ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୂଚନା ନ ମିଳିବା ହେତୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ମହିଳା ଆଇନଜୀବୀ 

ସୂଚନା ନ ମିଳିବା ହେତୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ମହିଳା ଆଇନଜୀବୀ 

ବାରମ୍ବାର ଦରଖାସ୍ତ ଦେବା ସତ୍ତ୍ୱେ କୌଣସି ପଦକ୍ଷେପ ନେଇ ନଥିବାର ଅଭିଯୋଗ 
ଭୂମିହୀନ ଆବଣ୍ଟନ କରାଯାଇଥିବା ସରକାରୀ ଜମିର ତଥ୍ୟ ମଗାଯାଇଥିଲା 

ସାନଖେମୁଣ୍ଡି (୦୫/୬) : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲଦାରଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଲେ ମହିଳା ଆଡଭୋକେଟ । ଜାଣିଶୁଣି ତଥ୍ୟ ଯୋଗାଇବାରେ ଅବହେଳା ଏବଂ ବାରମ୍ବାର ଦରଖାସ୍ତ ଦେବା ସତ୍ତ୍ୱେ କୌଣସି ପଦକ୍ଷେପ ନେଇ ନଥିବାରୁ ବାଧ୍ୟ ହୋଇ ଶୁକ୍ରବାର ସକାଳ ୧୦ ଘଣ୍ଟା ସମୟରେ ଯୁବତୀ ଜଣକ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଯୁବତୀ ଜଣକ ହେଲେ ଏମ.ପ୍ରତିଭା କୁମାରୀ ରେଡ୍ଡୀ ଆଇନଜୀବୀ । ସୂଚନା ଥାଉକି ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ଗତ ଜାନୁଆରୀ ମାସ ୮ ତାରିଖ ଆର୍ ଟି ଆଇ ମାଧ୍ୟମ ସୂଚନା ଅଧିକାରୀଙ୍କୁ ଭୂମିହୀନ ଆବଣ୍ଟନ କରାଯାଇଥିବା ସରକାରୀ ଜମିର ତଥ୍ୟ ମାଗିଥିଲେ । ତେବେ ସେହି ସମୟରେ ସୂଚନା ଅଧିକାରୀଙ୍କ ପକ୍ଷରୁ କୌଣସି ତଥ୍ୟ ମିଳିପାରିନଥିଲା । ଯାହାକୁ ନେଇ ମହିଳା ଆଡଭୋକେଟ ଜଣକ ବାଧ୍ୟ ହୋଇ ପ୍ରଥମ ଅପିଲ କତୃପକ୍ଷ (ତହସିଲଦାର)ଙ୍କ ନିକଟରେ ଗତ ଫେବୃଆରୀ ମାସ ୨୩ ତାରିଖରେ ଦାଖଲ କରିଥିଲେ । ସେହି ଅନୁସାରେ ଚିଠି ସଂଖ୍ୟା ୧୨୫୮ ଜରିଆରେ ତହସିଲ କାର୍ଯ୍ୟାଳୟରୁ ଏକ ଚିଠି ତାଙ୍କ ପାଖକୁ ପଠା ଯାଇଥିଲା ଯାହା ମାର୍ଚ୍ଚ ମାସ ୫ ତାରିଖରେ ପ୍ରଥମ ଅପିଲ କତୃପକ୍ଷଙ୍କ ନିକଟରେ ଶୁଣାଣି ପାଇଁ ରହିଥିଲା । ହେଲେ ସେହି ଦିନ ତାଙ୍କର କିଛି କାର୍ଯ୍ୟ ଥିବାରୁ ସେ ତହସିଲଦାର ମହୋଦୟଙ୍କୁ୍ ୱାଟସ ଆପ ମାଧ୍ୟମରେ ନିବେଦନ କରି ଅନ୍ୟ ଏକ ଦିନ ସମୟ ନିର୍ଧାରିତ କରି ଉପସ୍ଥିତ ରହିବା ପାଇଁ ଜାଣିଥିଲେ । ହେଲେ ପରିଶେଷରେ ଆବେଦନର ଲିଖିତ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ପାଇ ପାରିନଥିଲେ । ତେଣୁ ତହସିଲଦାର ମହୋଦୟଙ୍କୁ ସମ୍ପୂର୍ଣ ତଥ୍ୟ ଯୋଗାଇବା ପାଇଁ ଅନୁରୋଧ କରିଥିଲେ । ତେବେ ତହସିଲଦାର ମହୋଦୟ ପ୍ରଥମେ କହିଥିଲେ ଆବଶ୍ୟକ କର୍ମଚାରୀ ବା ଷ୍ଟାଫ୍ ଅଭାବ ଯୋଗୁଁ ତଥ୍ୟ କିଛି ଦିନ ପରେ ଦିଆ ଯିବ ଏଣୁ ଧର୍ଯ୍ୟ ରଖି ସହଯୋଗ କରନ୍ତୁ। କିନ୍ତୁ ପର ଦିନରେ ପଚାରିବାରୁ ତହସିଲଦାର ନିଜ ଷ୍ଟାଫ୍ ମାନଙ୍କ ଉପସ୍ଥିତିରେ ଆଇନଜୀବୀଙ୍କୁ ପାଟି କରି ରାଗରେ ଏବଂ ଅହଙ୍କାରରେ “ତୁମ ହାତରେ ଯାହା ହେବ କର, ଆମେ ସମସ୍ତ ତଥ୍ୟ ଦେଇ ପାରିବୁ ନାହିଁ” ବୋଲି କହି ଅପମାନିତ କରିବା ସହ ଦୁର୍ବ୍ୟବହାର କରିଥିଲେ । ତେବେ ଯୁବତୀ ଜଣକ ଦ୍ଵିତୀୟ ଅପିଲ କତୃପକ୍ଷ ଅର୍ଥାତ୍ ରାଜ୍ୟ ସୂଚନା କମିଶନରଙ୍କ ନିକଟରେ ଦ୍ଵିତୀୟ ଅପିଲ ଦାଖଲ କରିଥିଲେ। ତେଣୁ ସମ୍ବିଧାନ ଓ ଲୋକତନ୍ତ୍ର ସାଧାରଣ ଜନତାଙ୍କ ପାଇଁ ନିର୍ଦ୍ଧାରିତ ସୂଚନା ଅଧିକାରକୁ କ୍ଷୁର୍ଣ୍ଣ କରିବା ବିରୁଦ୍ଧରେ ଆଜି ଯୁବତୀ ଜଣକ ବାଧ୍ୟ ହୋଇ ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।

Related posts

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲା ରାୟଗଡା ଏସୟୁଯେ ସାମ୍ବାଦିକ ସଙ୍ଘ , ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ମୁଖ୍ୟ ଦାବି

Sunil Chandra Nayak

ବ୍ରଜରାଜ ସିଂହ ଦେବଙ୍କ ଜୟନ୍ତୀ ସମାରୋହ

Sunil Chandra Nayak

ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ, ସଦରଙ୍ଗା, କୋଟପାଡ଼ ଠାରେ ମକ୍ ଡ୍ରିଲ 

masiha

Leave a Comment

error: Content is protected !!