ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଟକ ଜିଲ୍ଲାର ଶବର ସାହି, ମୁଣ୍ଡା ସାହି, ସାନ୍ତାଳ ସାହି ଗାଁ ର ଆଦିବାସୀ ପରିବାରଙ୍କ ଜଙ୍ଗଲ ଜମି ପଟ୍ଟା ତୁରନ୍ତ ପ୍ରଦାନ ପାଇଁ ଜଙ୍ଗଲ ବିଭାଗ ଏବଂ ରାଜସ୍ବ ବିଭାଗ କୁ ନିର୍ଦେଶ ଦେଲେ ସରକାର l ଆଦିବାସୀ ଙ୍କୁ ପଟ୍ଟା ମିଳିବା ଆଶା ଉଜ୍ବଳ 

କଟକ ଜିଲ୍ଲାର ଶବର ସାହି, ମୁଣ୍ଡା ସାହି, ସାନ୍ତାଳ ସାହି ଗାଁ ର ଆଦିବାସୀ ପରିବାରଙ୍କ ଜଙ୍ଗଲ ଜମି ପଟ୍ଟା ତୁରନ୍ତ ପ୍ରଦାନ ପାଇଁ ଜଙ୍ଗଲ ବିଭାଗ ଏବଂ ରାଜସ୍ବ ବିଭାଗ କୁ ନିର୍ଦେଶ ଦେଲେ ସରକାର l ଆଦିବାସୀ ଙ୍କୁ ପଟ୍ଟା ମିଳିବା ଆଶା ଉଜ୍ବଳ 

ଭୁବନେଶ୍ୱର,୧୧ ଜୁନ ୨୦୨୬: ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି କଟକ ଜିଲ୍ଲାର ବାରଙ୍ଗ ବ୍ଲକ ଅନ୍ତର୍ଗତ ରତାଗଡ଼ ଗ୍ରାମପଞ୍ଚାୟତର ମୌଜା ରାମଦାସପୁର ସ୍ଥିତ ସବର ସାହି, ମୁଣ୍ଡା ସାହି ଏବଂ ସାନ୍ତାଳ ସାହିରେ ବସବାସ କରୁଥିବା ଅନୁସୂଚିତ ଜନଜାତି ପରିବାରମାନଙ୍କ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ସତ୍ତ୍ୱ ଏବଂ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ସ୍ୱୀକୃତି ପ୍ରଦାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ସକାଶେ ଚିଠି ଲେଖିଥିଲେ l ପୂର୍ବତନ ସାଂସଦ ଙ୍କ ନିବେଦନ ଆଧାର ରେ ଆଜି ଓଡିଶା ସରକାର ଙ୍କ ଜଙ୍ଗଲ ପରିବେଶ ଓ ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ର ଡେପୁଟି ସେକ୍ରେଟାରୀ ତାଙ୍କ ପତ୍ର ସଂଖ୍ୟା ୧୩୧୨୫ ତା. ୧୧. o୬.୨୬ ରେ ରାଜସ୍ବ ବିଭାଗ ର ଅତିରିକ୍ତ ସଚିବ,ପି ସି ସି ଏଫ ଜଙ୍ଗଲ ବିଭାଗ ,ଅନୁସୂଚିତ ଜନଜାତି ଅନୁସୂଚିତ ଜାତି ଉନ୍ନୟନ ବିଭାଗ ର ଅତିରିକ୍ତ ସଚିବ, ଜ଼ିଲ୍ଲାପାଳ କଟକ ଙ୍କୁ ଏ ସମ୍ବନ୍ଧରେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି l

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦତ୍ତ ଏକ ସ୍ମାରକପତ୍ରରେ ଶ୍ରୀ ବିଶି ଉଲ୍ଲେଖ କରିଥିଲେ ଯେ, ପ୍ରାୟ ୩୦୦ ଆଦିବାସୀ ପରିବାର ପିଢ଼ି ପରମ୍ପରାରୁ ଜଙ୍ଗଲ ଜମିରେ ବସବାସ କରିଆସୁଛନ୍ତି ଏବଂ ସେମାନଙ୍କ ଜୀବିକା, ଖାଦ୍ୟ ସୁରକ୍ଷା, ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ, ପଶୁ ପାଳନ, ଜାଳେଣି କାଠ ଓ ଔଷଧୀୟ ଉଦ୍ଭିଦ ଆଦି ଜଙ୍ଗଲ ଉପରେ ନିର୍ଭରଶୀଳ।

ସେ କହିଛନ୍ତି ଯେ, ବନ ଅଧିକାର ଆଇନ-୨୦୦୬ ଅନୁଯାୟୀ ଉକ୍ତ ହିତାଧିକାରୀମାନେ ବ୍ୟକ୍ତିଗତ ଓ ସାମୁଦାୟିକ ଜଙ୍ଗଲ ଅଧିକାର ପାଇଁ ଆବେଦନ କରିଥିଲେ ମଧ୍ୟ ଦୀର୍ଘ ଦିନ ଧରି ସେଗୁଡ଼ିକର ଯାଞ୍ଚ ଓ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।

ଶ୍ରୀ ବିଶି ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ସ୍ଥାନୀୟ ବନ ଓ ରାଜସ୍ୱ ବିଭାଗର ଅବହେଳା କାରଣରୁ ଏହି ଆଦିବାସୀ ପରିବାରମାନେ ଆଜି ପର୍ଯ୍ୟନ୍ତ ନିଜ ପାରମ୍ପରିକ ବସତି ଓ ଜୀବିକା ଜମି ଉପରେ ଆଇନଗତ ଅଧିକାର ପତ୍ର ପାଇପାରି ନାହାନ୍ତି।

ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଉକ୍ତ ଅଞ୍ଚଳର ପ୍ରାୟ ୩୦୦ ଆଦିବାସୀ ଛାତ୍ରଛାତ୍ରୀ ବର୍ତ୍ତମାନ ରତାଗଡ଼ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭାଲୁଙ୍କା ଠାରେ ଅବସ୍ଥିତ ଶ୍ରୀଶ୍ରୀ ଟିକିବାବା ଆଦର୍ଶ ଶିକ୍ଷା ସଂସ୍ଥାନ (STARSS)ରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିଶୁଳ୍କ ଶିକ୍ଷା ଗ୍ରହଣ କରୁଛନ୍ତି। କିନ୍ତୁ ବସତି ଓ ଜମି ଅଧିକାରର ଅନିଶ୍ଚିତତା ସେମାନଙ୍କ ଶିକ୍ଷା, ସାମାଜିକ ସୁରକ୍ଷା ଓ ସାମଗ୍ରିକ ବିକାଶ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି।

ପୂର୍ବତନ ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିଛନ୍ତି ଯେ, ଜିଲ୍ଲା ପ୍ରଶାସନ, ବନ ବିଭାଗ ଓ ରାଜସ୍ୱ ବିଭାଗକୁ ତୁରନ୍ତ କ୍ଷେତ୍ର ପରିଦର୍ଶନ କରି ଦାବିଗୁଡ଼ିକର ଯାଞ୍ଚ କରିବା, ଯୋଗ୍ୟ ହିତାଧିକାରୀଙ୍କ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ପଟ୍ଟା ମଞ୍ଜୁର କରିବା, ରେକର୍ଡ ଅଫ୍ ରାଇଟ୍ସ (RoR) ପ୍ରଦାନ କରିବା ଏବଂ ଆଦିବାସୀମାନଙ୍କ ପାରମ୍ପରିକ ଜୀବିକା ଓ ଜଙ୍ଗଲ ଅଧିକାର ସୁରକ୍ଷା ସୁନିଶ୍ଚିତ କରିବା। ପୂର୍ବତନ ସାଂସଦ ଶ୍ରୀ ନିରଞ୍ଜନ ବିଶି ଙ୍କ ମହତ କାର୍ଯ୍ୟ ପାଇଁ ଶ୍ରୀ ଟିକି ବାବା ଆଦର୍ଶ ଶିକ୍ଷା ସଂସ୍ଥା, କଟକ ଆଦିବାସୀ ମହାସଭା ଅଭିନନ୍ଦନ ଜଣାଇଛନ୍ତି l

Related posts

ଜୁନାଗଡ଼ରେ ଶ୍ରମିକ ଶକ୍ତିର ମହାମିଳନ: ଉତ୍ସାହର ସହ ପାଳିତ ହେଲା ୧୦୪ତମ ବିଶ୍ଵ ଶ୍ରମିକ ଦିବସ

ଯୁଗଯାତ୍ରୀ ସାହିତ୍ୟ ସଂସଦ ତରଫରୁ ସନ୍ଥ କବି ଭୀମଭୋଇଙ୍କ ଜୟନ୍ତୀ ପାଳନ

ଚନ୍ଦ୍ରୟାନ୍ – ୩ ର ଚନ୍ଦ୍ର ପୃଷ୍ଠ ରେ ଅବତରଣ କୁ ଉତ୍ସବ ରୁପେ ପାଳନ କଲେ ଛାତ୍ର ଛାତ୍ରୀ

masiha

Leave a Comment

error: Content is protected !!