ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିଞ୍ଜିଳିରେ ଦୁଇ ପୁଞ୍ଜା ମେରୁଦଣ୍ଡ ଯାତ୍ରା ଉଦଯାପିତ

ହିଞ୍ଜିଳିରେ ଦୁଇ ପୁଞ୍ଜା ମେରୁଦଣ୍ଡ ଯାତ୍ରା ଉଦଯାପିତ 

ହିଞିଳିକାଟୁ,ତା ୧୪/୦୪ ପୌର ପରିଷଦ ସମେତ ସ୍ଥାନୀୟ ଆଖପାଖ ଅଞ୍ଚଳରେ ଚାଲିଥିବା ୧୩ ,୧୮,୨୧ ଦିନିଆ ମାଁ ଦଣ୍ଡକାଳୀ ଯାତ୍ରା ମେରୁ ସଂକ୍ରାନ୍ତି ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ହିଞିଳି ଅଞ୍ଚଳର ଦୁଇ ପୁଞ୍ଜା ତଥା ସାନ ଓ ବଡ ପୁଞ୍ଜା ତରଫରୁ ଦଣ୍ଡଘର ମାନଙ୍କରେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇଥିଲା । ଉଭୟ ପୁଞ୍ଜାର ଦଣ୍ଡୁମାନେ ସକାଳେ ପୌରାଞ୍ଚଳର ବିଭିନ୍ନ ସାହି ଗଳିକନ୍ଦି ଢୋଲ ବାଜା ବାଜଣାରେ ପରିକ୍ରମା କରି ମାଙ୍କ ଯାତନା ଭୋଗ ପୂଜାର୍ଚ୍ଚନା କରିଥିଲେ । ଖାରବେଳ ସମୟରେ ଦଣ୍ଡୁମାନେ ଦଣ୍ଡଘର ସମ୍ମୁଖରେ ଧୂଳିଦଣ୍ଡ ଆରମ୍ଭ କରିଥିଲେ । ଧୂଳିଦଣ୍ଡ ବହୁ ସମୟ ଧରି ହୋଇଥିଲା । ଏଥିରେ ବହୁ ଭକ୍ତ ଓ ମାନସିକ ଧାରୀ ସକାଳୁ ଆସି ଧୂଳିଦଣ୍ଡ ସରିବା ପରେ ପରେ ଦେଉଳ ବନ୍ଧ ପୋଖରୀରେ ପାଣିଦଣ୍ଡ ହୋଇଥିବା ଦେଖିଥିଲେ । ଏବଂ ମାନସିକଧାରୀ ମାନେ ମାନସିକ କାମାନ ନିମନ୍ତେ ଝୁଣା ଖାଇଥିଲେ। ଦଣ୍ଡୁଆମାନେ ପାଣି ଦଣ୍ଡ ସାରି ମେରୁଖୁଣ୍ଟ ନିକଟରେ ପହଞ୍ଚି ଥିଲେ । ଖୁଣ୍ଟ ଉପରିଭାଗ ମେରୁ ଉକୁଚା ପାଇଁ ପ୍ରସ୍ତୁତ ହୋଇଥିବା ଖୁଣ୍ଟ ପାଟ ଦଣ୍ଡୁଆଙ୍କୁ ଓଲଟା ଲଟକା ଯାଇଥିଲା ତଳେ ଜଳୁଥିବା ଅଗ୍ନିକୁଣ୍ଡରେ ତିନିଥର ଝୁଣା ଦେଲାପରେ ମେରୁପର୍ବ ସମାପିତ ହୋଇଥିଲା । ମେରୁ ଉକୁଚା ସମୟରେ ବିଭିନ୍ନ ସ୍ଥାନରୁ ଆସିଥିବା ମାନସିକ,ବ୍ରତଧାରି ଓ ଭକ୍ତମାନେ ନଡ଼ିଆ କଦଳୀ କାକୁଡ଼ି, ଖଜୁରୀ କୋଳି ଆଦି ଭୋଗପୂଜା ଓ ପାଦକ ସେବନ କରିଥିଲେ । ମେରୁ ସରିବା ପରେ ପରେ ରାଜ୍ୟ ରାଜପଥରେ କିଛି ସମୟ ପାଇଁ ଟ୍ରାଫିକ ର ସମସ୍ୟା ଦେଖା ଦେଇ ଉତେଜନା ପୂର୍ବରୁ ପୋଲିସ କର୍ମଚାରୀ ପହଞ୍ଚି ସମସ୍ତ ଜନଗହଳି ହଟାଇ ଟ୍ରାଫିକ ଦୂର କରିଥିଲେ ଏବଂ ସନ୍ଧ୍ୟା ପର୍ଯ୍ୟନ୍ତ ରହି ଶାନ୍ତିଶୃଙ୍ଖଳା ବଜାୟ ରଖିଥିଲେ । ସେହିପରି ଖଣ୍ଡରା,ବୁରୁପଡା, ସାରୁ,ଆଲପୁର,ପୋଚିଲିମା, ସମରଝୋଳ,କଞ୍ଚୁରୁ ଠାରେ ମେରୁପର୍ବ ଉଦଯାପିତ ହୋଇଛ। ସାନ୍ଧ୍ୟ ଆଳତି ପାଇଁ ବହୁ ଭକ୍ତ ଓ ମାନସିକ ଧାରି ଅଟକି ରହିଥିଲେ ।

Related posts

ଇନ୍ଦ୍ରାବତୀ ପ୍ରକଳ୍ପ କର୍ତ୍ତୃପକ୍ଷ ଙ୍କ ସ୍ଥାଣୁତା :ପୋଡ଼ାଗଡ଼ ଡ୍ୟାମ ପାଚେରୀ ଭିତରେ ଚାଷ 

Sunil Chandra Nayak

ନର୍ଲା ପଞ୍ଚାୟତ ସମିତିର ଏଇ ବାସୁଦେବ ମହାରଣାଙ୍କ ଅବସର କାଳୀନ ସମ୍ୱର୍ଦ୍ଧନା ସଭା 

କେରଳ ଭୁସ୍କଳନ ପ୍ରପୀଡ଼ିତ ଙ୍କ ପାଇଁ ସି ପି ଆଇ ଏମ୍ ର ରିଲିଫ ସଂଗ୍ରହ ଅଭିଯାନ

masiha

Leave a Comment

error: Content is protected !!