ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲେଶ୍ବର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ବର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

  ଜଳେଶ୍ଵର୨୨/୬(ମନିସ)- -ଆଜି ପୂର୍ବାହ୍ନ ଘ: ୧୦.୦୦ ଟିକା ସମୟରେ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବାଲେଶ୍ୱର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଜଳେଶ୍ୱର ପଞ୍ଚାୟତ ସମିତି ଅଧୀନସ୍ଥ ବିଭିନ୍ନ ଗ୍ରାମ ପଞ୍ଚାୟତରୁ ୧୮୨ ଜଣ ଅଭିଯୋଗକାରୀ ନିଜର ଅଭିଯୋଗ ଫର୍ଦ୍ଦ ଉପସ୍ଥାପନ କରିଥିଲେ। ସେଥି ମଧ୍ୟରୁ ୧୬୪ ଗୋଟି ବ୍ୟକ୍ତିଗତ ଓ ୧୨ ଗୋଟି ସାମୁହିକ ଅଭିଯୋଗ ସମ୍ପର୍କିତ ହୋଇଥିବା ବେଳେ ୬ ଗୋଟି ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି ନିମନ୍ତେ ଆବେଦନ କରିଥିଲେ  I ଏହି ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମରେ ୧୮ ଗୋଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା I

     ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲାପାଳ, ସୂର୍ଯ୍ୟବଂଶୀ ମୟୂର ବିକାଶ, ଆରକ୍ଷୀ ଅଧିକ୍ଷକ, ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ହେମନ୍ତ କୁମାର ସିଂହ, ଉପଜିଲ୍ଲାପାଳ, ବାଲେଶ୍ୱର ଶିବ ମାଲବ୍ୟ,ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ, ଜିଲ୍ଲା ଶିକ୍ଷା ଅଧିକାରୀ ଡ. ବସନ୍ତ କୁମାର ନାୟକ,ବିଡିଓ, ଜଳେଶ୍ୱର ଗୌରାଙ୍ଗ ଚରଣ ଘୋଷ, ତହସିଲଦାର ସତ୍ୟଜିତ୍ ମହାନ୍ତି, ଏସ.ଡି.ପି.ଓ ସୁରେଶ କୁମାର ତ୍ରିପାଠୀ,ଆଇ. ଆଇ.ସି ଅଶୋକ କୁମାର ବାରିକ, ଜଳେଶ୍ୱର ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ ହେମନ୍ତ ସିଂହ,ଏମ୍.ଆଇ ଅବନ୍ତିକା ସାହୁ,ବି.ଇ.ଓ ଜଗବନ୍ଧୁ ଜେନାଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । 

ସୁକୁମାର ରଣା ଙ୍କ ରିପୋର୍ଟ୍ 

   

Related posts

ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା ସୃଷ୍ଟି ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ଅନଲାଇନ କୁଇଜ୍ ପ୍ରତିଯୋଗିତା 

ଜାତୀୟ ଆଲୋଚନାଚକ୍ରରେ ଡକ୍ଟର ବିବେକାନନ୍ଦ ସିଂହ ଙ୍କ ସନ୍ଦର୍ଭ ଉଚ୍ଚ ପ୍ରଶଂସିତ !

Sunil Chandra Nayak

ଜାତିଆଣ ଆକ୍ଷେପ ଓ ଦଳିତ କୁ ଆକ୍ରମଣ ଘଟଣା ରେ ଅଭିଯୁକ୍ତକୁ ୨ ବର୍ଷ ଜେଲ ଦଣ୍ଡାଦେଶ

masiha

Leave a Comment

error: Content is protected !!