ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳିତ 

ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳିତ 

ନବରଙ୍ଗପୁର :(ତା ୫.୬.୨୦୨୬)(ରବି ନାରାୟଣ ମହାନ୍ତି) ଆଜି ସ୍ଥାନୀୟ ପାପଡ଼ାହାଣ୍ଡି ନିକଟସ୍ତ ମୃଗ ବିହାର ଠାରେ ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳନ ହୋଇଯାଇଛି। ଖଣ୍ଡିୟ ବନ ଅଧିକାରୀ,ନବରଙ୍ଗପୁର ଉଦ୍ୟାନ ସୁବୁଦ୍ଧି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ଭାବରେ ଆରକ୍ଷୀ ଅଧିକ୍ଷକ କାଶ୍ୟପ ପାର୍ଥ ଜଗଦୀଶ ,ପରିବେଶବିତ୍ ଈଶ୍ୱର ଚନ୍ଦ୍ର ସାବତ ,ସହକାରୀ ବନ ସଂରକ୍ଷକ ଦିବ୍ୟା ମାଧୁରୀ ସେଠୀ ଯୋଗ ଦେଇଥିଲେ।ଅତିଥି ଗଣ ନିଜ ବକ୍ତବ୍ୟରେ ଜଳ, ମୃତ୍ତିକା,ପରିବେଶ ଓ ଜୈବ ବିବିଧତା କୁ ସଂରକ୍ଷଣ କରିବା,ବହୁଳ ପରିମାଣରେ ବୃକ୍ଷ ରୋପଣ,ଗାଁ ଗାଁ ରେ ବନ ସୁରକ୍ଷା ଓ ପରିବେଶ ସୁରକ୍ଷା ରେ ନିଜର ସହଭାଗିତା, ଜଳବାୟୁ ଅନୁକୂଳ ଜୀବନଶୈଳୀ,ଜଳ ଓ ପ୍ରାକୃତିକ ସମ୍ପଦ ର ସଠିକ୍ ବ୍ୟବହାର,ପ୍ଲାଷ୍ଟିକ ପ୍ରଦ୍ୟୁଷଣ କୁ ଅନ୍ତ କରିବାରେ ନିଜର ଭୂମିକା ଉପରେ ମତ ଦେଇଥିଲେ। ଚଳିତ ବର୍ଷ ” “ପ୍ରକୃତିରୁ ପ୍ରେରଣା – ଜଳବାୟୁ ପାଇଁ,ଆମ ଭବିଷ୍ୟତ ପାଇଁ “ବିଷୟ ନେଇ ବିଶ୍ଵ ପରିବେଶ ଦିବସ ପାଳନ କରାଯାଉଛି। ବର୍ତ୍ତମାନ ତୀବ୍ର ଜଳବାୟୁ ପରିବର୍ତ୍ତନ,ଉଷ୍ମତା,ଅସ୍ୱାଭାବିକ ପାଣିପାଗ ଯୋଗୁଁ ଯେଉଁ ଗୁରୁତର ସମସ୍ୟା ଜୀବ ଜଗତ ଭୋଗିବାକୁ ଯାଉଛି ଏହି ପରିପେକ୍ଷିରେ ବ୍ୟାପକ ବୃକ୍ଷ ରୋପଣ, ଜୈବ ବିବିଧତା,ଜଳ ଓ ପ୍ରାକୃତିକ ସମ୍ପଦ ର ରକ୍ଷା ଅତ୍ୟଂତ ଜରୁରୀ ହୋଇପଡ଼ିଛି ବୋଲି ମତ ପ୍ରକାଶ ପାଇଥିଲା।ମୃଗ ବିହାର ପରିସରରେ ଅତିଥିଗଣ ବୃକ୍ଷ ରୋପଣ କରି ସଚେତନତା ସୃଷ୍ଟି କରିଥିଲେ।ବୈଠକ ରେ ଜିଲ୍ଲା ର ୪ ଜଣଙ୍କୁ “ପ୍ରକୃତିବନ୍ଧୁ ” “୧୦,୦୦୦ ଟଙ୍କା ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କୋଷାଗୁମୁଡ଼ା ବ୍ଲକ ମୋଡେଇ ଗାଁର ଲିଙ୍ଗରାଜ ମିଶ୍ର , ପାପଡ଼ାହାଣ୍ଡି ବ୍ଲକ ସେମଲା ର ବାବୁଲାଲ ହରିଜନ,ତେନ୍ତୁଳିଖୁଣ୍ଟି ବ୍ଲକ ଡେଙ୍ଗାଗୁଡ଼ା ର ମହେନ୍ଦ୍ର କୁମାର ନାୟକ, ଉମରକୋଟ ବ୍ଲକ ନୂଆ ଗୁଡା ର ବିମଳ କୁମାର ବାରାଇ ଏହି ପୁରଷ୍କାର ମୁଖ୍ୟ ଅତିଥି ଙ୍କ ଠାରୁ ଗ୍ରହଣ କରିଥିଲେ।ସେଭଳି ୬ ଟି ଅନୁଷ୍ଠାନ କୁ ପ୍ରକୃତି ମିତ୍ର ପୁରସ୍କାର ଓ ୨୦୦୦୦ ଟଙ୍କା ପୁରଷ୍କାର ରାଶି ପ୍ରଦାନ କରାଯାଇଥିଲା।ଉମରକୋଟ ର ଫକୀରମୋହନ ପାନ୍ଥଶାଳା,କୁସୁମପୂର ନେତାଜୀ ସୁବାଷ ବୋଷ ହାଇସ୍କୁଲ, ଡୋକ୍ରିଭଟା ବନ ସୁରକ୍ଷା ସମିତି, ଝାଲିଆଗୁଡା ବନ ସୁରକ୍ଷା ସମିତି, କୋଡ଼ିଗାଁ ଅରୋବିନ୍ଦୋ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ନୂଆଗଡ ସରସ୍ୱତୀ ଶିଶୁ ମନ୍ଦିର ଏହି ପୁରଷ୍କାର ଲାଭ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ବନ ସୁରକ୍ଷା ସମିତି ର କର୍ମକର୍ତ୍ତା,ବନ ବିଭାଗ ର ଅଧିକାରୀ, ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମୁଣ୍ଡୁରାଗୁଡା ଠାରେ ନୂଆଖାଇ ଅବସରରେ ବସ୍ତ୍ର ବଣ୍ଟନ

masiha

ରାଜ୍ୟ ସରକାରଙ୍କ  ଘରୋଇ ସଂସ୍ଥା କୁ ଗେହ୍ଲାପୁଅ କରି ରଖିଛନ୍ତି,କାମ ଦେଉନି ମୋ ସରକାର ଙ୍କ କାର୍ଯ୍ୟକାରିତା

No-Confidence Motion Brought Against Rayagada Municipality Vice-Chairperson by 19 Councillors

Sunil Chandra Nayak

Leave a Comment

error: Content is protected !!