ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚୋରି ଅଭିଯୁକ୍ତ ଗିରଫ, ଟଙ୍କା ଓ ବିଭିନ୍ନ ସାମଗ୍ରୀ ଉଦ୍ଧାର

ଜୁନାଗଡ଼,୧୪/୫(ମ ନି ସ) ଜୁନାଗଡ଼ ସହର ରେ ଚୋରିକରି ଫେରାର ଥିବା ଆସାମିକୁ ଶେଷରେ ଜୁନାଗଡ଼ ପୋଲିସ ଗିରଫ କରିଥିବା ବେଳେ ଅଭିଯୁକ୍ତଙ୍କ ଠାରୁ ନଗଦ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଉଦ୍ଧାର କରିଛି।ଗିରଫ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବାବେଳେ ଜଣେ ଫେରାର ଥିବା ସୂଚନା ମିଳିଛି।ପ୍ରକାଶ ଯେ ଗତ ୯ତାରିଖ ଦିନ ସହରର ପ୍ରଭାକର ସାହୁ ତାଙ୍କ ବୋଲେରୋ ଗାଡ଼ିରୁ ୭୦ ହଜାର ଟଙ୍କା ଚୋରିହୋଇଥିବା ଥାନାରେ ଅଭିଯୋଗ କରିଥିଲେ।ଏଥିନେଇ ଏକ ମାମଲା ରୁଜୁକରି ପୋଲିସ ତଦନ୍ତ ଚଳାଇଥିଲା। ଗତ ୧୩ ତାରିଖରେ ଗଂଜାମ ଆସିକା ଅଂଚଳର ଅଭିଯୁକ୍ତ ଏ ଅଞ୍ଜନା ରାଓ(୩୦) ଙ୍କୁ ସ୍ଥାନୀୟ ଅକ୍ସିସ ବ୍ୟାଙ୍କ ସମ୍ବୁଖରୁ ଗିରଫ କରିଥିଲା ଏବଂ ଅନ୍ୟଜଣେ ସହଯୋଗୀ ସେଠାରୁ ଫେରାର ହୋଇ ଯାଇଥିଲା। ଅଭିଯୁକ୍ତଙ୍କ ଠାରୁ ନଗଦ ୮୪୯୫୦ ଟଙ୍କା, ଏଆର ବ୍ୟାଗ ମୋବାଇଲ ଫୋନ, ରଡ଼ ଏବଂ ଗୋଟିଏ ଇଉନିକର୍ଣ ମୋଟର ସାଇକେଲ ଉଦ୍ଧାର କରାଯାଇଛି।୨ ଅଭିଯୁକ୍ତ ଜିଲ୍ଲାର ଆହୁରି ୬ ଗୋଟି ଭିଭିନ୍ନ ମାମଲାରେ ଜଡିତ ଥିବା ଜୁନାଗଡ଼ ଥାନା ଅଧିକାରୀ ଉତ୍ତମ ସାହୁ ପ୍ରକାଶ କରିଛନ୍ତି।ଅଭିଯୁକ୍ତ ଅଞ୍ଜନା କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଫେରାର ଅସାମୀକୁ ଅତିଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।

Related posts

ବେଣୁଧର ସୂତାର ଙ୍କ କବିତା ବର୍ଷା ବସୁମତୀ

Sunil Chandra Nayak

ଜୟପାଟଣାରେ ମାଁ ମହାଲକ୍ଷ୍ମୀଙ୍କର ପୂଜନତ୍ସବ ଅନୁଷ୍ଠିତ

Sunil Chandra Nayak

ନର୍ମଦା ନାୟକ ଙ୍କ କବିତା ଜୀବନ ନଈ

Sunil Chandra Nayak

Leave a Comment

error: Content is protected !!