ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକଙ୍କ ହସ୍ତକ୍ଷେପ ଫଳରେ କଲେଜକୁ ହେଲା ପିଚୁ ରାସ୍ତା

ବିଧାୟକଙ୍କ ହସ୍ତକ୍ଷେପ ଫଳରେ କଲେଜକୁ ହେଲା ପିଚୁ ରାସ୍ତା

ରାଉରକେଲା : ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳର ସେକ୍ଟର-୧୬ ନିକଟରେ ଥିବା ଇସ୍ପାତ ସ୍ୱୟଂ ଶାସିତ କଲେଜକୁ ଯାଇଥିବା ରାସ୍ତାର ଅବସ୍ଥା ଏପରି ଶୋଚନୀୟ ହୋଉପଡିଥିଲା କି ଏହି ରାସ୍ତାରେ ଯିବାପାଇଁ କଲେଜ ଛାତ୍ରଛାତ୍ରୀ ମାନେ ଭୟ କରୁଥିଲେ । ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ସର୍ବଦା ଭୟ ରହୁଥିଲା । ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀ ଏବଂ କଲେଜ କର୍ତ୍ତୃପକ୍ଷ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଘଟଣାର ଗମ୍ଭୀରତାକୁ ହୃଦବୋଧ କରି ବିଧାୟକ ଶ୍ରୀ ତନ୍ତୀ ରାଉରକେଲା ଇସ୍ପାତ କାରଖାନା ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ସହ କଥାବାର୍ତା ହୋଇ ତୁରନ୍ତ ରାସ୍ତାର ପୁନଃନିର୍ମାଣ କରିବା ପାଇଁ ଆଗ୍ରହ କରିଥିଲେ । ବିଧାୟକ ଶ୍ରୀ ତନ୍ତୀଙ୍କ ହସ୍ତକ୍ଷେପ ଫଳରେ ଆଜି ଶୋଚନୀୟ ହୋଇପଡିଥିବା ଉକ୍ତ ରାସ୍ତାର ପୁନଃ ନିର୍ମାଣ କରାଯାଇଛି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ ଇଂଲିଶ ସ୍କୁଲ ଠାରେ ନେତାଜୀ ଜୟନ୍ତୀ ପାଳିତ

Sunil Chandra Nayak

କୁମ୍ଭାରୀଠାରେ ପୋଷଣ ମାସ ଉତ୍ସବ ପାଳିତ

masiha

ଉଦିତନଗର ସରକାରୀ ହାଇସ୍କୁଲରେ ଇ – ୱେଷ୍ଟ କର୍ମଶାଳା ଅନୁଷ୍ଠିତ 

masiha

Leave a Comment

error: Content is protected !!