିନ ନିଜ ଜୀବନକୁ ବିପଦରେ ପକାଉଛନ୍ତି । ଯଥେଷ୍ଟ ସୁରକ୍ଷା ସାମଗ୍ରୀ, ଯାନ୍ତ୍ରିକ ବ୍ୟବସ୍ଥା ଓ ଆଇନଗତ ସୁରକ୍ଷା ବିନା କୌଣସି ଶ୍ରମିକଙ୍କୁ ବିଷାକ୍ତ ସେପ୍ଟି ଟ୍ୟାଙ୍କ ଭିତରକୁ ପଠାଯିବା ଉଚିତ ନୁହେଁ ।

ପିଟିସନ୍‌ରେ ନିମ୍ନଲିଖୁତ ଗୁରୁତର ବିଷୟଗୁଡ଼ିକ ଉଠାଯାଇଛି: ସମ୍ବିଧାନର ଅନୁଚ୍ଛେଦ-୨୧ ଅନୁଯାୟୀ ଜୀବନ ଓ ମର୍ଯ୍ୟାଦାର ଅଧୁକାରର ଉଙ୍ଗ୍ଲଘନ; ଶ୍ରମିକ ସୁରକ୍ଷା ଓ କଲ୍ୟାଣ ସମ୍ବନ୍ଧୀୟ ଆଇନଗତ ଦାୟିତ୍ବର ଅବହେଳା; ମାନୁଆଲ୍ ସ୍କାଭେଞ୍ଜର ନିଯୁକ୍ତି ନିଷେଧ ଓ ପୁନର୍ବାସ ଆଇନ, ୨୦୧୩ ର ସମ୍ଭାବ୍ୟ ଉଲଂଘନ; ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନରେ ବିଫଳତା; ସୁରକ୍ଷା ସାମଗ୍ରୀ, ଗ୍ୟାସ ଡ଼ିଟେକ୍ଟନ୍ ବ୍ୟବସ୍ଥା, ଆପାତକାଳୀନ ଉଦ୍ଧାର ବ୍ୟବସ୍ଥା ଓ ଯାନ୍ତ୍ରିକ ସଫେଇ ପ୍ରଣାଳୀର ଅଭାବ; ନାଇଲୁ ଦାବି କରିଛି ଯେ ଘଟଣାର ନିରପେକ୍ଷ ତଦନ୍ତ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ପୁନର୍ବାସ, ଏବଂ ବିପଦଜନକ ସେପ୍ଟି ଟାଙ୍କି ସଫେଇ ପ୍ରଥାକୁ ସମ୍ପୂର୍ଣ ଭାବେ ନିଷିଦ୍ଧ କରାଯାଉ ।

ସଂଗଠନ ଆହୁରି କହିଛି ଯେ ସ୍ୱଚ୍ଛତା କର୍ମୀମାନେ ମର୍ଯ୍ୟାଦା, ସାମାଜିକ ସୁରକ୍ଷା, ବୀମା ସୁବିଧା, ସୁରକ୍ଷା ପ୍ରଶିକ୍ଷଣ ଓ ଆଧୁନିକ ଯାନ୍ତ୍ରୀକ ବିକଳ୍ପ ପାଇବାର ଅଧିକାର ।

ଶେଷରେ ଶ୍ରୀ ଅନୁପମ କହିଛନ୍ତି ଜଣେ ସ୍ବଚ୍ଛତା କର୍ମୀଙ୍କ ମୃତ୍ୟୁ କେବଳ ଏକ ଦୁର୍ଘଟଣା ନୁହେଁ; ଏହା ସମ୍ବିଧାନିକ ନୈତିକତା ଓ ଆମ ସାମୂହିକ ମାନବିକ ବିବେକର ପରୀକ୍ଷା ସମାଜକୁ ପରିଷ୍କାର ରଖୁଥ‌ିବା ଲୋକମାନଙ୍କୁ ସମାଜ କେବେବି ପରିତ୍ୟାଗ କରିବା ଉଚିତ ନୁହେଁ ।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ମାଣିକେଶ୍ବରୀ ୟୁନିଭର୍ସିଟିର ଛାତ୍ରୀ ତୋଫାଳୀ ମୃତ୍ୟୁ ଘଟଣାକୁ ରାଜନୀତି କରଣକୁ ନିନ୍ଦା ; ନ୍ୟାୟ ପାଇଁ ଲଢ଼େଇ ଜାରୀ ରଖିବ ଫୋରମ୍ 

masiha

ବନ୍ଧୁଗାଁ ଶ୍ରୀ ଶିରିଡ଼ି ସାଇ ବାବା ମନ୍ଦିରର ୨ୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳିତ

masiha

ମହାପ୍ରଭୁ ରାମ ଲଲା ଙ୍କ ମନ୍ଦିର ପ୍ରତିଷ୍ଠା କୁ ନେଇ ଧର୍ମଗଡ ସହର ଉତ୍ସବ ମୁଖର

masiha

Leave a Comment

error: Content is protected !!