ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଆରମୁଣ୍ଡା ବ୍ଲକ ପରିସରରେ ଯୁଗ୍ମ ଜନଅଭିଯୋଗ ଶୁଣାଣି

କୁଆରମୁଣ୍ଡା ବ୍ଲକ ପରିସରରେ ଯୁଗ୍ମ ଜନଅଭିଯୋଗ ଶୁଣାଣି

ରାଉରକେଲା ୧୬/୬, କୁଆଁରମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳ ସୁରଜ ପଟ୍ଟନାୟକ ଓ ସୁନ୍ଦରଗଡ ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ କୌର ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ। 

     ଆଜି ମୋଟ ୬୫ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା। ସେଥିମଧ୍ୟରୁ ୩୮ଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୨୬ଟି ସାମୁହିକ ଅଭିଯୋଗ ରହିଥିଲା ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଆଥିିକ ସହାୟତା ପାଇଁ ଜଣେ ବ୍ୟକ୍ତି ଆବେଦନ କରିଥିଲେ l  ଆଜି ଆସିଥିବା ଅଭିଯୋଗଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ରାସ୍ତା ଘାଟ ସମସ୍ୟା, ପେନସନ, ବିଦ୍ୟୁତ୍ ସମସ୍ୟା, ରାସନ୍ କାର୍ଡ ସମସ୍ୟା, ପାନୀୟ ଜଳ ସମସ୍ୟା ପ୍ରମୁଖ ରହିଥିଲା। 

       ଆଜିର ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସୁରଂଜନ ସାହୁ, ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକ, କୁଆରମୁଣ୍ଡା ବିଡିଓ ଡା. ଜଗଦୀଶ ଚନ୍ଦ୍ର ମହାନନ୍ଦଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଭାଲୁ କାମୁଡ଼ାରେ ଜଣେ ବୃଦ୍ଧ ଗୁରୁତର

Sunil Chandra Nayak

ଶିଶୁଗଳ୍ପ ପ୍ରତିଯୋଗିତାର ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ବିଶ୍ବବିଦ୍ୟାଳୟ ଛାତ୍ର

Sunil Chandra Nayak

ଆଦିବାସୀ ଙ୍କ ପେଟ ର ଦାନା ଖାଇଦେଲେ ପିଇଓ, #ବର୍ଷେ ତଳେ ଖାଇଥିଲେ ଚାଉଳ ଏବେ ଖାଇଲେ ମାଣ୍ଡିଆ  ଭଉଣି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଥିବାରୁ ହାତ ମାରିପାରୁ ନାହାନ୍ତି ପ୍ରଶାସନ 

Sunil Chandra Nayak

Leave a Comment

error: Content is protected !!