ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏନ୍ ଇ ଇ ଟି (ୟୁ ଜି) ୨୦୨୬ ପୁନଃ ପରୀକ୍ଷା ପାଇଁ ପ୍ରସ୍ତୁତି ବୈଠକ 

ଏନ୍ ଇ ଇ ଟି (ୟୁ ଜି) ୨୦୨୬ ପୁନଃ ପରୀକ୍ଷା ପାଇଁ ପ୍ରସ୍ତୁତି ବୈଠକ 

ନବରଙ୍ଗପୁର :(ତା ୧୮.୬.୨୦୨୬)(ରବିନାରାୟଣ ମହାନ୍ତି) ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା(ଏନ୍ ଇ ଇ ଟି)(ସ୍ନାତକୋତ୍ତର) ପରୀକ୍ଷା୨୦୨୬ ସଫଳତାର ସହ ସମ୍ପନ୍ନ କରିବା ପାଇଁ ଆଜି ସ୍ଥାନୀୟ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ଼ ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ,ଡି ଏସ ପି ସରୋଜ ପୁନମ କିସ୍ପଟା,ଏନ୍ ଈ ଇ ଟି ସିଟି ଅଧିକାରୀ ହିତେଶ ବର୍ମା,ଡେପୁଟୀ କଲେକ୍ଟର ସୋଭନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।ଜିଲ୍ଲାର ନବରଙ୍ଗପୁର ସହରର ଆର୍ ସି ଡି ହାଇସ୍କୁଲ ଏବଂ ପି ଏମ ଶ୍ରୀ କେନ୍ଦ୍ରିୟ ବିଦ୍ୟାଳୟ ଦୁଇଟି ଶିକ୍ଷା ଅନୁଷ୍ଠାନକୁ ଏନ୍ ଟି ଏ ( ଜାତୀୟ ପରୀକ୍ଷା ସଂସ୍ଥା) ଦ୍ଵାରା ମନୋନୀତ କରାଯାଇଛି।ଏହି ଜାତୀୟ ସ୍ତର ପରୀକ୍ଷା ପାଇଁ ଜିଲ୍ଲାପାଳ ଙ୍କ ଅଧକ୍ଷତାରେ ଜିଲ୍ଲା ସ୍ତରୀୟ ସ୍ଵମନ୍ନୟ କମିଟି ଗଠନ ହୋଇ ନୋଡାଲ ଅଧିକାରୀ ଙ୍କୁ ଦାୟିତ୍ୱ ଦିଆଯାଇଛି। ମାଜିଷ୍ଟ୍ରେଟ ଡ୍ୟୁଟି ଅଧିକାରୀ ରୂପେ ନବରଙ୍ଗପୁର ଏବଂ ନନ୍ଦାହାଣ୍ଡି ତହସିଲଦାର ଏବଂ ସେଭଳି ଆରକ୍ଷୀ ଅଧିକାରୀଙ୍କୁ ପରୀକ୍ଷା କେନ୍ଦ୍ର ନିରାପତ୍ତା,ଶାନ୍ତି ଏବଂ ଶୃଙ୍ଖଳା ପାଇଁ ଦାୟିତ୍ବ ଦିଆଯାଉଛି। ପରୀକ୍ଷା ଯେଭଳି ସୁଚାରୁ ରୂପେ ଏବଂ ଶାନ୍ତି ଶୃଙ୍ଖଳା ର ସହ ସମାପନ ହେବ ଏଥିପାଇଁ ପରୀକ୍ଷା କେନ୍ଦ୍ର ରେ ପାନୀୟ ଜଳ ବ୍ୟବସ୍ଥା,ଶୌଚାଳୟ,ବିଦ୍ୟୁତ ସରାବରାହ, ଦିବ୍ୟାଙ୍ଗ ପାଇଁ ହୁଈଲ ଚେୟାର,ଅଗ୍ନିଶମ, ସି ସି ଟିଭି, ଯାମର,ଡି ଜି ବ୍ୟାକଅପ୍,ପାର୍କିଂ, ଆମ୍ବୁଲାନ୍ସ ସହ ପରିବହନ, ମାଗଣା ବସ ସେବା, ଫ୍ରିସ୍କିଂ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି ଏବଂ ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ବ ଅର୍ପଣ କରାଗଲା।ଏହି ପରୀକ୍ଷା ଆସନ୍ତା ୨୧.୬.୨୦୨୬ ତାରିଖ ଅପରାହ୍ନ ୨.୦୦ ଘ ରୁ ଆରମ୍ଭ ହୋଇ ଘ ୫.୧୫ ମି ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ବୈଠକ ରେ ସି ଡି ଏମ ଓ ଡ ମଳୟ ପ୍ରଧାନ,ଆର୍ ଟି ଓ ଜିତେନ୍ଦ୍ର ଭୋଇ,ଡି ଏସ ଏସ ଓ ସୁଧାଂଶୁ ପାତ୍ର, ଡି ଆଇ ପି ଆର୍ ଓ ମନୋଜ ବେହେରା, ତହସିଲଦାର, ନବରଙ୍ଗପୁର ଭୋଲେଶ୍ୱର୍ ନାୟକ,ତହସିଲଦାର , ନନ୍ଦାହାଣ୍ଡି ଚନ୍ଦ୍ରହାସ ମହାନନ୍ଦିଆ , ଅତିରିକ୍ତ ଶିକ୍ଷା ଅଧିକାରୀ,ପରୀକ୍ଷା କେନ୍ଦ୍ରର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପଣ୍ଡରା ମାଳି ସମାଜ ସେବା ସଙ୍ଘ ଗଠନ

୧- ଅଣନିଶ୍ୱାସୀ ହୋଇ ୬ ଜଣ ଛାତ୍ରୀ ଅସୁସ୍ଥ , ୨-ସିବିଏସଇ ଜୋନାଲ ତାଇକୋଣ୍ଡୋ ପ୍ରତିଯୋଗିତାରେ ଢେଙ୍କାନାଳ ଖେଳାଳୀଙ୍କୁ ସ୍ୱର୍ଣ୍ଣ ସହ ରୌପ୍ୟ ଏବଂ କାଂସ୍ୟ ପଦକ, ୩- କବାଟ ତାଡି ତିନୋଟି ଦୋକାନ ରୁ ଲୁଟ , ୪- ହିନ୍ଦୋଳ ନିର୍ବାଚନମଣ୍ଡଳୀ ଓଡାପଡା ବିଜୁଜନତାଦଳ’ର ସଂଗଠନିକ ବୈଠକ, ୫- ଭାପୁର ବାରି ପୋଖରୀରେ ବୁଡି ଯୁବକ ମୃତ ,୬-ଡବଲ ଇଞ୍ଜିନ ସରକାରରେ ଡାକ୍ତର ମରୁଡ଼ି, ରୋଗୀ ହନ୍ତସନ୍ତ 

Sunil Chandra Nayak

ଓଜିବି ପକ୍ଷରୁ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!