ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ଅର୍କାବାହାଲିପଡା ଛକରେ ହନୁମାନଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଆସନ୍ତା ୧୭ରେ

ଭବାନୀପାଟଣା:୧୫/୫- ମ.ନି.ସ:- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଅର୍କାବାହାଲିପଡା ଛକଠାରେ ନୂତନରେ ନିର୍ମାଣ କରାଯାଇଥିବା ଦକ୍ଷିଣମୁଖି ପବନ ପୁତ୍ର ଶ୍ରୀହନୁମାନ ପ୍ରଭୁଙ୍କର ମନ୍ଦିରର ରତ୍ନମୁଦ କୁମ୍ଭଭରା ଓ ବିଗ୍ରହ ପ୍ରତିଷ୍ଠା ନେଇ ସମସ୍ତ କାର୍ଯ୍ଯ ଶେଷ ହେବାକୁ ଯାଉଛି। ସେନେଇ ଚଳିତ ମାସ ୧୭ ତାରିଖ (ମଙ୍ଗଳବାର )ଦିନ ଠାରୁ ୧୯ ତାରିଖ (ଗୁରୁବାର) ପର୍ଯ୍ୟନ୍ତ ୩ ଦିନ ଧରି ଅନୁଷ୍ଠିତ ହେବ। ୧୭ ତାରିଖ ସକାଳ ୯ ଘଣ୍ଟା ୧୪ ମିନିଟରେ ରତ୍ନମୁଦ (କୁମ୍ଭଭରା) ଅପରାହ୍ନ ୩ ଘଣ୍ଟା ୩୮ ମିନିଟରେ କଳସ ଯାତ୍ରା ଶେଷ ହେବା ପରେ ପରେ ଅଙ୍କୁରାରୋପଣ ସହିତ ଧାନ୍ଯାଧିବାସ କାର୍ଯ୍ଯକ୍ରମ ଅନୁଷ୍ଠିତ ହେବ। ପରବର୍ତ୍ତୀ ୧୮ ତାରିଖ ବୁଧବାର ଦିନ ସକାଳେ ବେଦପାଠ,ପଞ୍ଚ କର୍ମ,ସୂର୍ଯ୍ୟ ପୂଜା,ଦେବ ବାହନ,ଅଗ୍ନି ସ୍ଥାପନ,ମହାପ୍ରଭୁଙ୍କ ମହାସ୍ନାନ,ଶୟନ ଓ ରାତ୍ରି ଜୀବନ୍ଯାସ ଅନୁଷ୍ଠିତ ହେବ। ସେହିପରି ୧୯ ତାରିଖ ଦିନ ପ୍ରାତଃ ସମୟରେ ବେଦପାଠ,ସୂର୍ଯ୍ୟ ପୂଜା କରାଯିବା ପରେ ପରେ ମହାପ୍ରଭୁଙ୍କ ପ୍ରଥମ ଦର୍ଶନ,ନଗର ପରିକ୍ରମା ମନ୍ଦିର ପ୍ରବେଶ ଓ ଯଜ୍ଞ ପୂର୍ଣ୍ଣାହୁତୀ କରାଯିବ। ଏହି ସମସ୍ତ ପୂଜ୍ଯ କାର୍ଯ୍ଯ କରିବା ପାଇଁ ପୁରୀର ପଣ୍ତିତ ଭାସ୍କର ପୁରୁଷୋତ୍ତମ ନନ୍ଦ ଓ ପ୍ରତାପ ଚନ୍ଦ୍ର ମିଶ୍ରଙ୍କ ସହିତ ବିମଳ କୁମାର ମହାପାତ୍ର ପରିଚାଳନା ଦାୟୀତ୍ବରେ ରହିବେ। ଅନ୍ଯ ପକ୍ଷରେ ଏହି ସବୁ କାର୍ଯ୍ଯର କର୍ତ୍ତାଭାବେ ମନ୍ଦିରର ସଭାପତି ଦେବୀ ପ୍ରସାଦ ସିନ୍ଦୁର ଓ ତାଙ୍କ ଧର୍ମପତ୍ନୀ କାର୍ଯ୍ଯ ସମ୍ପାଦନ କରିବେ। ଉକ୍ତ କମିଟିରେ ବରିଷ୍ଠ ସମାଜସେବୀ ପ୍ରମୋଦ ଖମାରୀ,ବିଜୟ ଦ୍ବିବେଦୀ,ସକିତ ରତେ, ବିଷ୍ଣୁ ପ୍ରସାଦ କସ୍ଯପ ଉପଦେଷ୍ଟା ଭାବେ ରହିଥିବା ବେଳେ ସଭାପତି ଦେବୀ ପ୍ରସାଦ ସିନ୍ଦୂର,ଉପସଭାପତି ଭାବେ ଗୌରାଙ୍ଗ ରାଉତ, ଅଶେଶ୍ବର ବାଗ,ପୀତାମ୍ବର ଦାସ, ପରମାନନ୍ଦ ମାଝୀ,ଆଇନଜୀବୀ ଜଗଦୀଶ ପ୍ରସାଦ ରାଓ,କେଦାର ନାଥ ରଣା, ସୁନୀଲ ନାଏକ,ନନ୍ଦୁଲାଲ ନାଏକ ପ୍ରମୁଖ ରହିଥିବା ବେଳେ ମୁଖ୍ୟ ସାଧାରଣ ସମ୍ପାଦକ ଭାବେ ନୀତେଶ କୁମାର ବେହେରା,ସାଧାରଣ ସମ୍ପାଦକ ବଳରାମ ନାଏକ,କୋଷାଧ୍ୟକ୍ଷ ସୋମ୍ଯରଞ୍ଜନ ସିନ୍ଦୁର ଏବଂ ଆଇନ ପରାମର୍ଶ ଦାଦା ଭାବେ ସୁମନ ସିଂଙ୍କୁ ମନୋନୀତ କରାଯାଇଥିବା ଜଣାପଡିଛି।

 

 

Related posts

ରାସ୍ତା ଯୋଗୁଁ ଅଟକିଲା ଆମ୍ବୁଲାନ୍ସ, ଗାଡ଼ିରେ ପ୍ରସବ ହେଲେ ମହିଳା

Sunil Chandra Nayak

ଗଞ୍ଜେଇ ଚୋରା ଚାଲାଣ ଅଭିଯୁକ୍ତ ମାନଙ୍କୁ ୧୦ବର୍ଷ ଜେଲ ଦଣ୍ଡାଦେଶ

Sunil Chandra Nayak

ଓଡ଼ିଆ ଉପନ୍ୟାସ ସାହିତ୍ୟକୁ କଳାହାଣ୍ଡିର ଦାନ ଅତୁଳନୀୟ

Leave a Comment

error: Content is protected !!