ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମେରିକାର ଦକ୍ଷିଣ ପୂର୍ବରେ ଥିବା ଫ୍ଲୋରିଡ଼ା ରାଜ୍ୟରେ ଉତ୍କଳ ଦିବସ ରେ ଓଡ଼ିଆ କବି ଲେଖକ ମାନଙ୍କ ଲେଖାର ଦ୍ଵିତୀୟ ବର୍ଷ ସଂସ୍କରଣ ର “ବିଶ୍ଵମ୍ଭରା ” ହେଲା ପ୍ରକାଶିତ 

ଆମେରିକାର ଦକ୍ଷିଣ ପୂର୍ବରେ ଥିବା ଫ୍ଲୋରିଡ଼ା ରାଜ୍ୟରେ ଉତ୍କଳ ଦିବସ ରେ ଓଡ଼ିଆ କବି ଲେଖକ ମାନଙ୍କ ଲେଖାର ଦ୍ଵିତୀୟ ବର୍ଷ ସଂସ୍କରଣ ର “ବିଶ୍ଵମ୍ଭରା ” ହେଲା ପ୍ରକାଶିତ 

ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଙ୍କ ଦୁଇଟି କବିତା ସେଥିରେ ହୋଇଛି ସ୍ଥାନିତ

ନବରଙ୍ଗପୁର:(୧୪|୪)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ଜଣେ ଏକାଧାରରେ କବି, ଲେଖକ, ସୁବକ୍ତା ଓ ଦକ୍ଷ ଅଧିକାରୀ ରୁପେ ଏ ଅଞ୍ଚଳରେ ସୁ ପରିଚିତ l ଆହୁରି ଏକ କଳା ରହିଛି ଯାଦୁ ଖେଳ ଦେଖାଇ ସମସ୍ତଙ୍କୁ ଖୁସି କରାଇ ବେଶ ଜଣାଶୁଣା ହୋଇ ପାରିଛନ୍ତି l ଏଇ ନୂତନ ବର୍ଷ ୨୦୨୬ ଉତ୍କଳ ଦିବସରେ ଓଡ଼ିଆ କବି, ଲେଖକଙ୍କ ଲେଖାକୁ ନେଇ ଆମେରିକା ର ଦକ୍ଷିଣ ପୂର୍ବରେ ଥିବା ଫ୍ଲୋରିଡ଼ା ରାଜ୍ୟରେ ଦ୍ଵିତୀୟ ବର୍ଷ ସଂସ୍କରଣ ରେ ପ୍ରକାଶିତ “ବିଶ୍ଵମ୍ଭରା ” ରେ ଓଡିଶାର ବିଭିନ୍ନ ସ୍ଥାନରୁ କବି, ଲେଖକ ଙ୍କ ଲେଖା ପ୍ରକାଶିତ ହୋଇଥିବା ବେଳେ ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ଙ୍କ ଦୁଇଟି କବିତା ସ୍ଥାନିତ ହୋଇ ଥିବାରୁ ନବରଙ୍ଗପୁର ଜିଲ୍ଲାର ଟେକ ସହ ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଟେକ ରଖିଛନ୍ତି l ତାଙ୍କର କବିତା ହୃଦୟସ୍ପର୍ଶି ହୋଇଥିବାରୁ ସମସ୍ତ ମନକୁ ଜିଣି ସମସ୍ତଙ୍କର ପ୍ରିୟପାତ୍ର ହୋଇ ପାରିଛନ୍ତି l ଭାଷା ସଂସ୍କୃତିର ବାହକ ଆମ ସଂସୃତିର ମହାନତା ବିଶ୍ଵ ଦରବାରରେ ପହଞ୍ଚାଇବାକୁ ହେଲେ ଭାଷାକୁ ବଞ୍ଚାଇ ରଖିବାକୁ ହେବ l ଜନ୍ମ ମାଟିକୁ ଅନେକ ଦୂରେ, ଆମେରିକା ର ଦକ୍ଷିଣ ପୂର୍ବରେ ଥିବା ଫ୍ଲୋରିଡ଼ା ରାଜ୍ୟରେ ନିଜ ମାତୃଭୂମି ଏବଂ ମାତୃଭାଷା ର ଉତ୍କର୍ଷତାକୁ ଅନୁଭବ କରିବା ପାଇଁ ପ୍ରତିବର୍ଷ ସେଠାରେ ପାଳନ ହେଉଛି ଉତ୍କଳ ଦିବସ, ଏଇ କବି ଲେଖକ ମାନଙ୍କ କଲମ ମୁନରେ ଉଜ୍ଜିବିତ ହୋଇ ରହିଛି ସବୁ ସ୍ଥାନରେ ଆମ ଭାଷା, ସଂସ୍କୃତି ଓ ପରମ୍ପରା , ଯାହାକି ଆମ ଭାଷା ଦେଶ ବିଦେଶରେ ବହୁଳ ଆଦୃତ ହେଉଛି ଏଇ ମହାନ କବି ଲେଖକ ମାନଙ୍କ ଯୋଗୁଁ l ଉତ୍କଳ ଦିବସ ଅବସରରେ ପ୍ରକାଶିତ ବାର୍ଷିକ ସ୍ମରଣିକା”ବିଶ୍ଵମ୍ଭରା” ସମ୍ପାଦକୀୟ ମଣ୍ଡଳୀର ସମସ୍ତ କର୍ମକର୍ତ୍ତା ଓ ସମସ୍ତ କବି, ଲେଖକ ମାନଙ୍କୁ ତାଙ୍କର ଏପରି ମହାନୀୟତା ଚେଷ୍ଟାକୁ ଧନ୍ୟବାଦ ସହ ଭୂୟସୀ ପ୍ରଶଂସା ଜଣାଉଛୁ l

Related posts

ଶିଶୁ ଅଧିକାର ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ପାଣିପମ୍ପ କେବୁଲ ଚୋରି, ଜଳ ଯୋଗାଣ ଠପ୍

masiha

କାମାକ୍ଷାନଗର ଗସ୍ତରେ ବାଣିଜ୍ୟ ପରିବହନ ଓ ସ୍କିଲ ଡେଭଲପମେଣ୍ଟ ସଚିବ ଉଷା ପାଢ଼ୀ 

Leave a Comment

error: Content is protected !!