ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳେଶ୍ୱର ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ 

ଜଳେଶ୍ୱର ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ 

ଜଳେଶ୍ଵର,୨୧/୬(ମ ନି ସ )- ଆଜି ବିଶ୍ୱ ଯୋଗ ଦିବସ ଅବସରରେ ଜଳେଶ୍ୱର ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଯୋଗ ଦ୍ଵାରା କିପରି ମନୁଷ୍ୟ ସୁସ୍ଥ ଆରୋଗ୍ୟ ରହିପାରିବ ସେ ନେଇ ଯୋଗ ହିଁ ଏକପାତ୍ର ବିକଳ୍ପ ଓ ସ୍ୱାସ୍ଥ୍ୟପାଇଁ ଯୋଗ ନିତାନ୍ତ ଜରୁରୀ ବୋଲି ବକ୍ତାମାନେ ମତ ପ୍ରକାଶ କରିଛନ୍ତି। ଆଜି ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଜଳେଶ୍ୱର ପଞ୍ଚାୟତ ସମିତି ପକ୍ଷରୁ ବ୍ଲକସ୍ତରୀୟ ବିଜୁପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। କାଉନସିଲର ଚନ୍ଦନ ଦାସଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ଜଳେଶ୍ୱର ବ୍ଲକ ଅଧକ୍ଷ ମାନସ କୁମାର ଜେନା, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଧୀର କୁମାର ସାହୁ,ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ ସିଂ,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବ୍ରଜ ମୋହନ ପ୍ରଧାନ,ଯୋଗ ମହୋତ୍ସବ ସମିତି ମୁଖ୍ୟ ଉପଦେଷ୍ଟା ସୁକୁମାର ରଣା,ସଂଯୋଜକ ଅଧ୍ୟାପକ ଅନନ୍ତ ଦାସ,ବ୍ଲକ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ସବ୍ୟସାଚୀ ଦାସ, ଅଧ୍ୟାପିକା ପୁଷ୍ପାଞ୍ଜଳି ପାଇକରାୟ,ଅଧ୍ୟାପକ ତପନ କୁମାର ଜେନା,ଯୁବ ସମାଜସେବୀ କାଳୀ ଚରଣ ଦାସ ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।ପ୍ରାରମ୍ଭରେ ସୁମତି ରାଣୀ ଦେ ଅତିଥି ମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।ଶେଷରେ ଫାଲଗୁନୀ ପାଣଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।ଅଧ୍ୟାପିକା ଇନ୍ଦୁମତି ଗିରିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଯୋଗ ଶିବିରରେ ବାଲେଶ୍ୱର ଆର୍ଟ ଅଫ୍ ଲିଭିଙ୍ଗ ପ୍ରଶିକ୍ଷକ କାମାକ୍ଷା ପ୍ରସାଦ ମହାନ୍ତି,ସ୍ୱେଚ୍ଛାସେବୀ ସୁଭ୍ରାଜ୍ୟୋତି ମହାନ୍ତି, ସ୍ଥାନୀୟ ଯୁବ ପ୍ରଶିକ୍ଷକ ଓମପ୍ରକାଶ ସାହୁ ପ୍ରମୁଖ ୨୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ, ଅଭିଭାବକ ଓ ବରିଷ୍ଠ ନାଗରିକ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମକୁ ସ୍ଥାନୀୟ କାଉନସିଲର ଶିବ ନାରାୟଣ ମହାପାତ୍ର, ଅଞ୍ଜନ ଦାସ,ତାପସ ପାଣିଗ୍ରାହୀ,ବନମାଳୀ ଧଳ,ବରେନ୍ଦ୍ର ପରିଡ଼ା,ଦେବଜାନୀ ଅଣ୍ଡିଆ,ମଞ୍ଜୁଲିକା ଘୋଷ,ସୁମତି ରଣା,ମାଳତୀ ଦତ୍ତ ,ମୁକ୍ତାରାଣୀ ପାଲ,ଶିକ୍ଷକ ରାଜେନ୍ଦ୍ର ପାଣିଗ୍ରାହୀ, ଶିକ୍ଷୟତ୍ରୀ ସବିତା ପାଠୀ,ଏ.ଟି.ଓ ଅକ୍ଷୟ କୁମାର ଭଞ୍ଜ, ଟ୍ରେନର ସୁମନ୍ତ ଦେ ପ୍ରମୁଖ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଦୀନକୃଷ୍ଣ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ,ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟ,ଜ୍ଞାନ ବିକାଶ ଆଇ.ଟି.ଆଇ, ପିଏମଶ୍ରୀ ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଯୋଗଦେଇଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଆସନ୍ତା ୨୩ ରୁ ୨୬ ……

masiha

ବନଖଣ୍ଡ ସ୍ତରୀୟ ଜଙ୍ଗଲ ନିଆ ନିବାରଣ ସଚେତନତା ଓ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ 

masiha

ଶୋଭାଯାତ୍ରା ସହ ବିଇଓଙ୍କୁ ଦାବିପତ୍ର ଦେଲେ ପ୍ରାଥମିକ ଶିକ୍ଷକ , ପୂରଣ ନହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!