ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡ଼ବିଲ ପ୍ରେସ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ

ବଡ଼ବିଲ ପ୍ରେସ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ

ବଡ଼ବିଲ:ବଡ଼ବିଲ ଲକି ଇଣ୍ଡିଆ ହୋଟେଲ୍‌ରେ ଅନୁଷ୍ଠିତ ଏହି ସମାରୋହରେ ଆମନ୍ତ୍ରିତ ଅତିଥିମାନେ ଜଗନ୍ନାଥଙ୍କ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ ଓ ପୁଷ୍ପାଞ୍ଜଳି ଅର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ । କ୍ଲବର ଉପଦେଷ୍ଟା ବଳରାମ ମହାନ୍ତି ଅତିଥି ପରିଚୟ ପ୍ରଦାନ କରି ତାଙ୍କୁ ମଞ୍ଚାସୀନ କରାଇଥିଲେ । କ୍ଲବର ଉପସଭାପତି ମକରଧ୍ବଜ ବାଗ ଏବଂ ଯୁଗ୍ମ ସମ୍ପାଦକ ଅଂଶୁମାନ ପ୍ରଧାନ ସମ୍ମାନିତ ଅତିଥିମାନଙ୍କ ସହିତ ମଞ୍ଚରେ ବସିଥିଲେ । ଉପଦେଷ୍ଟା ଦେବପ୍ରିୟ ରଣା ମଞ୍ଚ ପରିଚାଳନା କରିଥିଲେ ।

କାର୍ଯ୍ୟକ୍ରମର ଆରମ୍ଭରେ ବଡ଼ବିଲ ତ୍ରିବେଣୀ କଳା କେନ୍ଦ୍ର ତରଫରୁ ସ୍ୱାଗତ ନୃତ୍ୟ ପରିବେଷଣ କରାଯାଇଥିଲା । କୁନି କୁନି କଳାକାରମାନଙ୍କ ନୃତ୍ୟ ପ୍ରଦର୍ଶନ ଦର୍ଶକମାନଙ୍କୁ ମନମୁଗ୍ଧ କରିଦେଇଥିଲା । ସଭାରେ ବଡ଼ବିଲ ଥାନାଧିକାରୀ ଅଶୋକ କୁମାର ନାୟକ ମୁଖ୍ୟ ଅତିଥି, ବଡ଼ବିଲ କଲେଜର ଓଡ଼ିଆ ପ୍ରାଧ୍ୟାପକ ଡା. ଅସିତ ପ୍ରଧାନ ମୁଖ୍ୟ ବକ୍ତା, ଫରେଷ୍ଟ ରେଞ୍ଜ ଅଫିସର ସଂଜୀବ ରାଉତ, ସମାଜସେବୀ ବ୍ରଜକିଶୋର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ।

ମୁଖ୍ୟ ବକ୍ତା ଡା. ଅସିତ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, “ଯେଉଁ ଦେଶର ଗଣମାଧ୍ୟମ ଦୃଢ, ସେହି ଦେଶର ଗଣତନ୍ତ୍ର ସୁଦୃଢ। ସାମ୍ବାଦିକମାନେ ନିର୍ଭିକତାର ସହିତ ସତ୍ୟ ପରିବେଷଣ କରିବା ଆବଶ୍ୟକ।” ସେ ଆହୁରି କହିଥିଲେ ଯେ ଅନ୍ୟ ସ୍ତମ୍ଭରୁ ଲୋକଙ୍କ ଆସ୍ଥା କମିଲେ ସେମାନେ ଗଣମାଧ୍ୟମରେ ଆଶା ରଖନ୍ତି ।

ସମ୍ମାନିତ ଅତିଥି ବ୍ରଜକିଶୋର ପଣ୍ଡା ଗଣମାଧ୍ୟମକୁ ସୁଦୃଢ, ସ୍ୱତନ୍ତ୍ର ଓ ନିରପେକ୍ଷ ରଖିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ । ମୁଖ୍ୟ ଅତିଥି ଅଶୋକ ନାୟକ କହିଥିଲେ, “ସତ୍ୟ ଖବର ପରିବେଷଣ କରିବା ସାମ୍ବାଦିକଙ୍କ ପ୍ରଧାନ କର୍ତ୍ତବ୍ୟ। ଗଣମାଧ୍ୟମ ସାଧାରଣ ଲୋକଙ୍କ ଆଖି।”

ଏହି ଅବସରରେ ବରିଷ୍ଠ ନାଗରିକ ପ୍ରତାପ କିଶୋର ଦାସଙ୍କୁ ଉତ୍କୃଷ୍ଟ ସେବା ପାଇଁ ଉପଢୌକନ ଓ ମାନପତ୍ର ପ୍ରଦାନ କରାଗଲା । କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ସଂଚାଳନରେ କ୍ଲବର ସମସ୍ତ ସଦସ୍ୟଙ୍କ ସହଭାଗ ଓ ସମର୍ଥନ ଉଲ୍ଲେଖନୀୟ ଥିଲା । କାଉନସିଲର ପାୟଲ ଦେବଗନ, ବରିଷ୍ଠ ନାଗରିକ ମଞ୍ଚ, ପୌରପାଳିକା କର୍ମଚାରୀ, ମହିଳା ମହାସଂଘ ସଦସ୍ୟମାନେ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ଏହି ଅବସରରେ ଉପସ୍ଥିତ ଥିଲେ ।ଶେଷରେ ଦେବକାନ୍ତ ଦାସ ଧନ୍ୟବାଦ ଜ୍ଞାପନ କଲେ । 

ସୀତାରାମ ଦୀକ୍ଷିତ ଙ୍କ ରିପୋର୍ଟ୍ 

Related posts

ପ୍ରକୃତି ବନ୍ଧୁ ପୁରସ୍କାର ପାଇଁ ସନତ କୁମାର ସାହୁ ମନୋନୀତ

ବଜ୍ରପାତରୁ ରକ୍ଷା ପାଇବା ନିମନ୍ତେ ସଚେତନତା ରଥ ପରିକ୍ରମା ଶୁଭାରମ୍ଭ 

Sunil Chandra Nayak

ଅରୂପା (ଭୁବନେଶ୍ଵର) ତରଫରୁ ବ୍ରହ୍ମପୁର ଠାରେ ବାଣିଜ୍ୟ ମେଳା-୨୦୨୫ ଉଦଘାଟିତ.

Sunil Chandra Nayak

Leave a Comment

error: Content is protected !!