ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏବେ ସିଏନଜିର ପାଲି…

ପୁଣି ମହଙ୍ଗା ମାଡ଼; ୨ ଟଙ୍କାକୁ ବୃଦ୍ଧି ପାଇଲା ସିଏନଜି ଦର….

ଦେଶରେ ଲଗାତାର ଭାବେ ପେଟ୍ରୋଲ,ଡିଜେଲ ଦର ବୃଦ୍ଧି ପାଉଥିବା ବେଳେ, ଏହାରି ମଧ୍ୟରେ ପେଟ୍ରୋଲ ଦର ସହ ଅନ୍ୟ ସମସ୍ତ ସାମଗ୍ରୀର ଦର ମଧ୍ୟ ଆକାଶ ଛୁଆ ହେବାକୁ ବସିଛି | ଦିନକୁ ଦିନ ରାଜଧାନୀବାସୀଙ୍କ ଉପରେ ମହଙ୍ଗା ମାଡ଼ ହେଉଛି | ପେଟ୍ରୋଲ୍‌, ଡିଜେଲ୍‌ ଓ ଏବେ ପ୍ରାକୃତିକ ଗ୍ୟାସ୍‌ର ଦାମ୍‌ ବୃଦ୍ଧି ପାଇବାରେ ଲାଗିଛି।
ସେପଟେ ରବିବାର ଇନ୍ଦ୍ରପ୍ରସ୍ଥ ଗ୍ୟାସ୍‌ କିଲୋଗ୍ରାମ ପିଛା ଦାମ୍‌ ୨ ଟଙ୍କା ଲେଖାଏଁ ବୃଦ୍ଧି କରିଛି । ଫଳରେ ଦିଲ୍ଲୀରେ ୭୩.୬୧ ଟଙ୍କା ପ୍ରତିଥିବା ବେଳେ ନୋଏଡାରେ ୭୬.୧୭ ଟଙ୍କା, ଗୁରୁଗ୍ରାମରେ ୮୧.୯୪ ପ୍ରତି କିଲୋଗ୍ରାମ ହୋଇଛି ।
ଏହାରି ମଧ୍ୟରେ ଆଇଜିଏଲ୍‌ ଦେଶର ଅନ୍ୟ ସ୍ଥାନରେ ଗ୍ୟାସ୍‌ର ଦାମ୍‌ରେ ବୃଦ୍ଧି କରିଛି । ରେୱାଡ଼ିରେ ସିଏନ୍‌ଜି ୮୪.୦୭ଟଙ୍କା ପ୍ରତି କିଲୋ ବିକ୍ରି ହୋଇଛି । ଦାମ୍‌ ବୃଦ୍ଧି ଫଳରେ କରନାଲ୍‌ ଏବଂ କୌଥଲରେ ୮୨,୨୭ ପ୍ରତି କିଲୋ, କାନ୍‌ପୁର, ହମିରପୁର ଏବଂ ଫତେପୁରରେ ୮୫.୪୦ ଟଙ୍କା, ଅଜମେର, ପାଲ ଏବଂ ରାଜସମନ୍ଦରେ ଗ୍ୟାସ୍‌ କିଲୋପ୍ରତି ୮୩.୮୮ ଟଙ୍କା ହୋଇଛି ।ଅନ୍ତର୍ଜାତୀୟ ସ୍ତରରେ ଗ୍ୟାସ୍‌ ଦର ବୃଦ୍ଧି ପାଉଥିବାରୁ ଗତ ବର୍ଷ ଅକ୍ଟୋବର ମାସରୁ ବିତରକମାନେ ଗ୍ୟାସ୍‌ର ଦାମ୍‌ରେ ବୃଦ୍ଧି କରୁଛନ୍ତି । ଯାହାର ସିଧା ସଳଖ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ୁଛି । ଅନ୍ୟପଟେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଦାମ୍‌ ବୃଦ୍ଧି ସର୍ବସାଧାରଣଙ୍କ ଉପରେ ମହଙ୍ଗା ପରେ ମହଙ୍ଗା ମାଡ଼ ସଦୃଶ ହୋଇଛି |
ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଚିଲିଗୁଡ଼ାରେ ମା ଠାକୁରାଣୀଙ୍କ ଦଶହରା ଓ ଡ୍ୟାନ୍ସ ପ୍ରତିଯୋଗୀତା ଅନୁଷ୍ଠିତ

Sunil Chandra Nayak

ବ୍ଲକ ସାମ୍ବାଦିକ ସଂଘର ପ୍ରଥମ ବାର୍ଷିକ ଉତ୍ସବ ପାଳନ

Sunil Chandra Nayak

ଶ୍ରଦ୍ଧା ରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!