ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚତୁର୍ଥ ଦିନରେ ବସୁମତୀ ସ୍ନାନ ସହିତ ଶେଷ ହେଲା ରଜ ପର୍ବ : ମା ଇନ୍ଦିରା ମହିଳା ସମିତି ପକ୍ଷରୁ ବସୁମତୀ ସ୍ନାନ

ଚତୁର୍ଥ ଦିନରେ ବସୁମତୀ ସ୍ନାନ ସହିତ ଶେଷ ହେଲା ରଜ ପର୍ବ : ମା ଇନ୍ଦିରା ମହିଳା ସମିତି ପକ୍ଷରୁ ବସୁମତୀ ସ୍ନାନ

ରାଉରକେଲା ୧୭/୬, ଓଡିଆ ସଂସ୍କୃତି ଓ ପରମ୍ପରାର ପର୍ବ ରଜର ଚତୁର୍ଥ ଦିନରେ ବସୁମତୀ ସ୍ନାନ ସହିତ ଶେଷ ହେଲା ରଜପର୍ବ। ଏହି ଅବସରରେ ଆଜି ସିଭିଲ୍ ଟାଉନ୍ ସିପ୍ ସ୍ଥିତ ମା ଇନ୍ଦିରା ମହିଳା ସମିତିର ସମସ୍ତ ସଦସ୍ୟାମାନେ ସଭାପତି ପୁଷ୍ପା ଲେଙ୍କାଙ୍କ ଅଧ୍ଯକ୍ଷତାରେ ବସୁମତୀ ସ୍ନାନ କରିବା ପାଇଁ ପିଢା, ଶିଳପୁଆ, ଲୁହାର କଟୁରୀ ପ୍ରଭୃତି ରଖି ହଳଦୀ ପାଣିରେ ସେସବୁକୁ ସ୍ନାନ କରାଇବା ପରେ ଚନ୍ଦନ, ସିନ୍ଦୁର, ହଳଦୀ ଲଗାଇ ବସୁମାତା ଅର୍ଥାତ୍ ପୃଥିବୀ ମାତାଙ୍କୁ ସ୍ନାନ କରାଯାଇଥିଲା। ସ୍ନାନ ପରେ ଫୁଲ, ଦୀପ, ଧୂପ ପ୍ରଜ୍ବଳନ କରାଯାଇ ପିଠା ଭୋଗ ସ୍ବରୂପ ଅର୍ପଣ କରାଯାଇଥିଲା।

      ବସୁମତୀ ସ୍ନାନ ପୂଜାର୍ଚ୍ଚନାରେ ସହଯୋଗ କରି ସଞ୍ଜୁଲତା ଦାସ, ଲୀଳାବତୀ ସାହୁ, ସସ୍ମିତା ମହାନ୍ତି, ପ୍ରଭାତୀ ପରିଡା, ସୁଜାତା ପ୍ରଧାନ, ଇତି ଯେନା, ଅନୁରୂପା, ପୂଜା ନାୟକ ପ୍ରମୁଖ ବସୁମାତାଙ୍କୁ ପୃଥିବୀରୁ ଦୁଃଖ ଦୂର ହୋଇ, ପୃଥିବୀ ଶସ୍ଯ ଶ୍ଯାମଳାରେ ଭରପୂର ହେବା ସହିତ ମା ଇନ୍ଦିରା ମହିଳା ସମିତିକୁ ଜନହିତକର କାର୍ଯ୍ୟ କରିବା ପାଇଁ ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କେନାଲ ପାଣି ଯୋଗାଣ ଦାବିରେ ଅଧିକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ପକାଇଲେ ତାଲା । ଜାତୀୟ ରାଜପଥ ଅବରୋଧ….

Sunil Chandra Nayak

ଡାବୁଗାଁ ଏବିଡିଓ ଙ୍କ ସୁପୁତ୍ରି ଅର୍ପିତା ତ୍ରିପାଠୀ ଜିଲ୍ଲାରେ ଦ୍ବିତୀୟ:ଡାବୁଗାଁ ବ୍ଳକ ପାଇଁ ଗୌରବ

ରାଉରକେଲା ରେ ଦ୍ବାଦଶତମ ଆର୍ଟ ଅଫ ଗିଭିଙ୍ଗ ଡେ ପାଳିତ

masiha

Leave a Comment

error: Content is protected !!