ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସନ୍ତୀ ପାଠାଗାରରେ “ରଜ ଉତ୍ସବ ଓ ମଉଜ ” ପାଳନ

ବାସନ୍ତୀ ପାଠାଗାରରେ “ରଜ ଉତ୍ସବ ଓ ମଉଜ ” ପାଳନ

ରାଉରକେଲା: ସହରର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାସନ୍ତୀ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାରର ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ଓ ବିଜୟିନୀ ଜେନାଙ୍କ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମହା ଆଡମ୍ବର ସହକାରେ ପାଳନ କରାଯାଇଥିଲା | ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ ସ୍ୱାଗତ କରିବା ସଙ୍ଗେ ସଙ୍ଗେ କାର୍ଯ୍ୟକାରୀ ସଭାପତି ଇଂ. ସୁବାସ ମହାପାତ୍ର କାର୍ଯ୍ୟକ୍ରମର ପ୍ରାକ ସୂଚନା ଦେଇ ରାଜପର୍ବର ମହତ୍ୱ ବିଷୟରେ କହିଥିଲେ | ପରେ ପରେ ସୁବାସିନୀ ସାହୁ, ଗୀତାଞ୍ଜଳି ମହାରଣା, କବିତା ଦାଶ, ପ୍ରିୟା ପାତ୍ର, ପ୍ରିୟାଂଶି ନାୟକ, ସମୀକ୍ଷା ପାତ୍ର, ସମୃଦ୍ଧି ମହାରଣା, ଆରୋହୀ ଡୋଗ୍ରା, ଶ୍ରେୟାଂଶି ନାୟକ ନୃତ୍ୟ ପରିବେଷଣ କରିଥିଲେ | କବିତା ଦାଶ ରଜ ପର୍ବ ଶୀର୍ଷକ ଗଳ୍ପ ପାଠ କରିଥିଲେ। ସଂଯୁକ୍ତା ଦାଶ ଏବଂ ୟସ କୁମାର ରଜ ଉପରେ କବିତା କବିତା ପାଠ କରିଥିଲେ | ରଜ ଗୀତ ଏବଂ ଓଡ଼ିଆ ସଂସ୍କୃତି ଉପରେ ପ୍ରଶ୍ନ ଉତ୍ତର ତଥା କିଛି ହାସ୍ୟ କଥାର କାର୍ଯ୍ୟକ୍ରମ ଭିତରେ ଶ୍ରୋତାମାନେ ଝୁମି ଉଠିଥିଲେ | ଶେଷରେ କବିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ, ରାଉରକେଲାର ଆଣବିକ ପରୀକ୍ଷା ବିରୋଧରେ ଆନ୍ତର୍ଜାତୀୟ ଦିବସ ପାଳନ

masiha

କୁଲିହାରୀ ଠାରେ ବ୍ଲକ ସ୍ତରୀୟ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ

masiha

ରାୟଗଡା ସ୍ଵୟଂଶାସିତ ମହାବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ପାଳିତ 

masiha

Leave a Comment

error: Content is protected !!