ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାକ୍ତର ଙ୍କ ଦବଙ୍ଗ ଗିରୀ…

ପେସେଣ୍ଟ କୁ ଗୋଡେଇ ଗୋଡେଇ ପିଟିଲେ 

ଭିଡିଓ ଭାଇରାଲ ….

ଉତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥ ଅବରୋଧ 

ଧର୍ମଗଡ:୧୪/୩/୨୨: ରୋଗୀ ଙ୍କୁ ଚିକିତ୍ସା ସେବା ଯୋଗାଇ ଜୀବନ ବଞ୍ଚାଇବା ବଦଳ ରେ ଫିଲ୍ମଷ୍ଟାଇଲ ରେ ଜଣେ ଡ଼ାକ୍ତର ରୋଗୀ କୁ ଗୋଡ଼ାଇ ଗୋଡ଼ାଇ ପିଟୁ ଥିବା ଭଳି ଏକ ଘଟଣା ର ଭିଡିଓ ଭାଇରାଲ ହେବା ପରେ ଏହା ଅଞ୍ଚଳ ରେ ମୂଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ରେ । ଏହା କୁ ନେଇ ଆଜି ଉତ୍ତ୍ୟକ୍ତ ଲୋକେ ଡାକ୍ତର ଙ୍କ ଗିରଫ ଦାବୀ କରି ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଧର୍ମଗଡ ହରିଜନ ପଡ଼ା ର ମନୋଜ ନାଏକ (୩୫) ଗତକାଲି ରାତି ପ୍ରାୟ ୧୧ ଟା ସମୟ ରେ ପେଟ ରେ ଯନ୍ତ୍ରଣା ହେବାରୁ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ କୁ ଆସିଥିଲେ । ତେବେ ସେଠାରେ କୌଣସି ଡ଼ାକ୍ତର ନଥିବା ବେଳେ ତାଙ୍କୁ ଚିକିତ୍ସା ସେବା ମିଳି ନଥିଲା ଫଳ ରେ ସେ ଯନ୍ତ୍ରଣା ସହି ନପାରି ଗାଳି ଗୁଲଜ କରିଥିଲେ । ତେବେ କିଛି ସମୟ ପରେ ଦାୟିତ୍ଵ ରେ ଥିବା ଡାକ୍ତର ଶୈଳେଶ ଦୋରା ସେଠାରେ ପହଞ୍ଚି ତାଙ୍କୁ ମାଡ଼ ମାରି ଥିଲେ । ଏପରିକି ମନୋଜ ଜୀବନ ବଞ୍ଚାଇବା ପାଇଁ ଏଣେ ତେଣେ ଦୌଡ଼ୁଥିବା ବେଳେ ଡାକ୍ତର ଜଣକ ତାଙ୍କୁ ଗୋଡାଇ ଗୋଡାଇ ପିଟୁଥିବା ସେ ଅଭିଯୋଗ କରିଛନ୍ତି । ଭାଇରଲ ଭିଡିଓ ରେ ମଧ୍ୟ ଏହା ଦେଖିବାକୁ ମିଳୁଛି । ତେବେ ଡ଼ାକ୍ତର ଙ୍କ ଏଭଳୀ ଦବଙ୍ଗ ଗୀରି କୁ ସାଧାରଣ ରେ ନିନ୍ଦା କରଯାଇଛି । ରୋଗୀ କୁ ବୁଝାଇବା ପରିବର୍ତ୍ତେ ତାଙ୍କୁ ମାଡ଼ ମାରିବା ଘଟଣା କୁ ପଡ଼ା ବାସୀ ନିନ୍ଦା କରିବା ସହ ତୁରନ୍ତ ସଂପୃକ୍ତ ଡାକ୍ତରଙ୍କୁ ଗିରଫ ଦାବୀ ରେ ଲୋକେ ହସ୍ପିଟାଲ ସମ୍ମୁଖ ରେ ଧର୍ମଗଡ-ରାୟପୁର ଜାତୀୟ ରାଜପଥ କୁ ଅବରୋଧ କରିଛନ୍ତି । ଏ ସମ୍ପର୍କ ରେ ଧର୍ମଗଡ ଥାନା ରେ ଏକ ମାମଲା ରୋଗି ପକ୍ଷ ରୁ ଦାୟର ହୋଇଥିବା ଜଣାଯାଇଛି ତେବେ ରୋଗୀ ମନୋଜ ମଧ୍ୟ ଡାକ୍ତର ଏବଂ କର୍ମଚାରୀ ଙ୍କୁ ଅସଭ୍ୟ ଭାଷା ରେ ଗାଳି ଗୁଲଜ କରିବା ନେଇ ଡ଼ାକ୍ତର ଙ୍କ ପକ୍ଷ ରୁ ପାଲଟା ଅଭିଯୋଗ ଦାଖଲ ହୋଇଛି । ଆନ୍ଦୋଳନ ସ୍ଥଳ ରେ ଧର୍ମଗଡ ଉପଖଣ୍ଡ ପୁଲିସ ଅଧିକାରୀ ଧୀରଜ କୁମାର ଚୋପଦର ଆଈ ଆଈ ସି ଦିପାଞ୍ଜଳି ପ୍ରଧାନ ପ୍ରମୁଖ ପୋଲିସ ବଳ ସହ ଆନ୍ଦୋଳନ କାରୀ ଙ୍କୁ ବୁଝା ଶୁଝା କରୁଥିଲେ ହେଁ ରାସ୍ତାରୋକ ହଟି ପାରିନାହିଁ । ରାସ୍ତା ରୋକ ଯୋଗୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହେବା ସହ ଉଭୟ ପାର୍ଶ୍ୱ ରେ ଗାଡି ସବୁ ଦୀର୍ଘ ସମୟ ଧରି ଅଟକି ରହିଛି । ରିପୋର୍ଟ ଲେଖା ହେବା ସୁଦ୍ଧା କୌଣସି ସମାଧାନ ର ପନ୍ଥା ବାହାରି ନଥିବା ଜଣାଯାଇଛି । ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

 

Related posts

ସାରକୋଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ବଚ୍ଛତାପକ୍ଷ ପାଳନ

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତା ରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ରେଳବାଇ କର୍ମଚାରୀ ଙ୍କ ଦିନିକିଆ ଧର୍ମଘଟ ଆଶଙ୍କା

Leave a Comment

error: Content is protected !!