ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଲା ସରପଞ୍ଚ ସଂଘ: ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଲା ସରପଞ୍ଚ ସଂଘ: ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ବାଲିଗୁଡା, ତା, ୧୮/୦୬:(ମନିସ): ବହୁ ଚର୍ଚ୍ଚିତ ସରପଞ୍ଚ ଚାମେଲୀ ଓଝାଙ୍କ ସପକ୍ଷରେ ଏବେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ସରପଞ୍ଚ ସଂଘ ଅଣ୍ଟା ଭିଡ଼ି ନ୍ୟାୟ ପ୍ରଦାନ ଦାବୀ କରି ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ମହିଳା ସରପଞ୍ଚଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସରକାରଙ୍କ କୌଣସି କାର୍ଯ୍ୟକ୍ରମରେ ଅସହଯୋଗ କରି ଯୋଗ ନ ଦେବାକୁ ଉକ୍ତ ଦାବିପତ୍ରରେ ଉଲ୍ଲେଖ ଥିବା ଜଣା ପଡିଛି। ତେବେ ଏହା ସରପଞ୍ଚଙ୍କ ରାଜ୍ୟ ମହାସଂଘ ନିଷ୍ପତି କ୍ରମେ କ.ନୂଆଗାଁ ସରପଞ୍ଚ ସଂଘର କର୍ମକର୍ତ୍ତା ବିଡ଼ିଓ ସୁଶ୍ରୀ ଶୁଭ୍ରାଞ୍ଜଳି ପ୍ରଧାନଙ୍କ ଅନୁପସ୍ଥିତିରେ ଜିପିଇଓ ସ୍ମୃତି ସାଗର ପ୍ରଧାନଙ୍କ ଉପସ୍ଥିତିରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟଦର୍ଶିନୀ ମଲ୍ଲିକଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଏଥିରେ ବ୍ଲକର ୧୪ ପଞ୍ଚାୟତର ସମସ୍ତ ସରପଞ୍ଚ ସମର୍ଥନ ଜଣାଇବା ସହ ସରପଞ୍ଚ ସଂଘର ସଭାପତି କୁଡୁତୁଲି ପଞ୍ଚାୟତ ସରପଞ୍ଚ ଶ୍ରୀଚନ୍ଦ୍ର ମଲ୍ଲିକ, ସଂପାଦକ ଲେତିଙ୍ଗିଆ ସରପଞ୍ଚ କୁନାଲ ପ୍ରଧାନ,ବରିଷ୍ଠ ସଦସ୍ୟ ସିର୍ତ୍ତିଗୁଡା ସରପଞ୍ଚ ଭାଗ୍ୟବତୀ ମଲ୍ଲିକ, କଞ୍ଜାମେଣ୍ଡି ସରପଞ୍ଚ ଗୁନୁଲତା ମଲ୍ଲିକ, ବଣ୍ଡଗୁଡା ସରପଞ୍ଚ ସଞ୍ଜୟ କୁମାର ପ୍ରଧାନଙ୍କ ସମେତ ଅନ୍ୟ ପଞ୍ଚାୟତର ସରପଞ୍ଚ ଉପସ୍ଥିତ ଥିଲେ।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

ଥୁଆମୂଳରାମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ବେହେରାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ଅକ୍ଷୟ ମହାନ୍ତି ଙ୍କ ସଂଗୀତରେ ଝୁମିଲେ ଶ୍ରୋତା 

masiha

କୋମନା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର : ୭୪ଟି ଅଭିଯୋଗର ଶୁଣାଣି, ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ

Sunil Chandra Nayak

Leave a Comment

error: Content is protected !!