ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ସ୍ଵଂୟଶାସିତ ମହାବିଦ୍ୟାଳୟ ଆଲୁମିନି ଆସୋସିଏସନ୍ ର ସାଧାରଣ ସଭା -୨୦୨୫ ଅନୁଷ୍ଠିତ 

ଢେଙ୍କାନାଳ ସ୍ଵଂୟଶାସିତ ମହାବିଦ୍ୟାଳୟ ଆଲୁମିନି ଆସୋସିଏସନ୍ ର ସାଧାରଣ ସଭା -୨୦୨୫ ଅନୁଷ୍ଠିତ 

ଢେଙ୍କାନାଳ: ତା.୧୬.୧୧.୨୦୨୫ ରିଖ:( )ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଢେଙ୍କାନାଳ ସ୍ଵଂୟଶାସିତ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟ ଆଲୁମିନି ଆସୋସିଏସନର ସଭାପତି ଡା.ଅଭୟ ପଣ୍ଡାଙ୍କର ସଭାପତିତ୍ବରେ ସଂଘର ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ଵଂୟଶାସିତ ମହାବିଦ୍ୟାଳୟ ବହୁମୁଖୀ ପ୍ରେକ୍ଷାଳୟ ତଥା ମଲ୍ଟି ପରପସ୍ ହଲ୍ ଏବଂ ପ୍ରଶାସନିକ ପ୍ରାସାଦର ନିର୍ମାଣ ପାଇଁ ସରକାରଙ୍କ ପାଖରେ ବିଚାରାଧିନ ଥିବା ପ୍ରକଳ୍ପ ନିମନ୍ତେ ଆବଶ୍ୟକ ଅର୍ଥ ଯୋଗାଣ ସାଙ୍ଗକୁ ମହାବିଦ୍ୟାଳୟରେ ଖାଲିଥିବା ଅଧ୍ୟାପକ ଓ ଅଧାପିକା ଓ କର୍ମଚାରୀ ପଦକ୍ଷେପ ନେବାପାଇଁ ସରକାରଙ୍କୁ ଅନୁରୋଧ କରାଯିବା ସହିତ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ପ୍ରଦାନ କରିବା ଦାବୀ କରାଯାଇ ଏକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା,ଆଲୁମିନି ଆସୋସିଏସନ୍ କୁ ମହାବିଦ୍ୟାଳୟର ପ୍ରତ୍ୟେକ କାର୍ଯ୍ୟରେ ସାମିଲ କରିବାପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ସହିତ ଆଲୋଚନା କରାଯାଇ ଖୁବଶିଘ୍ର ଏକ କୋର୍ କମିଟି ଗଠନ କରାଯାଇ ମହାବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ଦିଗରେ ପଦକ୍ଷେପ ନିଆଯିବା ପାଇଁ ବୈଠକରେ ସ୍ଥିର କରାଯିବା ସହିତ ଆସନ୍ତା ଜାନୁୟାରୀ ୧୧ ତାରିଖ ରବିବାର ପୂର୍ବାହ୍ନରେ ଆଲୁମିନି ଆସୋସିଏସନ୍ ପକ୍ଷରୁ ଏକ ବଂଧୁମିଳନ କାର୍ଯ୍ୟକ୍ରମ ସହିତ ଖାଦ୍ୟପେୟର ବ୍ୟବସ୍ଥା କରାଯିବ ଏଥିରେ ସାମିଲ ହେବାପାଇଁ ମହାବିଦ୍ୟାଳୟର ପୁରାତନ ଛାତ୍ରୀ,ଛାତ୍ରମାନେ ଆସନ୍ତା ଡ଼ିସେମ୍ବର ମାସ ଶେଷ ସୁଦ୍ଧା ୫୦୦ ଟଙ୍କା ଦେୟ ସଂପାଦକଙ୍କ ନିକଟରେ ଦାଖଲ କରିବାପାଇଁ ବୈଠକରେ ସ୍ଥିର କରାଗଲା,ରାଜ୍ୟସ୍ତରରେ ବାଣିଜ୍ୟ ଶିକ୍ଷାରେ ଉତ୍ସର୍ଗୀକୃତ ସେବାପାଇଁ ୨୦୨୪-୨୫ବର୍ଷର ଲାଇଫ୍ ଟାଇମ୍ ଆଚିଭ୍ ମେଣ୍ଟ ସମ୍ମାନ ଡ.ଅଭୟ ପଣ୍ଡାଙ୍କୁ ପ୍ରଦାନ କରାଯାଇଥିବାରୁ ବୈଠକରେ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା। ଆଗାମୀ ଦିନରେ ସଂଘର ସଭ୍ୟା, ସଭ୍ୟମାନଙ୍କ ସଂଖ୍ୟା ବୃଦ୍ଧି କରାଯାଇ ବିଧିବଦ୍ଧ ଭାବରେ ସଂଘର ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି ସ୍ଥିର କରାଗଲା ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ସୁକାନ୍ତ ମିଶ୍ର ଓ ବେଣୁଧର ସାହୁ,ସଂପାଦକ ବିଶ୍ବନାଥ ବେହେରା,କୋଷାଧ୍ୟକ୍ଷ ସୁନୀଲ ଦାଶ,ସୁରେନ୍ଦ୍ର ମିଶ୍ର,ପ୍ରାଧ୍ୟାପକ ଅଟଳ ବିହାରୀ ଦାଶ,ବିଶ୍ଵନାଥ ମହାପାତ୍ର,ଶରତ ସାହୁ,ଡ.ରଞ୍ଜନ ମହାପାତ୍ର, ଡ.ଅମରେନ୍ଦ୍ର ମିଶ୍ର,ଡା.ଦେବୀପ୍ରସାଦ ମିଶ୍ର,ଡ.ସମ୍ବିତ ସାହୁ, ବିଶ୍ଵଜିତ ବିଶ୍ଵାଳ ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ର,

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଆଲୁମିନି ଆସୋସିଏସନ୍ ର କାର୍ଯ୍ୟକାରିଣୀ ସଦସ୍ୟ,

ବରିଷ୍ଠ ଶିକ୍ଷାବିତ୍ ତଥା ଭ୍ରାମ୍ୟମାଣ ଅବୈତନିକ ସମ୍ବାଦଦାତା ।

Related posts

ସଂଖ୍ୟାଲଘୁ ଭାଷାଭାଷୀ ଗୃହ କମିଟିର ପ୍ରଥମ ବୈଠକ ସମାପ୍ତ. ଉପାନ୍ତ ଅଞ୍ଚଳରେ ରହୁଥିବା ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ପ୍ରସ୍ତାବ

Sunil Chandra Nayak

Irregularities Alleged in LPG Distribution by Jay Shree Balaji Gramin HP Gas Agency in Kolnara Block

Sunil Chandra Nayak

ବଡ଼ ଜାମବିଲା ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ ଦୁଇ ଗୁରୁତର ଆହତ , ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Sunil Chandra Nayak

Leave a Comment

error: Content is protected !!