ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରେଳ ଓଭରବ୍ରିଜ ନିର୍ମାଣ କାର୍ଯ୍ଯାରମ୍ଭ ପାଇଁ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ଦାବିପତ୍ର 

ରେଳ ଓଭରବ୍ରିଜ ନିର୍ମାଣ କାର୍ଯ୍ଯାରମ୍ଭ ପାଇଁ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ଦାବିପତ୍ର 

ଜଳେଶ୍ଵର,୬/୬-(ମନିସ)-ଜଳେଶ୍ବର-ପଶ୍ଚିମବାଡ ରାସ୍ତାର ରେଳ ଫାଟକ ନଂ- ୪୬ ନିକଟରେ ଓଭରବ୍ରିଜ ନିର୍ମାଣ କାର୍ଯ୍ଯ ଯଥା ସମ୍ଭବ ଶୀଘ୍ର ଆରମ୍ଭ କରିବା ପାଇଁ ବରିଷ୍ଠ ନାଗରିକ ନାଗରିକ ସୁରକ୍ଷା ମଞ୍ଚର ସଭାପତି ଡକ୍ଟର ରମାକାନ୍ତ ଭଞ୍ଜଙ୍କ ନେତୃତ୍ବରେ ଆଜି ଏକ ପ୍ରତିନିଧିଦଳ ତରଫରୁ ଜଳେଶ୍ଵର ରେଳ ଷ୍ଟେସନ ମ୍ଯାନେଜର ଚନ୍ଦନ କୁମାର ସିଂଙ୍କ ଜରିଆରେ ଦକ୍ଷିଣ ପୁର୍ବ ରେଳବାଇର ସାଧାରଣ ପରିଚାଳକ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇ ଅଛି। 

ସୂଚନାଯୋଗ୍ଯ ଯେ, ରେଳ ଓଭରବ୍ରିଜ ନିର୍ମାଣ ପାଇଁ ବରିଷ୍ଠ ନାଗରିକ ମଞ୍ଚର ଯୁକ୍ତିଯୁକ୍ତ ଦାବିକୁ ଗ୍ରହଣ କରି ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟର ରେଳ ବୋର୍ଡ ଚିଠି ନଂ-୨୦୨୫ ତା୦୭|୦୧|୨୦୨୬ରିଖ ଓ ଦକ୍ଷିଣପୂର୍ବ ରେଳପଥ ଜେନେରାଲ ମ୍ୟାନେଜର, କୋଲକାତା ଅଫିସର ମୁଖ୍ଯଯନ୍ତ୍ରୀଙ୍କ ତା୨୭|୦୩|୨୦୨୬ରିଖରେ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚକୁ ଚିଠି ପ୍ରଦାନ କରିଥିଲେ। ରେଳବାଇ ବିଭାଗର ଉକ୍ତ ଚିଠି ମୁତାବକ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ପ୍ରତିନିଧିଦଳ ଖଡଗପୁର ରେଳ ଡିଭିଜନର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଅନୁସାରେ ରେଳ ଓଭରବ୍ରିଜ ନିର୍ମାଣ କାର୍ଯ୍ଯାରମ୍ଭ ହେବାର ଥିଲେହେଁ, ଏଯାବତ ହୋଇ ପାରି ନାହିଁ। 

ଏହି ରେଳ ଫାଟକ ଦେଇ ଯାତାୟତ କରୁଥିବା ଜଳେଶ୍ଵର ବ୍ଲକର ୧୧ଟି ପଞ୍ଚାୟତ,ଜଳେଶ୍ବର ମ୍ୟୁନିସିପାଲଟିର ୨ଟି ଓ୍ବାର୍ଡ ସହ ଜଳେଶ୍ବରକୁ ଭୋଗରାଇ, ବାଲିଆପାଳ ବ୍ଲକ ସହ ଯୋଡି ଏହି ରାସ୍ତାରେ ଦୈନିକ ଯାତାୟତ କରୁଥିବା ଲକ୍ଷାଧିକ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉ ଥିବା ଦୃଷ୍ଟିରୁ ରେଳ ଓଭରବ୍ରିଜ ନିର୍ମାଣ କାର୍ଯ୍ଯ ଯଥା ସମ୍ଭବ ଶୀଘ୍ର ଆରମ୍ଭ କରିବା ପାଇଁ ରେଳବାଇ ବିଭାଗକୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ପ୍ରତିନିଧିଦଳରେ ମଞ୍ଚର ସମ୍ପାଦକ ଡକ୍ଟର ଲଳିତ ରଞ୍ଜନ ସେନାପତି, ଉପ ସଭାପତି କପିଳେଶ୍ଵର ମହାନ୍ତି, ସହ ସମ୍ପାଦକ ଶ୍ରୀମନ୍ତ କୁମାର ଘୋଷ,ଉପଦେଷ୍ଟା ଶିକ୍ଷାବିତ ଖଗେନ୍ଦ୍ର ନାଥ ସାହୁ, ବରିଷ୍ଠ ସଦସ୍ଯ ତଥା ଶିକ୍ଷାବିତ ଶ୍ଯାମାଚରଣ ଦାସ, ବରିଷ୍ଠ ସଦସ୍ଯ ସମାଜସେବୀ ଦିଲ୍ଲୀପ କୁମାର ଗିରି,ପ୍ରଶାନ୍ତ କୁମାର ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ରାୟଗଡା :- ଚାନ୍ଦିଲି ପୋଲିସ ପକ୍ଷରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ

Sunil Chandra Nayak

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

masiha

ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ୧୮ ଦିନରେ ପହଞ୍ଚିଲା ଧାରଣା

masiha

Leave a Comment

error: Content is protected !!