ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିନ୍ମୟ ଅମୃତ ମହୋତ୍ସବ କାର୍ଯ୍ୟକ୍ରମ

ଚିନ୍ମୟ ଅମୃତ ମହୋତ୍ସବ କାର୍ଯ୍ୟକ୍ରମ

ଆସିକା,୧୯/୬/୨୬ (ଶିବ ଶଙ୍କର ମିଶ୍ର) ଆସିକା ପୌର ପରିଷଦର ୱାର୍ଡ ନମ୍ବର ୦୭ ଠାରେ ଚିନ୍ମୟ ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥୁଲା । ଏହି କାର୍ଯ୍ୟକ୍ରମରେ କେରଳ ଚିନ୍ମୟ ମିଶନରୁ ସୁବୀର ନନ୍ଦଜୀ, ତାମିଲନାଡୁ ବ୍ରହ୍ମଚାରିଣୀ ତାରିଣୀ ଚୈତନ୍ୟ, ବ୍ରହ୍ମଚାରିଣୀ ଭକ୍ତି ଚୈତନ୍ୟ, ରାଉଲକେଲା ଚିନ୍ମୟ ମିଶନ ସ୍ଵାମୀ ନିର୍ଲିପ୍ତା ନନ୍ଦ, ସ୍ଵାମୀ ଅରୂପା ନନ୍ଦ, ବ୍ରହ୍ମପୁର ଚିନ୍ମୟ ମିଶନ ସ୍ଵାମୀ ଶିବା ସର୍ବାନନ୍ଦାଜୀ,ବିଧାୟକ ସରୋଜ କୁମାର ପାଢ଼ୀ, ଶିକ୍ଷକ ବିଶ୍ଵନାଥ ସେଠୀ, ଚିନ୍ମୟ ମିଶନ ଶାଖା ର ନିରଞ୍ଜନ ମହାନ୍ତି, ଆସିକା ସିଡିପିଓ,ଚିନ୍ମୟ ମିଶନ ର ଉପସଭାପତି ବୃନ୍ଦାବନ ବେହେରା, ପରିଚାଳକ ଇ. ଭେଙ୍କଟରମଣ ପାତ୍ର, କୋଷାଧକ୍ଷ ପାଣ ଗୌଡ଼, ଯୁଗ୍ମ ସମ୍ପାଦକ ଶତ୍ରୁଘନ ଗୌଡ ଯୋଗ ଦେଇଥିଲେ । ଚିନ୍ମୟ ମିଶନର ମୂଳମନ୍ତ୍ର ହେଉଛି ‘ସର୍ବାଧୂକ ସମୟ ପାଇଁ ସର୍ବାଧୂକ ସଂଖ୍ୟାକୁ ସର୍ବାଧୂକ ଖୁସି ଦେବା।‘ ପ୍ରତିଷ୍ଠାତା ସ୍ବାମୀ ଚିନ୍ମୟାନନ୍ଦଙ୍କ ଦ୍ବାରା ପ୍ରତିଷ୍ଠିତ ଏହି ମାର୍ଗଦର୍ଶକ ନୀତି ଗୁରୁତ୍ବାରୋପ କରେ ଯେ ନିଃସ୍ବାର୍ଥପର ସେବା ଏବଂ ଆଧ୍ୟାତ୍ମିକ ଆଭ୍ୟନ୍ତରୀଣ ପରିବର୍ତ୍ତନ ମାଧ୍ୟମରେ ପ୍ରକୃତ ଏବଂ ସ୍ଥାୟୀ ଖୁସି ହାସଲ କରାଯାଏ ବୋଲି ସ୍ଵାମୀଜୀ ମାନେ ମତ ରଖୁଥିଲେ । ଏକ ଅଧ୍ୟାତ୍ମିକ ରଥ ପୁନେ ରୁ ବାହାରି ଗତକାଲି ବ୍ରହ୍ମପୁର ଠାରୁ ଆସିକା ଅଭିମୁଖେ ଆସିଥିଲା । ଏହି ରଥ ବସଷ୍ଟାଣ୍ଡ ଠାରୁ ବାହାରି ଆସିକା ସହର ପରିକ୍ରମା କରିଥିଲା । ଶେଷରେ ମମ ସ୍କୁଲ ଠାରେ ସ୍ଵାମୀଜୀଙ୍କ ସମସ୍ତ ଉପକରଣ ଗୁଡିକ ପ୍ରଦର୍ଶନ କରାଯାଇଥିଲା । ଏହି ରଥ ଆସିକା ରୁ ବାହାରି ଭବାନୀପାଟଣା ଅଭିମୁଖେ ଯାତ୍ରା କରିଥିଲେ।

Related posts

ଗୋପୁବନ୍ଧୁ ସ୍ମାରକ ଚିତ୍ରାଙ୍କନ ଓ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ 

ଭୂତକୋଠି ପାଲଟିଛି ପ୍ରାଣୀ ଚିକିତ୍ସାଳୟ

Sunil Chandra Nayak

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ମୃତ 

masiha

Leave a Comment

error: Content is protected !!