ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭତ୍ତା ଟଙ୍କା ନପାଇ ଫଚାୟତରେ ତାଲା ପକାଇଲେ ହିତାଧୁକାରୀ

ଭତ୍ତା ଟଙ୍କା ନପାଇ ଫଚାୟତରେ ତାଲା ପକାଇଲେ ହିତାଧୁକାରୀ

ଆସିକା,୧୮/୬/୨୬ (ଶିବ ଶଙ୍କର ମିଶ୍ର ) ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ନିମିନା ପଂଚାୟତ ରେ ଭତ୍ତା ଟଙ୍କା ବଣ୍ଟନଙ୍କୁ ନେଇ ହଟହଟା ହେଲେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧୂକାରୀ । ଆସିକା ବ୍ଲକର ନିର୍ଦ୍ଦେଶ ପ୍ରକାରରେ ଜୁନ ମାସ ର ୮୨୫ ଜଣଙ୍କ ମଧୁବାବୁ ପେନସନ ଭତ୍ତା ବଣ୍ଟନ ପାଇଁ ସବୁ ପ୍ରସ୍ତୁତି ପର୍ବ ଶେଷ ହୋଇଥିଲା । ସକାଳୁ ସମୟରୁ ଶତାଧୂକ ବୃଦ୍ଧ, ବୃଦ୍ଧା, ବିଧବା, ଦିବ୍ୟାଙ୍ଗ ମାନେ ସେମାନଙ୍କ ଖାତା ଧରି ଧାଡିରେ ଜଗି ରହିଥିଲେ । ସଠିକ ସମୟରେ ପିଇଓ ଏ.ଭିକାରି ପ୍ରଧାନ ଏବଂ ସରପଞ୍ଚ ବିଦ୍ୟାନ୍ତ କୁମାର ଚର୍ଚ୍ଚି ପହଂଚି ଭତ୍ତା ଟଙ୍କା ବାଣ୍ଟିବାକୁ ଗଲା ବେଳେ ହଠାତ କିଛି ଇନ୍ଦିରା ଗାନ୍ଧୀ ଜାତୀୟ ବାଦ୍ଧକ୍ୟ ପେନସନ ଯୋଜନା ର ହିତାଧୂକାରୀ ପଂଚାୟତ କାର୍ଯ୍ୟାଳୟର ଫାଟକରେ ତାଲା ପକାଇ ପିଇଓ ଙ୍କୁ କାର୍ଯ୍ୟାଳୟ ମଧ୍ଯକୁ ଛାଡି ନଥିଲେ କି ଭତ୍ତା ଟଙ୍କା ବଣ୍ଟନ ରେ ସହଯୋଗ କରିନଥିଲେ । ଏହି ପଂଚାୟତ ରେ ଇନ୍ଦିରା ଗାନ୍ଧୀ ଜାତୀୟ ବାଦ୍ଧକ୍ୟ ପେନସନ ଯୋଜନାରେ ବୃଦ୍ଧ ବୃଦ୍ଧା ୨୭୨ ଜଣ, ଦିବ୍ୟାଙ୍ଗ ୨୦, ବିଧବା ୯୪ ଜଣ ରହିଛନ୍ତି । ସେଥୁରୁ କିଛି ବୃଦ୍ଧ ବୃଦ୍ଧା ଆଜି ସେମାନଙ୍କ ଅପ୍ରେଲ, ମେ, ଜୁନ ମୋଟ ୦୩ ମାସର ଭତ୍ତା ଟଙ୍କା ନିଜ ଜମା ଖାତା କୁ ଆସୁନଥିବାରୁ ମଧୁବାବୁ ପେନସନ ହିତାଧ୍କାରୀ ଙ୍କୁ ଟଙ୍କା ଦେବାକୁ ହେବନାହିଁ ବୋଲି ଅଡ଼ି ବସିଥିଲେ । ଖବର ପାଇଁ ପଂଚାୟତ କାର୍ଯ୍ୟାଳୟ କୁ ବିଡ଼ିଓ ରାଜେନ୍ଦ୍ର ନାୟକ, ଅତିରିକ୍ତ ବିଡ଼ିଓ ସୁଶାନ୍ତ କୁମାର ବେହେରା ପହଂଚି ଦୁଇ ଦିନ ପାଇଁ ମଧୁବାବୁ ପେନସନ ବନ୍ଦ ପାଇଁ ପିଇଓ କୁ ନିର୍ଦ୍ଦେଶ ଦେଇ ଫେରିଥିଲେ ।

Related posts

ଜିଲ୍ଲା ସ୍ତରୀୟ ଶିଶୁଙ୍କ ଓଜନ ଏବଂ ଉଚ୍ଚତା ନିରୀକ୍ଷଣ ତାଲିମ କାଯ୍ୟକ୍ରମ 

masiha

ପବିତ୍ର ଗୁରୁ ପୂର୍ଣ୍ଣିମା ପାଳନ କଲେ ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ପରିବାର.

masiha

ବାଲୁକା କଳାରେ ରାଧାକ୍ରିଷ୍ଣନ ଙ୍କୁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!