ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାନ କିଣାରେ ଅବ୍ୟବସ୍ଥା ନେଇ ଜ୍ୟୋତିଜଙ୍ଗମ ସେବା ସମବାୟ ସମିତି ପକ୍ଷରୁ ୧୮ରୁ ଧାରଣା

ଧାନ କିଣାରେ ଅବ୍ୟବସ୍ଥା ନେଇ ଜ୍ୟୋତିଜଙ୍ଗମ ସେବା ସମବାୟ ସମିତି ପକ୍ଷରୁ ୧୮ରୁ ଧାରଣା

ଜଳେଶ୍ଵର ,୧୨/୬ (ମନିସ)- ଜଳେଶ୍ୱର ବ୍ଲକ ଅଧିନସ୍ଥ ନାମ୍ପୋ ଠାରେ ଅବସ୍ଥିତ ଜ୍ୟୋତିଜଙ୍ଗମ ମଣ୍ଡିରେ ୩୮୧ ଜଣ ପଞ୍ଜିକୃତ ଚାଷୀଙ୍କର ୧୨୫୧୧ କ୍ୟୁ ଧାନ ଆବଶ୍ୟକ ଥିବା ସ୍ଥଳେ ଏସ ଏସ ଏଗ୍ରି ଏବଂ ରମାଦେବୀ ରାଇସ ମିଲକୁ ଯଥା କ୍ରମେ ୩୦୦୦ କ୍ୟୁଣ୍ଟାଲ ଏବଂ ୧୨୦୦ କ୍ୟୁଣ୍ଟାଲ ମୋଟ ୪୨୦୦ କ୍ସିଣ୍ଟାଲର ଟାର୍ଗେଟ ମିଳିଛି ।ସେଥି ମଧ୍ୟରୁ ବିଗତ ୨୧ ଦିନରେ ୯୨ ଜଣ ଚାଷୀଙ୍କ ଠାରୁ ଦୁଇଟି ମିଲର ମିଶି ୧୧ ଖଣ୍ଡ ଟ୍ରକ ଯୋଗେ ୨୮୯୯ କ୍ସିଣ୍ଟାଲ କିଣିଛନ୍ତି।ରଜକୁ ବାଦ ଦେଇ ଅବଶିଷ୍ଟ ୧୬ ଦିନ ମଧ୍ୟରେ ୮୩୧୧ କ୍ୟୁଣ୍ଟାଲ ଟାର୍ଗେଟ ସହିତ ୪୩ ଖଣ୍ଡ ଗାଡି ର ଆବଶ୍ୟକ ରହିଛି Iଅନୁରୂପ ଭାବେ ଖାଲିନା ମଣ୍ଡିରେ ୩୬୭ ଜଣ ପଞ୍ଜିକୃତ ଚାଷୀଙ୍କ ଠାରୁ ୧୨୩୯୬ ଟ୍ଵିଣ୍ଟାଲ ଧାନ ଆବଶ୍ୟକସ୍ଥଳେ ବାଲେଶ୍ଵର ସୋଲବେଣ୍ଟ ଓ ଏସ. ଏନ. ଏମ ରାଇସ ମିଲ ଉଭୟଙ୍କୁ ଯଥାକ୍ରମେ ୨୫୦୦ କ୍ୟୁଣ୍ଟାଲ ଏବଂ ୧୬୦୦ କ୍ୟୁଣ୍ଟାଲ ମୋଟ ୪୧୦୦ କ୍ୟୁଣ୍ଟାଲର ଟାର୍ଗେଟ ମିଳିଛି। ତନ୍ମଧ୍ୟରୁ ଉଭୟେ ୯ ଖଣ୍ଡ ଟ୍ରକ ଯୋଗେ ୫୧ ଜଣ ଚାଷୀଙ୍କ ଠାରୁ ୨୨୧୩ କ୍ୟୁଣ୍ଟାଲ ଧାନ କିଣିଛନ୍ତି I ଅବଶିଷ୍ଟ ୩୧୬ ଜଣଙ୍କ ଠାରୁ ରଜକୁ ବାଦ ଦେଇ ୧୬ ଦିନ ମଧ୍ୟରେ ୪୪ ଖଣ୍ଡ ଟ୍ରକ ଯୋଗେ ୧୨୧୮୨ କ୍ୟୁଣ୍ଟାଲ ଧାନ କିଣା ସହିତ ୮୨୯୬ କ୍ୟୁଣ୍ଟାଲ ଧାନର ଟାର୍ଗେଟ ଆବଶ୍ୟକ ରହିଛି ।ସରକାର ଚାଷୀଙ୍କ ସମସ୍ୟାର ତ୍ବରିତ ସମାଧାନ ନିମନ୍ତେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିବା ବେଳେ ପ୍ରସାଶନିକ ଉଦାସୀନତା ଯୋଗୁଁ ଚାଷୀ ରାଜରାସ୍ତାକୁ ଯିବା ପାଇଁ ବାଧ୍ଯ ହେଉଛି।ଉକ୍ତ ସମସ୍ୟାର ଆସୁ ସମାଧାନ ନିମନ୍ତେ ପ୍ରସାଶନିକ ଜରୁରୀ ହସ୍ତକ୍ଷେପ ପାଇଁ ଜଳେଶ୍ଵର ବିଡିଓ ଗୌରାଙ୍ଗ ଚରଣ ଘୋଷଙ୍କ ସହ ତହସିଲଦାର ସତ୍ୟଜିତ ମହାନ୍ତି, ଖାଦ୍ୟ ଯୋଗାଣ ବିଭାଗ, ଓ ପୋଲିସ ପ୍ରଶାସନ ନିକଟରେ ଦରଖାସ୍ତ ପ୍ରଦାନ କରିଛନ୍ତି ଓ ଏକ ସପ୍ତାହେ ମଧ୍ୟରେ ପ୍ରଶାସନ ଯଦି କୌଣସି ଠୋସ ପଦକ୍ଷେପ ଗ୍ରହଣ ନ କରନ୍ତି ଜ୍ୟୋତିଜଙ୍ଗମ ସେବା ସମବାୟ ସମିତିର ସଭାପତି ସଞ୍ଜୟ କୁମାର କର, ଉପସଭାପତି ସ୍ୱର୍ଣ୍ଣମୟୀ ଦେ, ବାସୁଦେବ ଜେନା, ଜଗନ୍ନାଥ ପ୍ରଧାନ, ସୁଶାନ୍ତ କୁମାର ପ୍ରଧାନ, ପାର୍ବତୀ ଦେ,କ୍ରୀଷ୍ଣା ମହାପାତ୍ର, ନଗେନ୍ଦ୍ର ନାଥ ଦେ, ଅଜିତ କୁମାର ସିଟ୍, ସୁଧାଂଶୁ ଶେଖର ପାତ୍ର,ଅଭୟ ଦେ,ଅଜୟ ଦେ,ଅଜୟ କୁମାର ପାଳ,କାମିନୀ କାନ୍ତ ସିଟ୍ ପ୍ରମୁଖଙ୍କ ସମେତ ଶତାଧିକ ଚାଷୀବୃନ୍ଦ ଆସନ୍ତା ୧୮ତାରିଖରେ ଜ୍ୟୋତିଜଙ୍ଗମ ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଅନିଦ୍ଧିଷ୍ଟ କାଳ ପାଇଁ ଧର୍ମଘଟ ସହିତ ଆମରଣ ଅନଶନରେ ବସିବାକୁ ଚେତାବନୀ ଦେଇଛନ୍ତି।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ପଡ଼ି କାର୍ଡ ପାଇବାକୁ ବ୍ଲକ କାର୍ଯ୍ୟାଳୟ କୁ ଦୌଡ଼ି ଦୌଡ଼ି ନୟାନ୍ତ

masiha

ଅସହଯୋଗ ଆନ୍ଦୋଳନ ଓ ତହିଁରେ ଓଡ଼ିଶା ର ଭୂମିକା ଆଲୋଚନାଚକ୍ର 

masiha

ଧନଞ୍ଜୟ ମହାନ୍ତିଙ୍କୁ ସଚେତନ ନାଗରିକ ମଞ୍ଚ ତରଫରୁ ଶ୍ରଦ୍ଧାଞ୍ଜଳି

Leave a Comment

error: Content is protected !!