ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରୀଷ୍ମ ଲହରୀ: ନୂଆପଡ଼ାରେ ୨୦ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ

ଗ୍ରୀଷ୍ମ ଲହରୀ: ନୂଆପଡ଼ାରେ ୨୦ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ

ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସକାଳ ୬.୩୦ରୁ ୧୧.୩୦ ପର୍ଯ୍ୟନ୍ତ ଚାଲିବ ପାଠପଢ଼ା

ନୂଆପଡ଼ା, ୧୭/୦୬:(ସୁଜିତ କୁମାର ପ୍ରଧାନ )ଗ୍ରୀଷ୍ମ ଛୁଟି ପରେ ଆସନ୍ତା କାଲି ଠାରୁ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଖୋଲୁଥିବା ବେଳେ ପ୍ରବଳ ଗ୍ରୀଷ୍ମ ଲହରୀ ଓ ଅତ୍ୟଧିକ ଗୁଳୁଗୁଳି ପାଗକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମଧୁସୂଦନ ଦାଶ ବିଦ୍ୟାଳୟଗୁଡ଼ିକର ସମୟ ପରିବର୍ତ୍ତନ କରିଛନ୍ତି।

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଜାରି ଆଦେଶ ଅନୁଯାୟୀ, ଜୁନ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ସକାଳ ୬ଟା ୩୦ ମିନିଟରୁ ପୂର୍ବାହ୍ନ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ଚାଲିବ।

ଏହି ନିର୍ଦ୍ଦେଶ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସମେତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଏବଂ ଜବାହର ନବୋଦୟ ବିଦ୍ୟାଳୟ ପାଇଁ ଲାଗୁ ହେବ।ସମସ୍ତ ପ୍ରଧାନଶିକ୍ଷକ ଓ ଅଧ୍ୟକ୍ଷମାନଙ୍କୁ ପରିବର୍ତ୍ତିତ ସମୟସୂଚୀକୁ କଡ଼ାକଡ଼ି ପାଳନ କରିବା ସହ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଓ କଲ୍ୟାଣ ପ୍ରତି ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Related posts

ପାତ୍ରପୁଟ ସେବାଶ୍ରମ ବିଦ୍ୟାଳୟ ରେ :ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମଅନୁଷ୍ଠିତ

masiha

ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ଉପଲକ୍ଷେ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ

Sunil Chandra Nayak

ଦଳିତ ସମାଜକୁ ସଂଗଠିତ କରିବା ସମୟ ଆସିଛି  ସଂଘର୍ଷ ସହିତ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଧ୍ୟେୟ ହେଉ ଦଳିତ ବୁଦ୍ଧିଜୀବୀ ମଞ୍ଚର ନୂଆଖାଇ ଭେଟଘାଟ

Sunil Chandra Nayak

Leave a Comment

error: Content is protected !!