ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝାଡ଼ଖଣ୍ଡ ପ୍ରସିଦ୍ଧ ହରିଣା ଶୈବପୀଠରେ ସପ୍ତାହଵ୍ଯାପୀ ରଜ ସଂକ୍ରାନ୍ତି ଅବସରରେ ପ୍ରସିଦ୍ଧ ହରିଣା ମେଳା ; ହଜାର ହଜାର ମାନସିକଧାରୀ ଙ୍କ ସମାଗମ 

ଝାଡ଼ଖଣ୍ଡ ପ୍ରସିଦ୍ଧ ହରିଣା ଶୈବପୀଠରେ ସପ୍ତାହଵ୍ଯାପୀ ରଜ ସଂକ୍ରାନ୍ତି ଅବସରରେ ପ୍ରସିଦ୍ଧ ହରିଣା ମେଳା ; ହଜାର ହଜାର ମାନସିକଧାରୀ ଙ୍କ ସମାଗମ 

ରାଇରଙ୍ଗପୁର – ୧୭/୦୬  ପ୍ରତିବର୍ଷ ଭଳି ରେ ସଂକ୍ରାନ୍ତି ଅବସରରେ ଝାଡ଼ଖଣ୍ଡ ରାଜ୍ଯର ହରିଣା ଶୈବପୀଠରେ ସପ୍ତାହବ୍ୟାପୀ ପ୍ରସିଦ୍ଧ ହରିଣାମେଳା ଜୁନ ୧୩ ତାରିଖରୁ ଶୁଭାରମ୍ଭ ହୋଇ ଜୁନ ୨୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଛି । ସ୍ଥାନୀୟ ଲୋକେ କୁହନ୍ତି ୧୮୫୬ ମସିହାରେ ଏହି ଦୁର୍ଗତ ହରିଣା ଅଞ୍ଚଳରେ ଏହି ଶୈବପୀଠରେ ମୁକ୍ତେଶ୍ଵର ବାବାଙ୍କ ପୂଜାର୍ଚ୍ଚନା ହୋଇ ଆସୁଛି ।କିମ୍ବଦନ୍ତୀ କହେ ଶୈବପୀଠରେ ବହୁବର୍ଷ ପୂର୍ବେ ଏହି ଦୁର୍ଗମ ଜଙ୍ଗଲରେ ଏକ ସ୍ଥାନରେ ଏକ ଗାଈ ଗୋଟିଏ ସ୍ଥାନରେ କ୍ଷୀର ଦେଉଥିଲା ।ପରେ ସେହି ସ୍ଥାନରେ ଆପେ ଆପେ ସ୍ବୟଂ ଶିବଲିଙ୍ଗ ଉଭା ହୋଇଥିବା ଦେଖିବାକୁ ସ୍ଥାନୀୟ ବଡପୂଜକ ଦେଖିବାକୁ ପାଇଥିଲେ ।ସେହି ଦିନରୁ ଅଞ୍ଚଳ ଲୋକେ ଶିବ ପୂଜା କରି ଆସୁଛନ୍ତି ।ଏହି ହରିଣା ଶୈବପୀଠରେ ସଂକ୍ରାନ୍ତିରେ ଜୁନ‌୧୩ ର ରୁ ଜୁନ୍ ୨୧ ପର୍ଯ୍ୟନ୍ତ ପୂଜାର୍ଚ୍ଚନା ଓ ମେଳା ହୋଇଆସୁଛି ।ଏହି ମେଳା ଦେଖିବାକୁ ପଡୋଶୀ ଝାଡଖଣ୍ଡ,ଓଡ଼ିଶା,ଝାଡ଼ଖଣ୍ଡ,ପଶ୍ଚିମବଙ୍ଗରୁର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ମାନସିକଧାରୀ ଙ୍କ ସୁଅ ଛୁଟିଛି । ଆସ୍ଥା ବିଶ୍ବାସ ଅଛିବାବା ମୁକ୍ତେଶ୍ଵର ମାନସିକଧାରୀ ଙ୍କ ସାନ ମାନସିକ ପୂରଣ କରିଥାନ୍ତି ।ଅପୁତ୍ରିକକୁ ପୁତ୍ର, ରୋଗ ବୈରାଗ୍ୟ,ପରିବାର ଅଶାନ୍ତି ଏବଂ ସମସ୍ତ ମାନସିକ ପୂରଣ ହୋଇଥାଏ ।ଇଏ ହେଉଛନ୍ତି ଏହି ଅଞ୍ଚଳରେ ପ୍ରତ୍ୟକ୍ଷ ବାବା । ଝାଡଖଣ୍ଡ ସରକାର ଏବଂ ସ୍ଥାନୀୟ ପଟକା ବିଧାୟକ ସଞ୍ଜୀବ ସର୍ଦାର ଶୈବପୀଠରେ ବିକାଶର ମଙ୍ଗ ଧରିଛନ୍ତି ।ମନ୍ଦିର ପରିସରରେ ବହୁ ନୂତନ ମନ୍ଦିର ସମେତ ପାର୍ଶ୍ବ କାଳୀ ମନ୍ଦିର,ଗଣେଶ ମନ୍ଦିରଏଵଂ ଅନ୍ୟ ଦେବାଦେବୀ ନୂତନ ମନ୍ଦିର ନିର୍ମାଣ ଚାଲିଛି ।ସରିସୃପ ମାନେ ଗଛ ଡାଳରେ ବୁଲାବୁଲି କରୁଥାନ୍ତି କାହାରି କ୍ଷତି କରନ୍ତି ନାହିଁ ।ଏହି ମନ୍ଦିରରେ ଲାଇଟ୍,ପାନୀୟ ଜଳ,ବିଜୁଳି,ଷ୍ଟ୍ରିଟ ଲାଇଟ୍,ରେଷ୍ଟ ସେଡ,ପାର୍କ,ସିସିକେମେରା,ଯାତ୍ରୀନିବାସ ନିର୍ମାଣ ପାଇଁ କାର୍ଯ୍ୟକ୍ରମ ଜୋରଦାର ଚାଲିଛି ।ମୁଖ୍ୟ ପୂଜକ ଵଜରଙ୍ଗ ଦଣ୍ଡପାଟ ଏବଂ ତାଙ୍କ ସହଯୋଗୀ ମାନସିକଧାରୀ ଙ୍କ ଭୋଗ,ରାଗ,ନୈବେଦ୍ୟ ପୂଜାର୍ଚ୍ଚନା କରି ଭକ୍ତଙ୍କ ନାମରେ ଶିବଲିଙ୍ଗ ଉପରେ ଜଳରାଶି ଓ ବେଲପତ୍ର ଥୁଅନ୍ତି ।ବାବାଙ୍କ ପାଖରୁ ଦର୍ଶନ ପାଇଁ ମାନସିକଧାରୀ ବହୁତ ଖୁସି ହେଉଛନ୍ତି ।ମନ୍ଦିର ପ୍ରଶାସନ କମିଟିର ଅଧ୍ୟକ୍ଷ ଯୁଵ ସମାଜସେଵୀ ଦିପଙ୍କର ସିଂ ଏବଂ ସହଯୋଗୀ ତରଫରୁ ସମସ୍ତ ସୁଵ୍ଯବସ୍ଥା କରାଯାଇଛି ।ସବୁଠାରୁ ବଡ଼ କଥା କମିଟି ତରଫରୁ ହରିଣା ଗାଁ ସମେତ ଶୈବପୀଠରେ ଜୁଆ ଏବଂ ନିଶାଦ୍ରବ୍ୟ କାରବାର ହେବ ନାହିଁ ; ଯିଏ ଖିଲାପ କରିବ ତା’ର ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନସ ଗ୍ରହଣ କରାଯିବ ବୋଲି ଦିପଙ୍କର ସିଂ କହିଛନ୍ତି ।ସମସ୍ତେ ଆସନ୍ତୁ ଏବଂ ବାବାଙ୍କ ଆଶୀର୍ବାଦ ନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ।ଦର୍ଶକ ,ମାନସିକଧାରୀ,ଶ୍ରଦ୍ଧାଳୁଙ୍କ ପାଇଁ ଏକ ବିଶାଳ ମେଳା ପଡ଼ିଆରେ ମେଳା ଲାଗିଛି ।ଖାଦ୍ୟ ଭରପୁର,ଘରର ସମସ୍ତଆସବାବପତ୍ର,ଦୋଳିବ ,ହରେକମାଲଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

ଶହୀଦ ନୁଦୂରାମ୍ ସୋରେନ୍ ମେମୋରିଆଲ ଟ୍ରଷ୍ଟ ତରଫରୁ କାରଗିଲ ବିଜୟ ଦିବସ ପାଳିତ 

Sunil Chandra Nayak

ଜଗନ୍ନାଥ ସେବା ସମିତି ପକ୍ଷରୁ କଳାହାଣ୍ଡି ସାଂସଦଙ୍କ ଦ୍ୱାରା ଗରିବ ବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ

Sunil Chandra Nayak

ପ୍ରାଥମିକ ଶିକ୍ଷକ (ନୂତନ ପେନସନ ଭୁକ୍ତ) ସଂଘ ବୈଠକ

masiha

Leave a Comment

error: Content is protected !!