ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି ପାଳିତ

ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି ପାଳିତ

ହିଞ୍ଜିଳିକାଟୁ,୧୪/୦୪ ହିଞ୍ଜିଳିକାଟୁ ପୌରାଞ୍ଚଳ ତଥା ଏହାର ଆଖପାଖ ଅଞ୍ଚଳରେ ପ୍ରଭୁ ଶ୍ରୀରାମଙ୍କ ପରମଭକ୍ତ ହନୁମାନଙ୍କ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣାସଂକ୍ରାନ୍ତି ତଥା ଓଡ଼ିଆ ନୂତନ ବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି । ରେଗିଡି ଚାରିଛକ ସ୍ଥିତ ହନୁମାନ ମନ୍ଦିର ଓ ହିଞ୍ଜିଳି ତାରାତାରିଣୀ ରୋଡ ପରିସରରେ ହନୁମାନ ମନ୍ଦିର ସମେତ ମେଣ୍ଢାଖାଇ ପର୍ବତ ପାଦଦେଶରେ ଥିବା ଶ୍ରୀ ଶ୍ରୀ ଶ୍ରୀ ହନୁମାନ ବିଜେ ମନ୍ଦିର ଠାରେ ସକାଳ ସମୟରେ ରୀତିନୀତି ଅନୁଯାୟୀ ପୂଜାପାଠ, ହୋମଯଜ୍ଞ ୧୦୮ ହନୁମାନ ଚାଳିଶା ପାଠ କରିବା ସହ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ହନୁମାନ ଚାଳିଶା ବହି ବଣ୍ଟନ କରାଯାଇଥିଲା । ବିଭିନ୍ନ ମନ୍ଦିର ପରିଚାଳନା କମିଟି, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ତରଫରୁ ବିଭିନ୍ନ ଜାଗାରେ ପଣା ଭୋଗ ଲାଗି କରିବା ପରେ ଲୋକଙ୍କୁ ବଣ୍ଟନ କରାଯାଇଥିଲା। ସେହିପରି ଗ୍ରାମରେ ଥିବା ସମସ୍ତ ହନୁମାନ ମନ୍ଦିର ବ୍ୟତୀତ ଶୈବ ପୀଠ,କନକ ଦୁର୍ଗା, ଦେବିପୀଠ ସ୍ବତନ୍ତ ଉତ୍ସବ ସାଙ୍ଗକୁ ରୀତିନୀତି ଅନୁଯାୟୀ ପୂଜା ପାଠ କରାଯାଇଛି। ଭକ୍ତ ମାନେ ସମସ୍ତ ଦେବାଦେବୀ ଦର୍ଶନ କରି ପଣା ଓ ପ୍ରସାଦ ସେବନ କରିଥିଲେ । ଏହି ଅବସରରେ ସମସ୍ତ ଦାଣ୍ଡ ଅଗଣାରେ ଓଡ଼ିଆ ନବବର୍ଷକୁ ସ୍ୱାଗତ କରିଥିଲେ । ଆଜି ଦିନତମାମ ବିଭିନ୍ନ ଦେବାଳୟରେ ଭକ୍ତଙ୍କ ଗହଳ ଚହଳ ଲାଗି ରହିଥିବା ଦେଖିବାକୁ ମିଳିଥିଲା l

Related posts

ଅବହେଳିତ ପାଡେପଦର ଗ୍ରାମ ପଞ୍ଚାୟତ

Sunil Chandra Nayak

ଅପରାଜିତାଙ୍କୁ ପୁରସ୍କୃତ କଲେ ସମାଜସେବୀ କୁଞ୍ଜଲତା

Sunil Chandra Nayak

ଡାବୁଗାଁରେ ନୂତନ ବନାଞ୍ଚଳ ଅଧକାରୀଙ୍କ ଯୋଗଦାନ 

masiha

Leave a Comment

error: Content is protected !!