ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେରେସିଂହା: ମହାଭାରତ ନାଟକ ଉଦଯାପିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗ୍ରାମର ମାଁ ମାଣିକେଶ୍ଵରୀ ଯୁବକଳା ସାଂସ୍କୃତିକ ଅନୁଷ୍ଠାନ ତରଫରୁ ହେଉଥିବା ମହାଭାରତ ନାଟକର ପୂର୍ଣାହୂତି ଆଜି ହୋଇଯାଇଛି l ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ୧୨ଦିନ ବ୍ୟାପୀ ରାତ୍ରିରେ ନାଟକ ମଞ୍ଚସ୍ଥ ହେଉଥିଲା l ଏହି ନାଟକର ବିଭିନ୍ନ ଭୂମିକାରେ କିଶୋର, ଗୋପାଳ, ଚିନ୍ତାମଣି, କ୍ଷେତ୍ରମଣି, ମେଟା, ସମ୍ଭୁ, ଅନାଦି, ଲକେଶ, ପୃଥ୍ବୀ, ବିନୟ, ମଧ୍ୟମ, ଭକ୍ତ, ଦଳେଶ୍ୱର, ଭୀଷ୍ମ, ପପିଲ, ମୁକେଶ, ପିଣ୍ଟୁ, ଯୁଧିଷ୍ଟିର, ହରେନ୍ଦ୍ର, ଶେଷଦେବ, ରଞ୍ଜନ ପ୍ରମୁଖ କଳାକାର ଅଭିନୟ କରି ଦର୍ଶକଙ୍କ ମନ ମୋହିଥିଲେ l ବାଦ୍ୟଯନ୍ତ୍ର ରେ ମନୁ, ଗୁଦ୍ଦୂ, ମୋତିଲାଲ, ବିଦ୍ୟୁତ୍, ହରିହର, ଲାଇଟ ଓ ସାଉଣ୍ଡ ବିଭାଗରେ ଅଜୟ, ନଟୁ ଓ ବୁଲୁ ସହଯୋଗ କରିଥିଲେ l ଏଥିରେ ପୂଜାକର୍ତ୍ତା ଭାବେ ଶ୍ରୀଯୁକ୍ତ ଶ୍ରୀରାମ ରଣା ରହିଥିବା ବେଳେ ପୁରାଣ ପଣ୍ଡା ଭାବରେ ଦେବେନ୍ଦ୍ର ରଣା ନିଜର ଦାୟିତ୍ଵ ନିର୍ବାହ କରିଥିଲେ l ଅନୁଷ୍ଠାନର ସଭାପତି ବିଶ୍ବମ୍ବର ଭୋଇ ଓ ସମ୍ପାଦକ ରୋହିତ ରଣାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ନାଟକରେ ଅନୁଷ୍ଠାନର ଉପସଭାପତି ମନୁ ରଣା ସହ ସମ୍ପାଦକ ହରିଶଙ୍କର ମାଝୀ, ଗଦାଧର ରଣା, ଜଗବନ୍ଧୁ ରଣା, କୁମର ଭୋଇ, କୁବେର ରଣା, ଦେବାର୍ଚ୍ଚନ ରଣା, ତରଣି ରଣା, ଦିଗସନ୍ ଭୋଇ, ଗୟାଧର ବାରିକ, ମିଟି ଭୋଇ, ଦାରୁ ରଣା, ଅଭିମନ୍ୟୁ ରଣା, ଗୌରାଙ୍ଗ ରଣା, ଧନେଶ୍ଵର ରଣା ପ୍ରମୁଖ ସମସ୍ତ କଳାକାରମାନଙ୍କୁ ଉତ୍ସାହିତ କରିବା ସହ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ l କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଥୁଆମୂଳ ରାମପୁର ଠାରେ ଦିନିକିଆ ବୈଠକରେ ସଚେତନ କାର୍ଯ୍ଯକ୍ରମ ଅନୁଷ୍ଠିତ

Sunil Chandra Nayak

ଛେଣ୍ଡିଆ ଠାରେ ବ୍ଳକ ସ୍ତରୀୟ ଇଣ୍ଟର ହାଇସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟ

Sunil Chandra Nayak

କଳସ ଶୋଭାଯାତ୍ରା ସହ ଗଜଲକ୍ଷ୍ମୀ ପୂଜା ଆରମ୍ଭ

Sunil Chandra Nayak

Leave a Comment

error: Content is protected !!