ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ ଓ ସଚେତନତା ରାଲି ଅନୁଷ୍ଠିତ

ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ ଓ ସଚେତନତା ରାଲି ଅନୁଷ୍ଠିତ

ବାଲିଗୁଡ଼ା, ତା, ୦୫/୦୬: (ମନିସ): ବିଶ୍ୱ ପରିବେଶ ଦିବସ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ୍ ସ୍ଥିତ ସିଆରପିଏଫ୍ କ୍ୟାମ୍ପ୍ ପରିସରରେ ଏକ ବୃହତ୍ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କୋଟଗଡ଼ ବନାଞ୍ଚଳ ଅଧିକାରୀ ବାଳଗୋପାଳ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ ବନ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ବୈଷୟିକ ସହାୟତା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କୋଟଗଡ଼ ବନାଞ୍ଚଳର ସମସ୍ତ କର୍ମଚାରୀ, କୋଟଗଡ଼ ସ୍ଥିତ ସିଆରପିଏଫ୍ କ୍ୟାମ୍ପର ଯବାନମାନେ ଏବଂ କୋଟଗଡ଼ ଥାନାର ପୋଲିସ୍ କର୍ମଚାରୀମାନେ ଯୋଗଦାନ କରିଥିଲେ। ସମୁଦାୟ ୨୦୦ଟି ଚାରାରୋପଣ କରାଯାଇଥିଲା। ଏହି ଅବସରରେ ସମସ୍ତ ଉପସ୍ଥିତ ସଦସ୍ୟ ଜଙ୍ଗଲ ଓ ପରିବେଶର ସୁରକ୍ଷା, ସଂରକ୍ଷଣ ଏବଂ ସବୁଜ ପରିବେଶ ଗଠନ ପାଇଁ ଶପଥ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣର ମହତ୍ତ୍ୱ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ ସଚେତନତା ରାଲି ଆୟୋଜିତ ହୋଇଥିଲା। ବିଶ୍ୱ ପରିବେଶ ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପରିବେଶ ସୁରକ୍ଷା ପ୍ରତି ସାମୂହିକ ଦାୟିତ୍ୱବୋଧକୁ ଦୃଢ଼ କରିବା ସହ ସବୁଜ ଓ ସୁସ୍ଥ ପରିବେଶ ଗଠନ ଦିଗରେ ଏକ ସକାରାତ୍ମକ ପଦକ୍ଷେପ ଭାବେ ପରିଗଣିତ ହୋଇଛି ବୋଲି କୋଟଗଡ଼ ବନାଞ୍ଚଳ ଅଧିକାରୀ ବାଳଗୋପାଳ ବେହେରା ପ୍ରକାଶ କରିଛନ୍ତି।

ସଂଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

ପଲସ ପୋଲିଓ ଅଭିଯାନର ଶୁଭାରମ୍ଭ

masiha

World Population day was observed by the Institution of Engineers, India

Sunil Chandra Nayak

ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ଙ୍କୁ ମାନୁନି ମନରେଗା ଯୋଜନା, ୪ ବ୍ଲକ ରେ ଚାଲିଛି ବେଧଢ଼କ ମେସିନ ରେ କାମ

Sunil Chandra Nayak

Leave a Comment

error: Content is protected !!