ରାଇରଙ୍ଗପୁର ରେ ବୀର ଚକ୍ର ନୁଦୂରାମ ସୋରେନ ଶହୀଦ ଦିବସ ଓ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ପାଳିତ
ରାଇରଙ୍ଗପୁର – ୧୭/୦୬ ଆଜି ବୀରଚକ୍ର ନୁଦୁରାମ ଶହୀଦ ଦିବସ ରାଇରଙ୍ଗପୁର ରେ ଶହୀଦ ନୁଦୂରାମ ସୋରେନ ଟ୍ରଷ୍ଟ ଏବଂ ଅଲ୍ ଇତୁନ୍ ଆଶ୍ରା ତରଫରୁ ପାଳିତ ହୋଇଯାଇଛି ।ପ୍ରାରମ୍ଭରେ ବସଷ୍ଟାଣ୍ଡ ଛକ ନିକଟସ୍ଥ ଶହୀଦ ନୁଦୂରାମ ସୋରେନ ଙ୍କ ପ୍ରତିମୂର୍ତ୍ତିରେ କମିଟିର ସଦସ୍ୟମାନେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ପରେ ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ଯାଳୟ ପରିସରରେ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ସାନ ଥାଳି ସାରସ୍ଵତ ସାଧକ ପଦ୍ମଶ୍ରୀ ଚରଣ ହେମ୍ବ୍ରମ ଯୋଗ ଦେଇଥିଲେ ।ଶହୀଦ ନୁଦୂରାମ ସୋରେନ ମେମୋରିଆଲ ଟ୍ରଷ୍ଟର ଅଧ୍ୟକ୍ଷ ମନୋରଞ୍ଜନ ହାଁସଦା ଙ୍କ ପ୍ରତ୍ଯକ୍ଷତତ୍ବାବଧାନରେ କାର୍ଯ୍ଯକ୍ରମ ହୋଇଥିବାବେଳେ ଅଧ୍ୟାପକ ବିଜୟ ରାମ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲେ । ପ୍ରାରମ୍ଭରେ ରାଇରଙ୍ଗପୁର ମାଟିର ସୁଯୋଗ୍ୟ ସନ୍ତାନ ଜୁନ ୧୫ ତାରିଖ ମଧ୍ୟ ରାତ୍ରରେ ଭାରତମାତାର ସୁରକ୍ଷା ପାଇଁ ବଲଓ୍ବାନ ଘାଟିରେ ସିମାରେ ଚୀନ ସେନାନୀ ସହିତ ଲଢ଼ି ଶହୀଦ ହୋଇଥିଲେ । ସେହି ଯୁବ ଶହୀଦଙ୍କୁଭାରତ ସରକାର ତାଙ୍କୁ ନୀଳଚକ୍ର ଉପାଧୀରେ ସମ୍ମାନିତ କରିଛନ୍ତି ।ଏହା ବହୁତ ଗୌରବର କଥା ।ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମର ସଂଯୋଜନାରେ ବିଶିଷ୍ଟ ଶିକ୍ଷାବିତ୍ ତିରିଂ ହାଇସ୍କୁଲର ପ୍ରଧାନ ଶିକ୍ଷକ ମଂଚ ରଞ୍ଜନ ନନ୍ଦ ମଂଚ ପରିଚାଳନା କରିଥିଲେ ।ମଂଚରେ ରାଇରଙ୍ଗପୁର ବିଇଓ ଘନଶ୍ୟାମ ମୁର୍ମୁ,ଟ୍ରଷ୍ଟର ସଭାପତି ମୋଚିରାମ ମାଝି, ସଦସ୍ୟ ଗୋପାଳ ଚନ୍ଦ୍ର ମହାନ୍ତି, ଅଲ୍ ଇତୁନ୍ ଆଶ୍ରାର ଜିଲ୍ଲା ସଭାପତି ରବୀନ୍ଦ୍ର ମୁଖୀ ପ୍ରମୁଖ ଉପସ୍ଥିତ ଥିଲେ।ଅତିଥିଗଣ ଶହୀଦ ନୁଦୁରାମ ସୋରେନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ଚଳିତବର୍ଷ ପ୍ରଥମ କରି ଅଲ୍ ଇତୁନ୍ ଆଶ୍ରା ତରଫରୁ ଗ୍ରୀଷ୍ମ ଛୁଟିରେ ୪୫ ଦିନ ସାନ୍ତାଳି ଲିପି ଅଲଚିକି ଲିଖନ ଓ ପଠନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ରାଇରଙ୍ଗପୁର ସରକାରୀ ଉଚ୍ଚ ଵିଦ୍ଯାଳୟ ଏବଂ ପାତେପାଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିଜ୍ଞ ସାନ୍ତାଳି ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଦ୍ବାରା ୧୨୦ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କୁ ନିଃଶୁକ ଅଲଚିକି ଶିକ୍ଷା ପ୍ରଦାନ କରାଯାଇଥିଲା ।ପରୀକ୍ଷାରେ ପାଶ୍ ହୋଇଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ଆଜି ହାଇସ୍କୁଲ ପରିସରରେ ଅତିଥିଙ୍କ ଦ୍ଵାରା ମାନପତ୍ର ସହ ସମ୍ଵର୍ଦ୍ଧିତ କରାଯାଇଥିଲା ।ପଦ୍ମଶ୍ରୀ ଚରଣ ହେମ୍ବ୍ରମ ନିଜେ ବିଦ୍ୟାର୍ଥୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ ।ପିଲାମାନଙ୍କୁ ଅନ୍ୟଭାଷାକୁ ଭଲ ପାଇବା ସହ ନିଜ ମାତୃଭାଷା ପ୍ରତି ଅଧିକ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ ।ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଅନୁଷ୍ଠାନ ତରଫରୁ ଗୋପାଳକୃଷ୍ଣ ମହାନ୍ତି, ରବୀନ୍ଦ୍ର ମୁଖି,ସାନ୍ତାଳି ଶିକ୍ଷକ ବାଲାଇ ଟୁଡୁ ,ସାନ୍ତାଳୀ ଶିକ୍ଷକ ବୁଢ଼ାନ ମୁର୍ମୁ,ଶିକ୍ଷୟତ୍ରୀ ଲକ୍ଷ୍ମୀରାଣୀ ମାରାଣ୍ଡି, ସାମ୍ବାଦିକ ଅକ୍ଷୟ ବିଶ୍ବାଳ,ପରେଶ୍ ଚନ୍ଦ୍ର ଷଡ଼ଙ୍ଗୀ, ସେବା ନିବୃତ ମହେନ୍ଦ୍ର ମହାନ୍ତ,ଏଏଓ ରଘୁନାଥ ମାଝୀ, ସମେତ ବହୁ ସେବା ନିବୃତ ସୈନିକ ବିଭାଗୀୟ କର୍ମଚାରୀ ଙ୍କୁ ଅନୁଷ୍ଠାନ ତରଫରୁ ପୁଷ୍ପଗୁଛ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଆଗକୁ ଅନୁଷ୍ଠାନ ତରଫରୁ ବହୁ ଜନକଲ୍ଯାଣ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଟ୍ରଷ୍ଟର ଅଧ୍ୟକ୍ଷ ମନୋରଞ୍ଜନ ହାଁସଦାଃ ଓ କର୍ମକର୍ତା ବୃନ୍ଦ କହିଥିଲେ ।
ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

