ଜୁନାଗଡ଼,୧୩/୩(ନି.ପ୍ର) କଳାହାଣ୍ଡି ଜିଲ୍ଲା ଜୁନାଗଡ ପୌର ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଆରମ୍ଭ ହୋଇ ଯାଇଛି। କଂଗ୍ରେସ ର ଅଧକ୍ଷ ପାର୍ଥି ଯୁବ ନେତା ପ୍ରଭାତ ଦାସ ଆଜି ସହର୍ରର ବିଭିନ୍ନ ୱାର୍ଡ ବୁଲି ନିଜ ସପକ୍ଷରେ ଭୋଟ ପ୍ରଚାର କରୁଛନ୍ତି।ସହରର ବାବୁ ପଡା, ବରଗଛ ପଡା,ସାମିଆ ବନ୍ଦ ପଡା, ବଜାର୍ ପଡା, ବାମନ ପଡା, ଫତେ ନଗର୍ ପଡା, ମଧ୍ୟମ ପଡାରେ ଥିବା ବିଭିନ୍ନ ୱାର୍ଡ ରେ ଥିବା ଘର ଘର ବୁଲି ଭୋଟ ଭିକ୍ଷା କରିଥିଲେ lସହରରେ ଆଜିପର୍ଯନ୍ତ ଶାସକଦଳ ସହରର ଆଖିଦୃଶିଆ ଉନ୍ନତି କରିପାରିନି ।ସେଲୋକଙ୍କ ପାଖକୁ ଯାଇ ଜୁନାଗଡ କୁ ଏକ ସ୍ମାର୍ଟ ସହର ରୂପେ ଗଢିତୋଳିବାକୁ ସହରବାସୀଙ୍କୁ ସମସ୍ତ ମୌଲିକ ସୁବିଧା ଯୋଗାଇବା ନେଇ ପ୍ରତିଶ୍ରୁତି ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ତାଙ୍କ ସହ ବିଭିନ୍ନ ୱାର୍ଡ ସଭ୍ୟ କିଶନ ଶର୍ମl, କୁମୁଦିନି ଶତପଥୀ ମଧ୍ୟ ଉପସ୍ଥିତ ରହି ଭୋଟ ଭିକ୍ଷା କରିଥିବା ଦେଖିବାକୁ ମିଳିଥିଲା।l ନରେନ୍ଦ୍ର ଖିିତିଙ୍କ ରିପୋର୍ଟ ।
