ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡାଠାରେ ଏସସି ଓ ଏସଟି କଲ୍ୟାଣ ଯୋଜନା ଉପରେ ଜାତି-ଜନଜାତି ସମ୍ବାଦ ଅନୁଷ୍ଠିତ

ଗୋଲାମୁଣ୍ଡାଠାରେ ଏସସି ଓ ଏସଟି କଲ୍ୟାଣ ଯୋଜନା ଉପରେ ଜାତି-ଜନଜାତି ସମ୍ବାଦ ଅନୁଷ୍ଠିତ

ଜୁନାଗଡ଼ (ମ ନି ସ): ଗୋଲାମୁଣ୍ଡା ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ରାଜ୍ୟ ସରକାର ତଥା ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ “ବିକାଶର ଧାରା ଓଡ଼ିଶା ସାରା” ଅଭିଯାନର ତୃତୀୟ ଦିବସ କାର୍ଯ୍ୟକ୍ରମ ଆଜି ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ସ୍ୱତନ୍ତ୍ର “ଜାତି-ଜନଜାତି ସମ୍ବାଦ” ସଭାର ଆୟୋଜନ କରାଯାଇଥିଲା।ଏହି ସମାବେଶରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ସାମାଜିକ ତଥା ଅର୍ଥନୈତିକ ବିକାଶ ପାଇଁ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷ କରି ଗୋଲାମୁଣ୍ଡା ବ୍ଲକର ଏସସି ଏବଂ ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତି ବ୍ୟବସ୍ଥା, ହଷ୍ଟେଲ ସୁବିଧାର ସୁଦୃଢ଼ୀକରଣ ଏବଂ ଅଞ୍ଚଳର ଆଦର୍ଶ ଗ୍ରାମଗୁଡ଼ିକର ବିକାଶ ପାଇଁ ସ୍ୱତନ୍ତ୍ର ପାଣ୍ଠି ଯୋଗାଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରାଯାଇଥିଲା। ଏହି ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାରୁ ସୁଫଳ ପାଇଥିବା ସଫଳ ହିତାଧିକାରୀ ଏବଂ ସମୁଦାୟର ପ୍ରମୁଖ ବ୍ୟକ୍ତିମାନଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରିପୁର ମହାନନ୍ଦ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ନାୟକ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁବ୍ରତ ମିଶ୍ର, ସିଡିପିଓ ଶ୍ରୀମତୀ ପଦ୍ମା ମଞ୍ଜରୀ ପ୍ରଧାନ ଏବଂ ସ୍ଥାନୀୟ ପ୍ରତିନିଧି ଶ୍ରୀମତୀ ମାଧୁରୀ ମଙ୍ଗରାଜ, ସମାଜ ସେବୀ ଶ୍ରୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ଶ୍ରୀ ମୁରଲୀ ଧର ମାଝୀ, ଶ୍ରୀ ସନ୍ତୋଷ ମାଝୀ, ଶ୍ରୀ ଭୁଦେବ ଭୋଇ ଓ ଶ୍ରୀ ପୁରୁଷୋତ୍ତମ ଭୋଇ ପ୍ରମୁଖ ମଞ୍ଚାସୀନ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସରକାରଙ୍କ ଏହି ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସମସ୍ତେ ସଂକଳ୍ପ ପ୍ରକାଶ କରିଥିଲେ। ଏଥିରେ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଓ ହିତାଧିକାରୀ ଉପସ୍ଥିତ ଥିଲେ।

ଜଗଜ୍ଜି ବନ ସାଙ୍କ ରିପୋର୍ଟ

Related posts

ରାଉରକେଲା କଲେଜ ‘ଓଡିଆ ବିଭାଗ’ର ଆଲୋଚନାଚକ୍ର…

Sunil Chandra Nayak

ସମୂହ ରକ୍ତଦାନ ର ପ୍ରତିଜ୍ଞା ନେଇ ଭାରତୀୟ ଔଷଧ ବ୍ୟବସାୟୀ ସଂଘ୍ (AIOCD) ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ରେ ନାମ ଦର୍ଜ୍ କଲା

masiha

ଜୈବିକ ସାର ଉତ୍ପାଦନ କମ୍ପାନୀ ‘ବାୟୋତେଜ ଏଗ୍ରିନୋଭେସନ’ ର ନୂତନ ପ୍ଲାଣ୍ଟ ଉଦଘାଟିତ 

masiha

Leave a Comment

error: Content is protected !!