ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦରଗଡ଼ଠାରେ ପାଳିତ ହେଲା ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ

ସୁନ୍ଦରଗଡ଼ଠାରେ ପାଳିତ ହେଲା ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ

ସୁନ୍ଦରଗଡ଼, ୨୧/୦୬/୨୬: ସୁନ୍ଦରଗଡ଼ ଠାରେ ପାଳିତ ହୋଇଯାଇଅଛି ଅନ୍ତର୍ଜାତୀୟ ଯୋଗ ଦିବସ । ସ୍ଥାନୀୟ ଭବାନୀ ଭବନ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଠାରେ ଆୟୋଜିତ ହୋଇଯାଇଅଛି ଏହି ଜିଲ୍ଲା ସ୍ତରୀୟ ଅର୍ନ୍ତଜାତୀୟ ଯୋଗ ଦିବସ। 

ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଚଳିତ ବର୍ଷ ର ବିଷୟ ରହିଥିଲା “ସୁସ୍ଥ ବାର୍ଦ୍ଧକ୍ୟ ନିମନ୍ତେ ଯୋଗ” । ଜିଲ୍ଲାସ୍ତରୀୟ ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ଯକ୍ଷ ଶ୍ରୀ ସନ୍ତୋଷ ଅମାତ, ସୁନ୍ଦରଗଡ଼ ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଉପାଧ୍ୟକ୍ଷ ଶ୍ରୀ ଲଲାଟେନ୍ଦୁ ପରିଡ଼ା, ପୂର୍ବତନ ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂରଜ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଅଭିମନ୍ୟୁ ମାଝୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମହେନ୍ଦ୍ର ମୁର୍ମୁ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ଧୀରେନ୍ଦ୍ର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ସୁଶୀଲ ମିଶ୍ର, ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ, କର୍ମଚାରୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତା, ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ ଏବଂ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇ ଯୋଗାଭ୍ୟାସ କରିଥିଲେ। 

     ଏହି ଅବସରରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ଅମାତ ଦୈନନ୍ଦିନ ଜୀବନରେ ଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ନିୟମିତ ଯୋଗ ଅଭ୍ୟାସ ଦ୍ଵାରା ଆମେ ବିଭିନ୍ନ ରୋଗ ରୁ ମୁକ୍ତି ପାଇପାରିବା ଏବଂ ଯୋଗ ଦ୍ୱାରା ଉଭୟ ମାନସିକ ଓ ଶାରୀରିକ ସୁସ୍ଥତା ବଜାୟ ରଖାଯାଇପାରିବ। ତେଣୁ ସମସ୍ତେ ନିୟମିତ ନିହାତି ଯୋଗ ଅଭ୍ୟାସ କରିବା ଜରୁରୀ ବୋଲି ନିଜ ଅଭିଭାଷଣରେ କହିଥିଲେ। ପରେ ପରେ ସମସ୍ତ ଅତିଥି ଏବଂ ଅଂଶଗ୍ରହଣକାରୀ ମାନେ ବିଭିନ୍ନ ଯୋଗ ଏବଂ ପ୍ରାଣାୟାମ ଅଭ୍ୟାସ କରିଥିଲେ। ଏହି ଅବସରରେ ସୁସ୍ଥତା କୁ ପ୍ରାଥମିକତା ଦେବା ନେଇ ଏକ ଶପଥ ପାଠ ମଧ୍ୟ କରାଯାଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବଲାଙ୍ଗୀର ଜିଲ୍ଲା ବେଲପଡା ବୁଦେଲ ଡୁଙ୍ଗୁରି ରେ ଶବର ସମାଜ ରେ ଯୋଗଦେଲେ ଶ୍ରୀ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି 

masiha

ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ

masiha

ଏଗାର ମାସ ହେଲା ହିତାଧିକାରୀଙ୍କୁ ମିଳିନି ଭତ୍ତା

Leave a Comment

error: Content is protected !!