ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶ୍ରୀ ଶ୍ରୀ ଶ୍ରୀ ମାଁ ସମଲେଇ ଠାକୁରାଣୀ ଦେବୀଙ୍କ ପାର୍ଶ୍ଵ ବିଗ୍ରହ ଓ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ

ଶ୍ରୀ ଶ୍ରୀ ଶ୍ରୀ ମାଁ ସମଲେଇ ଠାକୁରାଣୀ ଦେବୀଙ୍କ ପାର୍ଶ୍ଵ ବିଗ୍ରହ ଓ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ 

ନବରଙ୍ଗପୁର:(୧୬|୬)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଡଙ୍ଗରିଗୁଡ଼ା ଗ୍ରାମ ପଞ୍ଚାୟତ ସଦରମହକୁମାରେ ବୋରିଗାଁ ଯିବା ରାସ୍ତାର ଡାହାଣ ପାର୍ଶ୍ଵରେ ଗଢି ଉଠିଥିବା ଶ୍ରୀ ଶ୍ରୀ ଶ୍ରୀ ମାଁ ସମଲେଇ ଠାକୁରାଣୀ ଦେବୀଙ୍କ ମନ୍ଦିର,ଠାକୁରାଣୀ ଦେବୀଙ୍କ ପାର୍ଶ୍ଵ ବିଗ୍ରହ ଓ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ କାର୍ଯ୍ୟକ୍ରମ ମହାସମାରୋହରେ ତା ୧୬|୬ ଠାରୁ ଆରମ୍ଭ ହୋଇ ତା ୧୯|୬ ରେ ସମାପନ ହେବ l କାର୍ଯ୍ୟସୂଚୀ ଅନୁଯାୟୀ ତା ୧୭|୭ ରିଖ ମଙ୍ଗଳବାର ଦୀକ୍ଷା ଗ୍ରହଣ,ବନଯୋଗ ମଣ୍ଡଳୀ କରଣ, ଅଙ୍କୁରାରୋପଣ , ତା୧୭|୬ ବୁଧବାର ଜଳଯାତ୍ରା, ସୂର୍ଯ୍ୟ ପୂଜା, ଗୋପୂଜା,ଗାଲା ପ୍ରବେଶ, ଘଟ ମଙ୍ଗଳାଦି ପୂଜା, ପାର୍ବତ୍ୟୀଗୀନି ସଂସ୍କାର, ତା ୧୮|୬ ଗୁରୁବାର ସୂର୍ଯ୍ୟ ପୂଜା ଚେତନା ପୂଜା, ଦିବା ୯ ଘଣ୍ଟା ୩୦ ମିନିଟ ଠାରୁ ରତ୍ନ ଗର୍ଭ ପ୍ରତିଷ୍ଠା, ଇନ୍ଦ୍ର ଇନ୍ଦ୍ରାଣୀ ସ୍ଥାପନ ମହସ୍ନାନ, ଧନ୍ୟାଦିବାସ,ନ୍ୟାସ,ପ୍ରାଣ ପ୍ରତିଷ୍ଠା, ନ୍ୟାସାଙ୍ଗ ହୋମ,ତା ୧୯|୬ ଶୁକ୍ରବାର ସୂର୍ଯ୍ୟ ପୂଜା, ଚେତନା ପୂଜା, ପ୍ରାସାଦ ଅଧିବାସ,ପିଣ୍ଡିକା ବ୍ଯାସ, ସନ୍ଧ୍ୟା ୫ ଘଣ୍ଟା ୩୦ ମିନିଟ ଠାରୁ ୬ ଘଣ୍ଟା ୧୫ ମିନିଟ ମଧ୍ୟେ ଦେବୀ ପ୍ରବେଶ ପୂର୍ଣ୍ଣାହୁତି, ପ୍ରାସାଦ ସେବନ କାର୍ଯ୍ୟକ୍ରମ ମନ୍ଦିର ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ଦ୍ଵାରା ଅୟୋଜିତ କରାଯାଇଛି l ଶ୍ରଦ୍ଧାଳୁ ଭକ୍ତବୃନ୍ଦଙ୍କୁ ଅନୁରୋଧ ଉକ୍ତ ଭବ୍ୟ ମନ୍ଦିର ପ୍ରତିଷ୍ଠା ଅନୁଷ୍ଠାନରେ ଯୋଗଦାନ ଦେଇ କାୟମନୋବାକ୍ୟରେ ଯଥା ସାଧ୍ୟ ଅର୍ଥ ସାହାଯ୍ୟ ପୂର୍ବକ ଦେବୀ କୃପା ସାନିଧ୍ୟ ଲାଭ କରିବା ହେବେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

Related posts

ଦୁର୍ଗା ପୂଜା ନିମନ୍ତେ ଭୂମି ପୂଜନ

Sunil Chandra Nayak

ଖଣ୍ଡିଆ ଗୁଡା ବାଲିଯାତ୍ରା ଧୁମଧାମରେ ପାଳିତ

Sunil Chandra Nayak

ଗାଁ ଗାଁ ରେ ପାଳିତ ହେଉଛି ପୁଷପୁନି ତିଆର

Sunil Chandra Nayak

Leave a Comment

error: Content is protected !!