ଫୁଲବାଣୀ -: ଆଜି ଫୁଲବାଣୀ ସହର ଜିରିଙ୍ଗିପଡା ସ୍ଥିତ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁର ଙ୍କର ୨୨ ତମ ଚତୁର୍ଦ୍ଦଶୀ ଜନ୍ମ ଦିବସ ଚନ୍ଦନ ଯାତ୍ରା ଶୁଭାରମ୍ବ ହୋଇଛି । ଉକ୍ତ ଯାତ୍ରା ଜିରିଙ୍ଗିପଡା ଗ୍ରାମ କମିଟି ଓ ଯାତ୍ରାପରିଚାଳନା କମିଟିର ସମ୍ପୂର୍ଣ୍ଣ ସହଯୋଗରେ ଠାକୁର ଙ୍କର ଜନ୍ମ ଦିନ ତା ୧୪ /୫/୨୦୨୨ ରିଖ ଠାରୁ ୩୦ /୫/୨୦୨୨ ରିଖ ପଯ୍ୟନ୍ତ ବିଭିନ୍ନ ସାଂସସ୍କୃତି ସହ ଜିରିଙ୍ଗିପଡା ଠାକୁର ଙ୍କର ମନ୍ଦିର ନିକଟ ଯାତ୍ରା ପଡ଼ିଆ ଠାରେ ଅନୁଷ୍ଠିତ ହେବା ନିମନ୍ତେ ଯାତ୍ରା ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି। ଆଜି ଯାତ୍ରାର ଆରମ୍ଭ ଦିନରେ ଶତାଧିକ ଭକ୍ତ ମାଁ ନାରାୟଣୀ ମନ୍ଦିର ନିକଟସ୍ଥ ସାଲୁଙ୍କି ନଈ ଠାରୁ ଏକ କଳସ ସଭାଯାତ୍ରା ବାହାରି ଫୁଲବାଣୀ ସହର ପରିକ୍ରମା କରି ଠାକୁର ଙ୍କର ମନ୍ଦିର ଠାରେ ପହଞ୍ଚି ଥିଲେ। ପ୍ରଭୁ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁର ଙ୍କର ମନ୍ଦିର ଠାରେ ଭକ୍ତ ମାନଙ୍କ ଉପସ୍ଥିତ ରେ ଯଥା ରୀତି ନୀତି ନିୟମ ଅନୁସାରେ ମନ୍ଦିର ପ୍ରାଙ୍ଗଣ ରେ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଉକ୍ତ ହୋମ ଯଜ୍ଞ ବେଳେ କର୍ତା ଭାବେ ସଭାପତି ପାର୍ଥ ସାରଥୀ ବିଶ୍ୱାଳ ଓ ତାଙ୍କ ଧର୍ମ ପତ୍ନୀ ଦାୟିତ୍ୱ ନିଭାଇ ଥିଲେ।ଗନ୍ଧପୁଷ୍ପ ଧୂପ ଦୀପ ନୈବେଦ୍ୟ ରେ ଠାକୁର ମନ୍ଦିର ପୂଜକ ଚିନ୍ତାମଣି ସାହାଣୀ ପୂଜା କାର୍ଯ୍ୟ ସମାପନ କରି ଥିଲେ। ଠାକୁର ଙ୍କର ଜନ୍ମ ଦିବସରେ ଠାକୁର ଙ୍କର ଦର୍ଶନ କରି କୃପା ଲାଭ କରିବା ପାଇଁ ହଜାର ହଜାର ଭକ୍ତ ଙ୍କର ଭିଡ଼ ଜମିଥିବା ଦେଖି ବାକୁ ମିଳିଥିଲା। ଆଜି ଭକ୍ତ ମାନଙ୍କ ନିମନ୍ତେ ଯାତ୍ରା ପରିଚାଳନା କମିଟି ପକ୍ଷରୁ ଅନ୍ନ ପ୍ରସାଦ ପ୍ରଦାନ କରାଯାଇଥିଲା। ପ୍ରତି ବର୍ଷ ଠାକୁର ଙ୍କର ଯାତ୍ରା ଫୁଲବାଣୀ ଜିରିଙ୍ଗିପଡା ନୃସିଂହ ମନ୍ଦିର ଠାରେ ଅନୁଷ୍ଠିତ ହେଉଥିଲା କୋରନା କଟକଣା ଯୋଗୁଁ ଦୁଇ ବର୍ଷ ହେବ ଏହି ଯାତ୍ରା ହୋଇ ପାରିନଥିଲା । ଚଳିତ ବର୍ଷ ସମସ୍ତ ଙ୍କର ସହଯୋଗ ରେ ନୃସିଂହ ଠାକୁର ଙ୍କର ଏହି ଯାତ୍ରା ଆରମ୍ଭ ଦିବସ ରୁ ଶେଷ ଦିବସ ପର୍ଯ୍ୟନ୍ତ ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଅନୁଷ୍ଠିତ ହେବ ବୋଲି ଗ୍ରାମ କମିଟି ସଭାପତି ସୁଜିତ କୁମାର ବେହେରା,ଯାତ୍ରା କମିଟି ସଭାପତି ପାର୍ଥ ସାରଥୀ ବିଶ୍ୱାଳ ସୂଚନା ଦେଇଥିଲେ। ଯାତ୍ରା ପରିଚାଳନା କମିଟି ଏବଂ ଗ୍ରାମ କମିଟି ଉପଦେଷ୍ଟା ପଙ୍କଜ କୁମାର ବେହେରା, ଦିନେଶ କୁମାର ବେହେରା,ଦାରୁଣ କୁମାର ବେହେରା, ବଳଦେବ ବେହେରା,ଶିବଶଙ୍କର ବେହେରା,ବୈଦ୍ୟନାଥ ନାୟକ,ଏବଂ ଯାତ୍ରା ପରିଚାଳନା କମିଟି ଉପ ସଭାପତି କରମ ବେହେରା, ସମ୍ପାଦକ ମିଲନ କଁହର, ସାଂସ୍କୃତିକ ସମ୍ପାଦକ ପାଞ୍ଚଲି ବେହେରା, ସହ ସମ୍ପାଦକ ରାମକୃଷ୍ଣ କଁହର, କାର୍ଯ୍ୟକାରୀ ସଭାପତି ସୁଧାଂଶୁ ବେହେରା, କୋଷାଧ୍ୟକ୍ଷ ଲଳିତ କୁମାର ବେହେରା ଙ୍କର ବଳିଷ୍ଠ ଉଦ୍ୟମ ରେ ୧୬ ଦିନ ଧରି ଯାତ୍ରା ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହେବା ନିମନ୍ତେ ଯାତ୍ରା ପରିଚାଳନା କମିଟି ସଭାପତି ଶ୍ରୀ ବିଶ୍ୱାଳ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି। ଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ପୋଲିସ ଫୋର୍ସ ମୁତୟନ କରାଯିବା ନିମନ୍ତେ ସଭାପତି ସୂଚନା ଦେଇଛନ୍ତି।
ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ।