ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ତରଫରୁ ରଜସକ୍ରାନ୍ତି ପାଳନ 

ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ତରଫରୁ ରଜସକ୍ରାନ୍ତି ପାଳନ 

ରାଉରକେଲା: ସାମାଜିକ ଅନୁଷ୍ଠାନ ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ତରଫରୁ ସେକ୍ଟର ୨ ବିଜୁପଟ୍ଟନାୟକ ଛକ ନିକଟରେ ରଜସକ୍ରାନ୍ତି ଉପଲକ୍ଷେ ସର୍ବସାଧାରଣରେ ପିଠା,ପଣା ଓ ପାନ ବଣ୍ଟନ କରାଯାଇଥିଲା। ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଇଂ ଆଲୋକ କୁମାର ମଲ୍ଲିକଙ୍କ ସଭାପତିତ୍ବ ଓ ଶିକ୍ଷାବିତ୍ ବ୍ରଜେନ୍ଦ୍ର ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ମୁଖ୍ୟ ଅତିଥି,ଆଇଜିଏଚ ର ଭାରପ୍ରାପ୍ତ ନିର୍ଦ୍ଦେଶକ ଡାକ୍ତର ଜୟନ୍ତ କୁମାର ଆଚାର୍ଯ୍ୟ ସମ୍ମାନିତ ଅତିଥି,ଆଇଜିଏଚ ର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଅର୍ଚ୍ଚନା ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ରଜଉତ୍ସବ ପାଳନ ଓ ପରମ୍ପରା ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ରାୟ ତାଙ୍କ ବକ୍ତବ୍ୟରେ କହିଲେ ଯେ ରଜଉତ୍ସବ ପାଳନ ଆମ ସଂସ୍କୃତି, ପରମ୍ପରା ସହ ପ୍ରକୃତି ଓ ମାତୃଜାତି କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପାଳନ କରାଯାଉଥିଲା ବୋଲି ଅନୁଷ୍ଠାନର ରାସ୍ତାରେ ଯାଉଥିବା ପଥଚାରୀ ଙ୍କ ପାଇଁ କାର୍ଯ୍ୟକ୍ରମ ମାନବିକତାର ବାର୍ତ୍ତା ଦେଉଛି। ସମ୍ମାନିତ ଅତିଥି ଡା ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟରେ କହିଲେ ଯେ ପ୍ରକୃତି ଆମକୁ ନାରୀ ଜାତିର ସମ୍ମାନ ଦେବା ଶିଖାଇଛି। ନାରୀ ଜାତିକୁ ଆରାମ ଦେବାପାଇଁ ରଜ ଉତ୍ସବ ପାଳନ କରାଯାଉଛି। ମୁଖ୍ୟବକ୍ତା ଡା ବେହେରା ତାଙ୍କ ବକ୍ତବ୍ୟରେ କହିଲେ ଯେ ପ୍ରତ୍ୟେକ ନାରୀ ରଜସ୍ୱଳା ଭଳି ଆମ ଧରିତ୍ରୀ ଏହି ୪ଦିନ ରଜସ୍ୱଳା ହୋଇଥାଏ ବୋଲି ପରମ୍ପରା ଓ ପୈ।ରାତିକୁ ମତ ରହିଛି। ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ଏହା ଠିକ୍ ବୋଲି କୁହାଯାଉଛି। ନିଜେ ସୁସ୍ଥ ରହିବା ସହ ପରିବାରକୁ ସୁସ୍ଥ ରଖିବା, ପରିବେଶକୁ ସୁସ୍ଥ ରଖିବା ତଥା ପାଶ୍ଚାତ୍ୟ ସଂସ୍କୃତି ଠାରୁ ଦୂରେଇ ଆମ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଆହ୍ବାନ ଦେଇଥିଲେ। ସଭାପତି ଇଂ ମଲ୍ଲିକ ସ୍ବାଗତ ଭାଷଣ ସହ ଅନୁଷ୍ଠାନର ଲକ୍ଷ୍ୟ ଓ ଆଭିମୁଖ୍ୟ ତଥା ଆଗାମୀ ଦିନରେ ବଣେଇ ଠାରେ ଥିବା ସର୍ବଭୈ।ତିକ ଆଶ୍ରମ ଠାରେ ଅଗଷ୍ଟ ମାସରେ ୩ଟି ଶୈ।ଚାଳୟ କରିବା ପାଇଁ ଘୋଷଣା କରିଥିଲେ। ଏହି ଅବସରରେ ସମସ୍ତ ଅତିଥିଙ୍କ ଦ୍ବାରା ଦୋଳି ଉଦଘାଟନ ସହ ବାସନ୍ତୀ କଲୋନୀ ସ୍ଥିତ ସର୍ବଭୈ।ତିକ ଆଶ୍ରମର କନ୍ୟାଶ୍ରମ ର ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଶେଷରେ ଅନ୍ୟତମ ଟ୍ରଷ୍ଟି ରାମକୃଷ୍ଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ସନ୍ତୋଷ ନାୟକ, ଅର୍ଦ୍ଧେନ୍ଦୁ ଷଡ଼ଙ୍ଗୀ,ରାଜୀବ ପାଣି, ସୁସ୍ମିତା ମହାପାତ୍ର, ସୁମନ୍ତ ଉପାଧ୍ୟାୟ, ପ୍ରଭାକର ମଲ୍ଲିକ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଇନ ସେବା ପ୍ରାଧିକରଣ ଓ ସଂସ୍କୃତି ସହାୟତାରେ ଆୟୋଜିତ ଶିଶୁ ଓ ମହିଳାମାନଙ୍କ ଆଇନ ସଚେତନତା ଶିବିର

masiha

ଦିଗି ସରପଞ୍ଚ ଙ୍କ ଦ୍ଵାରା ଧାନ ମଣ୍ଡି ପଞ୍ଜିକରଣ ଉଦଘାଟିତ

Sunil Chandra Nayak

ଶିକ୍ଷା ଅଧିକାରୀ ଙ୍କ ସହ ପଦୋନ୍ନତି କୁ ନେଇ ବିଭିନ୍ନ ବର୍ଗର ଶିକ୍ଷକ ମାନଙ୍କ ଆଲୋଚନା

Sunil Chandra Nayak

Leave a Comment

error: Content is protected !!