ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ରେ ବିଶ୍ୱ ପରିବେଶ ଦିବସ ପାଳିତ

ଧର୍ମଗଡ଼ ରେ ବିଶ୍ୱ ପରିବେଶ ଦିବସ ପାଳିତ

ପରିବେଶକୁ ସୁରକ୍ଷା ପାଇଁ ପ୍ରତ୍ୟେକ ନାଗରିକ ଵୃକ୍ଷ ରୋପଣ କରିବା ସହ ଏହାର ଯତ୍ନ ନିଜେ ନେବା ପାଇଁ ଆହ୍ୱାନ……

ଆଜି ବିଶ୍ୱ ପରିବେଶ ଦିବସ ପାଳନ ଉପଲକ୍ଷେ ଧର୍ମଗଡ଼ ଠାରେ ବିଜ୍ଞାପିତ ଅଞ୍ଚଳ ଓ ବନ ବିଭାଗ ପକ୍ଷରୁ ସଚେତନତା ଓ ଵୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଧର୍ମଗଡ଼ କଳାହାଣ୍ଡି ଉତ୍ସବ ପଡ଼ିଆ ଠାରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ପାଇଁ ପ୍ରଥମ ଥର ସକାଶେ ପ୍ରାଚୀର ଚିତ୍ର ଅଙ୍କନ ପ୍ରତିଯୋଗୀତା ସହ ଇଣ୍ଡୋର ଷ୍ଟାଡିୟମ ପରିସରରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଉପ ଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ଉପାଧ୍ୟକ୍ଷା ମନିଷା ମିଶ୍ର, ସାମାଜିକ କର୍ମୀ ହୃଷିକେଶ ମିଶ୍ର ଓ ପାରିଷଦ ବୃନ୍ଦ ଉପସ୍ଥିତ ଥିଲେ। ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ରୂପାୟନ କରଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ପଟ୍ଟଯୋଶୀ ଆଜି ଆମର ପରିବେଶ ସନ୍ତୁଳନ ହରାଇ ବସିଛି। ବ୍ୟାପକ ପ୍ରଦୂଷଣ ଓ ବନୀକରଣ ର ଅଭାବ ଯୋଗୁଁ ପାଣିପାଗ ବିଗିଡ଼ି ଯାଇଛି। ପରିବେଶକୁ ସୁରକ୍ଷା କରିବା ପାଇଁ ପ୍ରତ୍ୟେକ ନାଗରିକ ଵୃକ୍ଷ ରୋପଣ କରିବା ସହ ଏହାର ଯତ୍ନ ନିଜେ ନେବା ପାଇଁ ସେ ଆହ୍ୱାନ ଦେଇଥିଲେ। ପରିବେଶକୁ ବଞ୍ଚାଇବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ “ମା ପାଇଁ ଗଛଟିଏ” ସକାଶେ ଯେଉଁ ଆହ୍ୱାନ ଦେଇଛନ୍ତି ଏହାକୁ ଆମେ ସମସ୍ତେ ସାମାଜିକ ଆନ୍ଦୋଳନରେ ପରିଣତ କରିବା ପାଇଁ ପ୍ରକାଶ କରିଥିଲେ। 

ଏହି ଅବସରରେ ଅତିଥି ଗଣ ସ୍ମାର୍ଟ ପାର୍କ ପାର୍ଶ୍ୱସ୍ଥିତ ବିଜୁ ଏକ୍ସପ୍ରେସ ରାସ୍ତା କଡ଼ରେ ପରିବେଶ ଦିବସ ପାଳନ ଉପଲକ୍ଷେ ଵୃକ୍ଷ ରୋପଣ କରିଥିଲେ।

ପର୍ଯ୍ୟାବରଣ ଦିଵସ ପାଳନ ଉପଲକ୍ଷେ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ପକ୍ଷରୁ ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ସ୍ଥାନୀୟ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଉପ ଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ଉପାଧ୍ୟକ୍ଷା ମନିଷା ମିଶ୍ର, ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, କଲେଜ ର ଏନ ଏସ ଏସ ର ମୁଖ୍ୟ ସରୋଜ କୁମାର ପଣ୍ଡା, ରେଞ୍ଜର ଭବାନୀ ଶଙ୍କର କହଁର, ସାମାଜିକ କର୍ମୀ ହୃଷିକେଶ ମିଶ୍ର, ଓ ପଞ୍ଚାୟତ କଲେଜର ଛାତ୍ର ଛାତ୍ରୀ ସାମିଲ ହୋଇ ବୃକ୍ଷ ରୋପଣ କରିଥିଲେ।

“ମା ପାଇଁ ଗଛଟିଏ” ବାର୍ତ୍ତା ଦେବା ପାଇଁ ବିଧାୟକ ଅତିଥି ମାନଙ୍କ ସହ ବନ ବିଭାଗ କର୍ମଚାରୀ ଙ୍କ ଉପସ୍ଥିତିରେ ଚାରା ବଣ୍ଟନ କରି ନିଜେ ନିଜେ ଗଛର ଯତ୍ନ ନେବା ପାଇଁ ପରାମର୍ଶ ଦିଆ ଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସୁନ୍ଦରଗଡ ପତଞ୍ଜଳି ଯୋଗ ସମିତିର ସୂର୍ଯ୍ୟ ନମସ୍କାର

Sunil Chandra Nayak

ଵୁଡାମରା ରେ ମା’ ଶାରଦା ସେବାସଂଘର ୩୦ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

masiha

ଡାବୁଗାଁରେ ସ୍ଵାଧୀନତା ଦିବସ ପାଳିତ

masiha

Leave a Comment

error: Content is protected !!