ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ପକ୍ଷରୁ ବିଶ୍ଵ ପରିବେଶ ଦିବସ, ୨୦୨୬ ପାଳନ
ନବରଙ୍ଗପୁର:(୦୫/୦୬)(ରବି ନାରାୟଣ ମହାନ୍ତି) ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଉତ୍କଳ ମାରଥୋମା ପ୍ରୋଜେକ୍ଟ ହଷ୍ଟେଲ, କବାଗୁଡା ଠାରେ ବିଶ୍ଵ ପରିବେଶ ଦିବସ, ୨୦୨୬ ପାଳିତ ହୋଇଯାଇଛି, ଏହି ଅବସରରେ ଛାତ୍ର।ବାସ ପରିସରରେ ବୃକ୍ଷ ରୋପଣ ଓ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭୀପ୍ସା ଗୋଛାୟତ ଯୋଗ ଦେଇଥିଲେ ଓ ସମସ୍ତଙ୍କ ଉପସ୍ଥିତିରେ ବୃକ୍ଷ ରୋପଣ କରିଥିଲେ। ପ୍ରଥମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭୀପ୍ସା ଗୋଛାୟତ ବନ୍ୟ ପ୍ରାଣୀ ସୁରକ୍ଷା ଆଇନ୍, ପରିବେଶ ସୁରକ୍ଷା ଆଇନ୍ ଏବଂ ମୌଳିକ କର୍ତ୍ତବ୍ୟ ଉପରେ ପିଲା ମାନଙ୍କୁ ସଚେତନ କରାଇଥିଲେ । ଉପ ମୁଖ୍ୟ ଏଲଏଡ଼ିସିଏସ, ନବରଙ୍ଗପୁର, ଶ୍ରୀ ତପନ କୁମାର ସିଂହ ,(ସମ୍ପାଦକ), ଜିଲ୍ଲା ଓକିଲ ସଂଘ ନବରଙ୍ଗପୁର, କୁନିମଣି ସ୍ବାଇଁ, DCPU ଇଉନିଟ, ନବରଙ୍ଗପୁର, ଥୋମାସ ମାଥେଊ, ନିର୍ଦେଶକ ଉତ୍କଳ ମାରଥୋମା ପ୍ରୋଜେକ୍ଟ ହଷ୍ଟେଲ, କବାଗୁଡା , ଅନ୍ୟତମ ଅତିଥି ଭାବେ ଆଇନଜୀବୀ ଶ୍ରୀ ରାଜ କିଶୋର ନାଗ ଓ ସ୍ବେଛାସେବୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଛାତ୍ରାବାସ ର କାର୍ଯ୍ୟକର୍ତ୍ତା ଅଭିସା କରର୍କରା ସହ ଅନୁଷ୍ଠାନ ର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ପାରା ଲିଗାଲ ସ୍ଵେଚ୍ଛାସେବୀ ଶ୍ରୀ ରାଜ କିଶୋର ରାଓ, ଶେଖର ଖୁରା, ସଂଜୀବ ବିଷୋୟୀ ଓ ଆଇନଜୀବୀ ରଞିତ ନାୟକ ଓ ବନ ବିଭାଗର କର୍ମଚାରୀ ସ୍ନିଗଧା ରାଣୀ ବେହେରା ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ନବରଙ୍ଗପୁର ର ରମେଶ ଚନ୍ଦ୍ର ବେହେରା, ଦିପକ କୁମାର ପାଢ଼ୀ, ଶ୍ରୀଧର ମଲ୍ଲିକ ଦ୍ଵାରା ପରିଚାଳନା କରଯାଇଥିଲା ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

