ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିବିରରେ ରକ୍ତଦାନ କରି ଉଦାହରଣ ସୃଷ୍ଟି କଲେ ଫାୟାର ଆଣ୍ଡ ସେଫ୍ଟୀ ଅଫିସର (ଅଗ୍ନି ନିରାପତ୍ତା ଅଧିକାରୀ) ସମାଜସେବୀ ଇଂ.ମାନସ ରଞ୍ଜନ ମାଣ୍ଡୋଇ 

ଶିବିରରେ ରକ୍ତଦାନ କରି ଉଦାହରଣ ସୃଷ୍ଟି କଲେ ଫାୟାର ଆଣ୍ଡ ସେଫ୍ଟୀ ଅଫିସର (ଅଗ୍ନି ନିରାପତ୍ତା ଅଧିକାରୀ) ସମାଜସେବୀ ଇଂ.ମାନସ ରଞ୍ଜନ ମାଣ୍ଡୋଇ 

 କଟକ : ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ,ଓଡ଼ିଶା (ବିସିଟି) ପକ୍ଷରୁ ଟ୍ରଷ୍ଟ ବରେଣ୍ୟ ଅଧ୍ୟକ୍ଷ ଇଂ.ବିମଳ ଚନ୍ଦ୍ର ଦାସଙ୍କ ୪୬ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଭୁବନେଶ୍ୱର ପଥର ଗାଡ଼ିଆରେ ଅନୁଷ୍ଠିତ ହୋଇ କଟକ କେନ୍ଦ୍ରୀୟ ରକ୍ତ ଭଣ୍ଡାର ଟିମ୍ ସହାୟତାରେ ୨୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି । ଶିବିରରେ ଅଧ୍ୟକ୍ଷ ଇଂ.ବିମଳ ଚଂଦ୍ର ଓ ତାଙ୍କ ଧର୍ମ ପତ୍ନୀ ସୁଜାତା ରକ୍ତଦାନ କରିଥିଲେ । ଫାୟାର ଆଣ୍ଡ ସେଫ୍ଟୀ ଅଫିସର (ଅଗ୍ନି ନିରାପତ୍ତା ଅଧିକାରୀ) ଇଂ.ମାନସ ରଞ୍ଜନ ମାଣ୍ଡୋଇ ପହଂଚି ରକ୍ତଦାନ କରିବା ସହ ଜନ ସଚେତନତା ସୃଷ୍ଟି କରିଥିଲେ । 

ସମାଜସେବୀ ବିଜୟ ସାହୁ,ତୁଷାର ଶାନ୍ତି,ଟ୍ରଷ୍ଟ ରାଜ୍ୟ ସଂଯୋଜକ ତଥା ମିଡ଼ିଆ ସେଲ୍ ଅଧ୍ୟକ୍ଷ ଇଂ.ସେଵକ ଶ୍ରୀକାନ୍ତ,ଟ୍ରଷ୍ଟ ମହାସଚିବ ଇଂ,ସୂରଜ ବେହେରା,ରାଜକିଶୋର ପଢିଆରି,ରଶ୍ମୀ ରଞ୍ଜନ ପଢିଆରି,ବିଶ୍ୱଜିତ ସାମଲ,ସନ୍ତୋଷ ସାହୁ,ବିଶ୍ୱରଞ୍ଜନ ସାମଲ,ସ୍ନିଗ୍ଧାଞ୍ଜଳି ଦାସ,ସୁରେଖା ବାରିକ,ଶ୍ରୀୟଂଶୁ ବାରିକ,ଶାଶ୍ୱତ ଦାସ, ସମର୍ଥ ଦାସ ଉପସ୍ଥିତ ଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଜାତୀୟ ଉପଭୋକ୍ତା ଦିବସ ପାଳିତ

Sunil Chandra Nayak

ରାଧାକୃଷ୍ଣ ବେଶରେ ଦର୍ଶନ ଦେଲେ ଶିଶୁ ମନ୍ଦିର କୁନି କୁନି ଛାତ୍ରଛାତ୍ରୀ

masiha

ବିରମିତ୍ରପୁର ତହସିଲରେ ଜମି ଜାଲିଆତି ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ ଦାବିକଲେ ଯୋଜନା ବୋର୍ଡ଼ ଅଧକ୍ଷ ଶ୍ରୀ ତନ୍ତୀ

Sunil Chandra Nayak

Leave a Comment

error: Content is protected !!