ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରବି ଧାନ ଅଧିଗ୍ରହଣ: ନୂଆପଡ଼ାରେ ଅଣଚାଷୀଙ୍କ ଗୋଦାମରେ ଚଢ଼ାଉ, ୪୭ କ୍ୱିଣ୍ଟାଲ ଧାନ ଜବତ 

ରବି ଧାନ ଅଧିଗ୍ରହଣ: ନୂଆପଡ଼ାରେ ଅଣଚାଷୀଙ୍କ ଗୋଦାମରେ ଚଢ଼ାଉ, ୪୭ କ୍ୱିଣ୍ଟାଲ ଧାନ ଜବତ 

ନୂଆପଡ଼ା, ୦୭/୦୬:(ସୁଜିତ କୁମାର କୁମାର )ନୂଆପଡ଼ା ଜିଲ୍ଲାରେ ଧାନର ଅବୈଧ ମହଜୁଦ ଓ ବେଆଇନ କାରବାର ବିରୋଧରେ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିଛି ଳ ରବିବାର ନୂଆପଡ଼ା ଏନ୍‌ଏସି ଅନ୍ତର୍ଗତ ମନ୍ଦିରପଡ଼ାସ୍ଥିତ ଏକ ରାସ୍ତାକଡ଼ ଭଡ଼ା ଗୋଦାମ ଉପରେ ଚଢ଼ାଉ କରାଯାଇ ୪୭.୭୦ କ୍ୱିଣ୍ଟାଲ ଧାନ ଜବତ କରାଯାଇଛି।

ଯୋଗାଣ ବିଭାଗର ସୂଚନା ଅନୁଯାୟୀ, ଅଣଚାଷୀ ରବୀନ୍ଦ୍ର ଗୁପ୍ତାଙ୍କ ଦ୍ୱାରା ଉକ୍ତ ଗୋଦାମରେ ଧାନ ମହଜୁଦ ରଖାଯାଇଥିବା ଅଭିଯୋଗରେ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ୧୬୪ଟି ବସ୍ତାରେ ଗଚ୍ଛିତ ଥିବା ମୋଟ ୪୭.୭୦ କ୍ୱିଣ୍ଟାଲ ଧାନ ଜବତ କରାଯାଇଥିଲା।

ଏହି ଚଢ଼ାଉ ଓ ଜବତ କାର୍ଯ୍ୟରେ ନୂଆପଡ଼ା ଅତିରିକ୍ତ ତହସିଲଦାର ଜଗଜୀବନ ମାଝୀଙ୍କ ନେତୃତ୍ୱରେ ହୋଇଥିବା ବେଳେ ସହକାରୀ ଯୋଗାଣ ଅଧିକାରୀ ହୃଷୀକେଶ ନାୟକ ଏବଂ ଯୋଗାଣ ନିରୀକ୍ଷିକା ଶୁଭଶ୍ରୀ ଦାଶ ଉପସ୍ଥିତ ରହିଥିଲେ।

ଧାନର ଉତ୍ସ ଓ ମହଜୁଦ ସମ୍ପର୍କିତ ଆବଶ୍ୟକ କାଗଜପତ୍ର ଯାଞ୍ଚ କରାଯାଉଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଅବୈଧ ଧାନ ମହଜୁଦ, ପରିବହନ ଓ କଳାବଜାରୀ ବିରୋଧରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଞ୍ଚ ଏବଂ ଚଢ଼ାଉ ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି କୁହାଯାଇଛି।

Related posts

ବହୁ ଚର୍ଚ୍ଚିତ ୟୁପି ଗଞ୍ଜେଇ ଚାଲାଣ ମାମଲା , ଦୁଇ ଅଭିଯୁକ୍ତ ଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୈରାଜଜ୍

Sunil Chandra Nayak

ବାଲିଛାଇ ରେ ଜୁଆ ଚଢ଼ାଉ ୦୮ ଗିରଫ

Sunil Chandra Nayak

ଏଟିଏମ୍ ଭାଙ୍ଗି ଚୋରି ଉଦ୍ୟମ

Sunil Chandra Nayak

Leave a Comment

error: Content is protected !!